Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ଏକାମ୍ର ଯୋଜନା ଉପଦେଷ୍ଟା କମିଟି ଅଧ୍ୟକ୍ଷ ହେଲେ ବିର୍ଲା କାର୍ବନ କାର୍ଯ୍ୟନିର୍ବାହୀ ଅଧିକାରୀ ସଂତୃପ୍ତ ମିଶ୍ର

8/06/2021 at 1:52 PM

ଭୁବନେଶ୍ୱର,୦୮/୦୬: ଏକାମ୍ର ଯୋଜନାରେ ଲିଙ୍ଗରାଜ ମନ୍ଦିର ଚାରିପାଖର ମୋଟ ୮୦ ଏକର ଅଞ୍ଚଳର ଉନ୍ନତିକରଣ କରାଯିବ । ଏମିତି ରୂପରେଖ ହେବ, ଯାହା ଓଡ଼ିଶାର ସଂସ୍କୃତି, କଳା, ଐତିହ୍ୟକୁ ଆହୁରି ଆକର୍ଷଣୀୟ କରିବ ବିଶ୍ୱ ଦରବାରରେ । ଐତିହ୍ୟ କୀର୍ତ୍ତିରାଜି, ପବିତ୍ର ଜଳାଶୟର ସଂରକ୍ଷଣ ଓ ପୁନରୁଦ୍ଧାର ହେବ । ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ଭଳି ସମସ୍ତ ବ୍ୟବସ୍ଥା କରାଯିବ । ରାସ୍ତାଘାଟର ଚେହେରା ବଦଳିବ । ଏହି ଏକାମ୍ର ଯୋଜନାକୁ ସାକାର କରିବା ପାଇଁ ରାଜ୍ୟ ସରକାର ଗଠନ କରିଛନ୍ତି ପ୍ରକଳ୍ପ ପରାମର୍ଶଦାତା କମିଟି (ପିଏସି) । କମିଟିର ଅଧ୍ୟକ୍ଷ ମନୋନୀତ ହୋଇଛନ୍ତି ଜାତୀୟ ଓ ଆନ୍ତର୍ଜାତିକ କର୍ପୋରେଟ ଜଗତର ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ତଥା ଓଡ଼ିଶାର ସୁଯୋଗ୍ୟ ସନ୍ତାନ ଡ.ସଂତୃପ୍ତ ମିଶ୍ର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କମିଟି ଲାଗି ଡ. ମିଶ୍ରଙ୍କ ଭଳି ପ୍ରତିଷ୍ଠିତ କର୍ପୋରେଟର ଲିଡରଙ୍କୁ ମନୋନୀତ କରିଛନ୍ତି ।

କମିଟିରେ ବିଶିଷ୍ଟ ସ୍ଥପତି ପଦ୍ମ ବିଭୂଷଣ ଡ. ସୁଦର୍ଶନ ସାହୁ ବି ରହିଛନ୍ତି । ଏହି କମିଟିରେ ପୂର୍ତ୍ତ ବିଭାଗ ସଚିବ ଡା. କ୍ରିଷନ କୁମାରଙ୍କ ସହ ଦେବୋତ୍ତର କମିଶନର, ଆରଡିସି, ବିଏମ୍‌ସି କମିଶନର, ଏଏସଏଆଇ ଅଧୀକ୍ଷକ, ଆଇନ ବିଭାଗର ଅତିରିକ୍ତ ସଚିବ(ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରଶାସନ ଦାୟିତ୍ୱ), ଭୁବନେଶ୍ୱର ଡିସିପି, ସଂସ୍କୃତି ବିଭାଗ କିମ୍ବା ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ନିର୍ଦ୍ଦେଶକ, ଖୋର୍ଦ୍ଧା ଜିଲ୍ଲାପାଳ ଅଛନ୍ତି । ଓଡ଼ିଶା ସେତୁ ଓ ନିର୍ମାଣ ନିଗମ ପରିଚାଳନା ନିର୍ଦ୍ଦେଶକ କମିଟିର ଆବାହକ ରହିଛନ୍ତି । କମିଟିରେ ମନ୍ଦିର ସେବାୟତଙ୍କ ମଧ୍ୟରୁ ୩ଜଣ ରହିବେ । ସଂସ୍କୃତି ଏବଂ ଐତିହ୍ୟ କ୍ଷେତ୍ରରେ ସୁନାମଧନ୍ୟ ଦୁଇ ଜଣଙ୍କୁ ରାଜ୍ୟ ସରକାର ମନୋନୀତ କରିବେ । ସେହିପରି ଐତିହ୍ୟ, କୀର୍ତ୍ତିରାଜି ସଂରକ୍ଷଣରେ ଅଭିଜ୍ଞ ଓ ଦକ୍ଷତା ଥିବା ୨ଜଣଙ୍କୁ କମିଟିରେ ରଖାଯିବ । ଏକାମ୍ର ଯୋଜନା ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାରେ ଏହି କମିଟି ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବ । ପ୍ରକଳ୍ପର ବିଭିନ୍ନ ଦିଗକୁ କମିଟି ଅନୁଧ୍ୟାନ କରିବ । ପ୍ରକଳ୍ପ ବାବଦରେ ଆବଶ୍ୟକୀୟ ପରାମର୍ଶ ଦେବ । ପ୍ରକଳ୍ପ କାର୍ଯ୍ୟକାରୀ ହେବା ପାଇଁ ନିର୍ମାଣକାରୀ ସଂସ୍ଥା ଓ ବିଭାଗକୁ ବାଟ ଦେଖାଇବ ଏହି କମିଟି । ନିୟମିତ ବ୍ୟବଧାନରେ କମିଟି ବୈଠକ ବସିବ । ଏଥିରେ ପ୍ରକଳ୍ପ ବାବଦରେ ଆଲୋଚନା ହେବ ।

ସୂଚନାଯୋଗ୍ୟ, ଏକାମ୍ର କ୍ଷେତ୍ରକୁ ଆହୁରି ଆକର୍ଷଣୀୟ କରିବା ସହ ପୁରୁଣା କୀର୍ତ୍ତିରାଜିର ପୁନରୁଦ୍ଧାର ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାର ଯୋଜନା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାକୁ ପ୍ରତ୍ୟକ୍ଷ ଭାବେ ତତ୍ତ୍ୱାବଧାନ କରୁଛନ୍ତି । ଇତିମଧ୍ୟରେ ଲିଙ୍ଗରାଜ ମନ୍ଦିର ସମ୍ମୁଖ ସ୍ଥାନକୁ ନୂଆ ରୂପ ଦିଆଯାଇଛି । ଏହା ଏବେ ଏକାମ୍ରକ୍ଷେତ୍ରର ପ୍ରମୁଖ ଆକର୍ଷଣ କେନ୍ଦ୍ର । ହଜାର ହଜାର ଶ୍ରଦ୍ଧାଳୁ ମନ୍ଦିର ସାମ୍ନାରେ ଛିଡ଼ା ହୋଇ ମହାଦୀପ ଦର୍ଶନ କରିପାରୁଛନ୍ତି । ଏହି ଯୋଜନାରେ ଆହୁରି ଅନେକ କିଛି ପ୍ରକଳ୍ପ ରହିଛି । ଲିଙ୍ଗରାଜ ମନ୍ଦିର ଚାରିପାଖରେ ଥିବା ଅନ୍ୟାନ୍ୟ କୀର୍ତ୍ତିରାଜିର ସୁରକ୍ଷା ଓ ପୁନରୁଦ୍ଧାର କରାଯିବ । ବିନ୍ଦୁସାଗର ସମେତ ଅନ୍ୟାନ୍ୟ ପବିତ୍ର ଜଳାଶୟ ନୂଆ ଜୀବନ ପାଇବ । ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଚଲାପଥ ନିର୍ମାଣ ହେବ । ଟ୍ରାଫିକକୁ ଅନ୍ୟ ରୁଟରେ ଡାଇଭର୍ଟ କରଯିବ । ଏକାମ୍ର ଯୋଜନା ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା ପାଇଁ ଇତିମଧ୍ୟରେ ଏଏସଆଇ ମହାନିର୍ଦ୍ଦେଶକଙ୍କୁ ହେରିଟେଜ ଇମ୍ପାକ୍ଟ ଆସେସମେଣ୍ଟ ରିପୋର୍ଟ ପଠାଯାଇଛି ।

ଓଡ଼ିଶା ମାଟିର ସେବା ସୁଯୋଗ ପାଇ ଧନ୍ୟ: ସଂତୃପ୍ତ

ଏକାମ୍ର ଯୋଜନା ପାଇଁ ଗଠିତ ପ୍ରକଳ୍ପ ପରାମର୍ଶଦାତା କମିଟିର ଅଧ୍ୟକ୍ଷ ଦାୟିତ୍ୱ ମିଳିଛି କର୍ପୋରେଟ ଜଗତର ସୋନାମଧନ୍ୟ ବ୍ୟକ୍ତିତ୍ୱ ଡ.ସଂତୃପ୍ତ ମିଶଙ୍କୁ । ଡ. ମିଶ୍ର ବର୍ତ୍ତମାନ ଆଦିତ୍ୟ ବିର୍ଲା ଗ୍ରୁପର ଗ୍ରୁପ୍‌ ନିର୍ଦ୍ଦେଶକ (ମାନବ ସମ୍ବଳ) ଓ କାର୍ବନ ବ୍ଲାକ ଏବଂ କେମିକାଲ୍ସ ବିଜିନେସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଛନ୍ତି । ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ କର୍ପୋରେଟ ଦୁନିଆରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଏହି ଓଡ଼ିଆ ପୁଅ ବହୁ ପ୍ରତିଷ୍ଠିତ କର୍ପୋରେଟ ସଂସ୍ଥାରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହି ନିଜ ଦକ୍ଷତା ଦେଖାଇଛନ୍ତି । ବହୁ ଜାତୀୟ ଓ ଅନ୍ତର୍ଜାତୀୟ ସମ୍ମାନରେ ସମ୍ମାନିତ ହୋଇଛନ୍ତି ।

ଉତ୍କଳ ବିଶ୍ୱବିଦ୍ୟାଳୟର ଏହି ପୁରାତନ ଛାତ୍ର ଓଡ଼ିଶା ପାଇଁ ଗୌରବ । ଏଭଳି ଜଣେ ସୁଯୋଗ୍ୟ ଓଡ଼ିଆ ପୁଅଙ୍କ ଜ୍ଞାନ ଓ ଦକ୍ଷତାକୁ ରାଜ୍ୟ ପାଇଁ ବିନିଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଏକାମ୍ର ଯୋଜନାର ପ୍ରକଳ୍ପ ପରାମର୍ଶଦାତା କମିଟି ଅଧ୍ୟକ୍ଷ ମନୋନୀତ କରିଛନ୍ତି । ଏକାମ୍ର ଯୋଜନା ପାଇଁ ତାଙ୍କୁ ଏକ ପ୍ରମୁଖ ଦାୟିତ୍ୱ ଦିଆଯାଇଥିବାରୁ ଡ. ମିଶ୍ର ବେଶ୍‌ ଖୁସି ଜାହିର କରିଛନ୍ତି । ଜଣେ ଶିବ ଭକ୍ତ ଭାବେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ସେବା ପାଇଁ ସୁଯୋଗ ମିଳିବା ତାଙ୍କ ପାଇଁ ଗୌରବର କଥା ବୋଲି ସେ କହିଛନ୍ତି । ଜନ୍ମ ମାଟି ଓଡ଼ିଶା ପାଇଁ କାମ କରିବା ନିଶ୍ଚିତ ଭାବେ ସବୁଠୁ ବଡ଼ କଥା । ଏଥିପାଇଁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ଡ. ମିଶ୍ର କହିଛନ୍ତି, ସେ ବିଶ୍ୱର ଅନେକ ଐତିହାସିକ ଓ ଧାର୍ମିକ ସ୍ଥାନ ବୁଲି ଦେଖିବା ସହ ବିଭିନ୍ନ ଯୋଜନା, ଡିଜାଇନକୁ ଅନୁଭବ କରିଛନ୍ତି । ନିଜ ଜନ୍ମ ମାଟି ଓଡ଼ିଶା ପାଇଁ ଛୋଟ ଅବଦାନ ଦେଇପାରିଲେ, ନିଜକୁ ଭାଗ୍ୟବାନ ମନେ କରିବେ । ଶ୍ରୀଲିଙ୍ଗରାଜ ସଭିଙ୍କ ପାଇଁ ଆଶା ଓ ବିଶ୍ୱାସର ପ୍ରତୀକ । ଏକାମ୍ର ପ୍ରକଳ୍ପକୁ ସଫଳ କରିବାରେ ପ୍ରଭୁ ଶ୍ରୀଲିଙ୍ଗରାଜ ଆର୍ଶୀବାଦ କରିବେ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି ।

   Related Posts