ଫିଲ୍ମ 'ପଗଲେଟ୍' ପାଇଁ କଙ୍ଗନା ରଣାୱତ୍ କରିଥିବା ଟ୍ୱିଟ୍ ପଢି ଥରିଲେ ମାନ୍ୟା ମଲହୋତ୍ରା, କହିଲେ କାରଣ

Published By : Prameya-News7 Bureau | April 03, 2021 IST

ମୁମ୍ବାଇ ୦୩/୦୪: ବଲିଉଡ୍ ଅଭିନେତ୍ରୀ ସାନ୍ୟା ମଲହୋତ୍ରା ଫିଲ୍ମ 'ପଗଲେଟ୍' କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ତାଙ୍କୁ ସବୁ ସ୍ଥାନରେ ପ୍ରଶଂସା କରାଯାଉଛି । ଏଥିସହିତ କଙ୍ଗନା ରଣାୱତ୍ ମଧ୍ୟ ବୁଧବାର ଦିନ ଟ୍ୱିଟ୍ କରି ତାଙ୍କୁ ପ୍ରଶଂସା କରିଛନ୍ତି । କିନ୍ତୁ ସାନ୍ୟା କହିଛନ୍ତି ଯେ କଙ୍ଗନାଙ୍କ ଟ୍ୱିଟ୍ ପଢିବାବେଳେ ତାଙ୍କ ହାତ ଥରି ଉଠୁଥିଲା ।

{"width":611,"height":385}
Aamir Khan's letter to 'Dangal' co-star Sanya Malhotra

ସାନ୍ୟା ଏକ ଇଣ୍ଟରଭ୍ୟୁରେ କହିଛନ୍ତି, ସେ ଇଣ୍ଡଷ୍ଟ୍ରିରେ ମୋର ସିନିୟର । କେବଳ 'ଦଙ୍ଗଲ' ସମୟରେ ନୁହେଁ, ମୁଁ ପ୍ରତ୍ୟେକ ଇଣ୍ଟରଭ୍ୟୁରେ କହିଛି ଯେ ମୁଁ ତାଙ୍କର ଜଣେ ବଡ଼ ଫ୍ୟାନ୍ । ସେ ବହୁତ ପ୍ରେରଣାଦାୟକ । ସେ ଟ୍ୱିଟରରେ ମୋତେ ପ୍ରଶଂସା କରିଛନ୍ତି, ଏହା ମୋ ପାଇଁ ଏବଂ ମୋ ପରିବାର ପାଇଁ ଏକ ବଡ଼ ଖବର । ମୁଁ ଯେତେବେଳେ ସେହି ଟୁଇଟ୍ ପଢୁଥିଲି, ମୋ ହାତ ଥରି ଉଠୁଥିଲା । ମୁଁ ଏହାକୁ ବିଶ୍ୱାସ କରି ପାରୁନଥିଲି । ମୁଁ ତାଙ୍କ ପାଇଁ ବହୁତ କୃତଜ୍ଞ ।

{"width":614,"height":344}
DYK Sanya Malhotra was rejected by Dharmesh Yelande during an audition |  Celebrities News – India TV

କଙ୍ଗନା ଲେଖିଛନ୍ତି, ସେ ବହୁତ ଭଲ… ମୁଁ ଖୁସି ଯେ ଲୋକମାନେ ତାଙ୍କ ପ୍ରତିଭାକୁ ଚିହ୍ନୁଛନ୍ତି, ମୁଁ ଶୁଣିଛି ଯେ ପଗଲେଟ୍ କୁ ବହୁତ ପସନ୍ଦ କରାଯାଉଛି… ମୁଁ ତୁମ ପାଇଁ ବହୁତ ଖୁସି ସାନ୍ୟା । ଅନେକ ଭଲପାଇବା । ସାନ୍ୟାଙ୍କ କହିବାନୁସାରେ, ତାଙ୍କ ପାଇଁ ଏହାଠାରୁ ବଡ଼ କମ୍ପ୍ଲିମେଣ୍ଟ କିଛି ହୋଇପାରିବ ନାହିଁ । ସାନିଆ କହିଛନ୍ତି ସେ ଏବଂ ତାଙ୍କ ପୁରା ପରିବାର କଙ୍ଗନାଙ୍କ ବହୁତ ବଡ଼ ଫ୍ୟାନ୍ । ସାନ୍ୟା ଙ୍କ ଫିଲ୍ମ ପଗଲେଟ୍ କୁ ଖୁବ୍ ପ୍ରଶଂସା କରାଯାଉଛି । ଏଥିରେ ସେ ସନ୍ଧ୍ୟା ଭୂମିକାରେ ଅଭିନୟ କରିଛନ୍ତି ଯିଏକି ଜଣେ ବାଲ୍ୟ ବିଧବା। ତାଙ୍କର ଅଭିନୟକୁ ଖୁବ୍ ପ୍ରଶଂସା କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.