Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାରେ ଅଧିକ ପ୍ରଭାବିତ ୧୦୦ ଜିଲ୍ଲାର କଲେକ୍ଟରଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||
  • ଶ୍ରୀମନ୍ଦିର ବନ୍ଦ, ସେବାୟତ ପରିବାରଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କଲା ଶ୍ରୀ ମନ୍ଦିର ପ୍ରଶାସନ
  • ||
  • କୋଭିସିଲ୍ଡର ଦୁଇ ଡୋଜ୍ ମଧ୍ୟରେ ବ୍ୟବଧାନ ରହିବ ୧୨ ରୁ ୧୬ ସପ୍ତାହ, ପ୍ରସ୍ତାବକୁ ସ୍ଵୀକାର କଲେ କେନ୍ଦ୍ର ସରକାର
  • ||
  • କରୋନା ଲଢେଇରେ ମିଳିଲା ତୃତୀୟ ଅସ୍ତ୍ର ! ଆଗାମୀ ସପ୍ତାହରେ ବଜାରରେ ମିଳିବ ସ୍ପୁଟନିକ୍-ଭି, ଜୁଲାଇରେ ଦେଶରେ ଆରମ୍ଭ ହେବ ଉତ୍ପାଦନ
  • ||
  • ପାଟନା : ମେ’ ୨୫ ଯାଏଁ ରାଜ୍ୟରେ ବଢିଲା ଲକ୍‌ଡାଉନ୍, ବିହାର ମୁଖ୍ୟମନ୍ତ୍ରୀ କଲେ ଘୋଷଣା
  • ||
  • ମୁମ୍ବାଇ : ଟିଭି ଅଭିନେତା ରାଜୀବ ପାଲ୍ କରୋନା ସଂକ୍ରମିତ, ହସ୍ପିଟାଲରେ ଭର୍ତ୍ତି
  • ||
  • ନୂଆଦିଲ୍ଲୀ : ବାଜା, ବାଣ, ବରଯାତ୍ରୀ ବିନା ବାହାଘର, ବାଇକ୍‌ରେ କନ୍ୟାକୁ ସାଙ୍ଗରେ ନେଇ ଘରକୁ ଫେରିଲେ ବର
  • ||
  • ଭଦ୍ରକ : ଷଣ୍ଢ ବୋଝେଇ ପିକଅପ୍ ଭ୍ୟାନ୍ ଅଟକ ରଖିଲେ ଗ୍ରାମବାସୀ, ଗୋଟିଏ ଷଣ୍ଢ ମୃତ, ୨ଟି ଉଦ୍ଧାର
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୬୪୯ ପଜିଟିଭ୍
  • ||
  • ମାଡି ଆସୁଛି ବାତ୍ୟା ‘ତଉକ୍ତେ’, ଓଡିଶା ଉପରେ କଣ ରହିବ ପ୍ରଭାବ
  • ||

ଆଦିତ୍ୟ ରାୟ କପୁରଙ୍କ ସହ ଲଭ୍ ମେକିଙ୍ଗ୍ ସିନ୍ ସୁଟିଂକୁ ନେଇ ଏହିଭଳି କହିଲେ ସାନ୍ୟା ମଲହୋତ୍ରା

17/11/2020 at 5:56 PM

ମୁମ୍ବାଇ ୧୭/୧୧ : ନିକଟରେ ରିଲିଜ ହୋଇଥିବା ଅନୁରାଗ ବାସୁଙ୍କ ଫିଲ୍ମ ‘ଲୁଡୋ’ରେ ନଜର ଆସିଥିଲେ ସାନ୍ୟା ମଲହୋତ୍ରା। ଫିଲ୍ମରେ ସାନ୍ୟାଙ୍କ ବିପକ୍ଷରେ ଅଭିନୟ କରିଛନ୍ତି ଆଦିତ୍ୟ ରାୟ କପୁର। ଫିଲ୍ମରେ ଆଦିତ୍ୟ ରାୟ କପୁରଙ୍କ ସହ ସାନ୍ୟାଙ୍କ ଲଭ ମେକିଙ୍ଗ ସିନ ଅଛି। ଏହି ସିନକୁ ନେଇ ସାନ୍ୟା କହିଛନ୍ତି, ଯେତେବେଳେ ତାଙ୍କ ପରିବାର ଓ ବନ୍ଧୁମାନେ ଜାଣିବାକୁ ପାଇଲେ ଯେ ସେ ଆଦିତ୍ୟ ରାୟ କପୁରଙ୍କ ସହ କାମ କରିବେ ସମସ୍ତେ ବହୁତ ଖୁସି ହୋଇଥିଲେ। ସେ କହିଥିଲେ ଯେ ଫିଲ୍ମରେ ଯଦି ଲଭ ମେକିଙ୍ଗ ସିନର ଚାହିଦା ଅଛି ତାହେଲେ ଏହିଭଳି ସିନ କରିବାରେ ତାଙ୍କର କୌଣସି ଅସୁବିଧା ନାହିଁ। କିନ୍ତୁ ଏହିଭଳି ସିନ ସୁଟ୍ କରିବାରେ ତାଙ୍କୁ ବହୁତ ଅଜବ ଓ ଡର ବି ଲାଗେ ବୋଲି ସେ କହିଛନ୍ତି କାରଣ ସୁଟିଂ ବେଳେ ପାଖରେ ବହୁତ ଲୋକ ଉପସ୍ଥିତ ଥାଆନ୍ତି।

ଏକ ସାକ୍ଷାତକାରରେ ସାନ୍ୟା କହିଛନ୍ତି ଯେ, ସେ ଆଦିତ୍ୟଙ୍କୁ ଆଗରୁ ଜାଣିନଥିଲେ। କିନ୍ତୁ ଯେତେବେଳେ ସେ ଜାଣିବାକୁ ପାଇଲେ ଯେ ସେ ଆଦିତ୍ୟଙ୍କ ସହ କାମ କରିବେ ସେ ବହୁତ ଖୁସି ହୋଇଯାଇଥିଲେ। ସେ ଜଣେ ବହୁତ ଭଲ ଅଭିନେତା ଏବଂ ଦେଖିବାକୁ ବି ହ୍ୟାଣ୍ଡସମ ବୋଲି କହିଛନ୍ତି ସାନ୍ୟା। କିନ୍ତୁ ଆଦିତ୍ୟଙ୍କ ସହ କାମ କରିବାକୁ ନେଇ ସେ ଯେତିକି ଖୁସି ଥିଲେ ତାଠାରୁ ଅଧିକ ତାଙ୍କ ସାଙ୍ଗମାନେ ଖୁସି ଥିଲେ ବୋଲି ସେ କହିଛନ୍ତି।

ଫିଲ୍ମରେ ଆଦିତ୍ୟ ଓ ସାନ୍ୟା ପୂର୍ବତନ ଦମ୍ପତିଙ୍କ ଚରିତ୍ରରେ ଅଭିନୟ କରିଛନ୍ତି ଯେଉଁମାନଙ୍କ ଶାରୀରିକ ସମ୍ବନ୍ଧର ଟେପ୍ (ସେକ୍ସ ଟେପ୍) ଅନଲାଇନ ଲିକ ହୋଇଯାଇଥାଏ। କିନ୍ତୁ ସାନ୍ୟାଙ୍କ ବାହାଘର ଅନ୍ୟ ଜଣକ ସହ ହେବାକୁ ଥାଏ। ବାହାଘର ପୂର୍ବରୁ ଏହି ଭିଡିଓକୁ ଡିଲିଟ୍ କରିବା ତାଙ୍କର ଉଦ୍ଦେଶ୍ୟ ଥାଏ। ସାନ୍ୟାଙ୍କୁ ଯେତେବେଳେ ଏହି ସିନ୍ ସୁଟିଂ ସମ୍ବନ୍ଧରେ ପଚରାଯାଇଥିଲା ସେ କହିଥିଲେ ଯେ, କାହାଣୀ ହିସାବରେ ଯଦି ସ୍ୱେହ୍ହି ସିନ ଦରକାର ତାହେଲେ କରିବାରେ ବି ମୋର କିଛି ଅସୁବିଧା ନାହିଁ। କିନ୍ତୁ ସେହି ସ୍ଥିତି ଜମା ବି କୁଲ ନୁହେଁ ବୋଲି ସେ କହିଛନ୍ତି। ପାଖରେ ଉପସ୍ଥିତ ଲୋକ, ଲାଇଟ୍ସ ଓ କ୍ୟାମେରା ଯୋଗୁଁ ସେ ଅଧିକ ନର୍ଭସ୍ ହୋଇଯାଇଥିଲେ ବୋଲି କହିଛନ୍ତି ସାନ୍ୟା।

ନଭେମ୍ବର ୧୨ ତାରିଖରେ ନେଟଫ୍ଲିକ୍ସରେ ‘ଲୁଡୋ’ ରିଲିଜ୍ ହୋଇଛି। ଫିଲ୍ମକୁ ମିଶାମିଶି ପ୍ରତିକ୍ରିୟା ମିଳିଛି। ଫିଲ୍ମରେ ଆଦିତ୍ୟ ରାୟ କପୁର ଓ ସାନ୍ୟାଙ୍କ ସହ ଅଭିଷେକ ବଚ୍ଚନ, ପଙ୍କଜ ତ୍ରିପାଠୀ, ରାଜକୁମାର ରାଓ, ଫତିମା ସନା ଶେଖ, ରୋହିତ ସରାଫ, ଆଶା ନେଗୀ ମଧ୍ୟ ଅଛନ୍ତି।

   Related Posts