Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଟବଲର ଡିଏଗୋ ମାରାଡୋନାଙ୍କ ପରଲୋକ, ୩ ଦିନ ପୂର୍ବେ ପାଳିଥିଲେ ୬୦ତମ ଜୟନ୍ତୀ
  • ||
  • ଦୈନିକ ଆକ୍ରାନ୍ତ ତୂଳନାରେ ଆଜି କମିଲା ସୁସ୍ଥ ସଂଖ୍ୟା, ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୭୨୮
  • ||
  • ଯୋଡାମୁଣ୍ଡ ଶିଶୁ କାଳିଆର ମୃତ୍ୟୁ, ଏସସିବିରେ ଦୀର୍ଘ ଦିନ ଧରି ଥିଲେ ଚିକିତ୍ସାଧୀନ, ସୁସ୍ଥ ଅଛି ଜଗା
  • ||
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||

ଚୌଦ୍ୱାର ଜେଲରୁ ମୁକୁଳିଲେ ସାରଥି, ନମସ୍କାର କଲେ ଜେଲ ଫାଟକକୁ , ଗଣମାଧ୍ୟମକୁ କହିଲେନି କିଛି

25/07/2019 at 7:39 PM

ଚୌଦ୍ୱାର ୨୫।୭ : ଶେଷରେ ଜାମିନ ପାଇ ଚୌଦ୍ୱାର ସେଣ୍ଟ୍ରାଲ ଜେଲରୁ ମୁକୁଳିଛନ୍ତି ଆତ୍ମ ଘୋଷିତ ଭଗବାନ ସନ୍ତୋଷ ରାଉଳ ଓରଫ ସାରଥି। ୨ ଜଣ ଜାମିନଦାର ଓ ୨ ଲକ୍ଷ ଟଙ୍କା ବେଲ ବଣ୍ଡ ବଦଳରେ ସାରଥିଙ୍କୁ ଜୁଲାଇ ୨୨ ତାରିଖ ଦିନ କୋର୍ଟ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଥିଲେ। ପ୍ରାୟ ୪ ବର୍ଷ ପୂର୍ବେ ସାରଥୀଙ୍କୁ ମହିଳାଙ୍କୁ ଅସଦାଚରଣ ସମେତ ୩ଟି ମାମଲାରେ ଗିରଫ କରାଯାଇଥିବା ବେଳେ ସେ ଏପର୍ଯ୍ୟନ୍ତ ଜେଲରେ ବନ୍ଦୀ ଥିଲେ।

ଜେଲରୁ ମୁକୁଳିବା ଲାଗି ଗୁରୁବାର ତାଙ୍କର ଜାମିନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ହାଇକୋର୍ଟଙ୍କ ନିର୍ଦ୍ଦଶାନୁସାରେ ନିମ୍ନ ଅଦାଲତ ଅର୍ଥାତ କେନ୍ଦ୍ରାପଡା ଏସଡିଜେଏମଙ୍କ କୋର୍ଟରେ ସାରଥିଙ୍କ ବେଲ ବଣ୍ଡ ଦାଖଲ କରାଯାଇଥିଲା। କୋର୍ଟରେ ୨ ଜଣ ପରିଚିତ ମିଶ୍ର ଓ ପ୍ରଶାନ୍ତ କୁମାର ଦାସ ଜାମିନଦାର ପଡିଥିବା ବେଳେ ୨ଲକ୍ଷ ଟଙ୍କା ମୂଲ୍ୟର ଭୂସମ୍ପତ୍ତି  କାଗଜପତ୍ର ଦାଖଲ ହୋଇଥିଲା।   ତେବେ ଏସଡିଜେଏମଙ୍କ କୋର୍ଟ ଜାମିନ ମଞ୍ଜୁର କରିବା ପୂର୍ବରୁ ସାରଥିଙ୍କ ଲାଗି ପାଇଁ ପୁଣି ସର୍ତ୍ତ ନିର୍ଦ୍ଧାରଣ କରିଥିଲେ।

ଏଥିରେ କୋର୍ଟ ମାମଲା ନସରିବା ପର୍ଯ୍ୟନ୍ତ ସାରଥିଙ୍କୁ ବିନାନୁମତିରେ ରାଜ୍ୟ ବାହାରକୁ ଯାଇ ପାରିବେ ନାହିଁ ବୋଲି ସର୍ତ୍ତ ରଖିଛନ୍ତି। ଏସଡିଜେଏମଙ୍କ କୋର୍ଟରେ ଜାମିନ ପ୍ରକ୍ରିୟା ସରିବା ପରେ ତାଙ୍କୁ ବିଳମ୍ବିତ ସନ୍ଧ୍ୟାରେ ଚୌଦ୍ୱାର  ଜେଲରୁ ମୁକ୍ତ କରାଯାଇଥିଲା। ସାରଥିଙ୍କ ଜାମିନ ଖବର ପ୍ରଚାରିତ ହେବା ପରେ ଜେଲ ଫାଟକ ସମ୍ମୁଖରେ ଗଣମାଧ୍ୟମ ପ୍ରତିନିଧିଙ୍କ ଭିଡ ଜମିଥିଲା। ତେବେ କୋର୍ଟଙ୍କ ଜାମିନ ସର୍ତ୍ତରେ ଗଣମାଧ୍ୟମ କଟକଣା ଥିବାରୁ ସେ ଗଣମାଧ୍ୟମକୁ ଯଥାସମ୍ଭବ ଟାଳିବାକୁ ଉଦ୍ୟମ କରିଥିଲେ। ତେବେ ଜେଲରୁ ବାହାରକୁ ଆସି ସାରଥୀ ପ୍ରଥମେ ଜେଲ ଫାଟକକୁ ନମସ୍କାର କରିଥିବା ଦେଖାଯାଇଥିଲା।

ସୂଚନାଯୋଗ୍ୟ ଯେ, ୨୦୧୫ ମସିହା ଅଗଷ୍ଟ ୮ ତାରିଖରେ ସାରଥିଙ୍କୁ ୩ଟି ମାମଲାରେ ଗିରଫ କରାଯାଇଥିଲା । ଦୁଇଟି ମାମଲାରେ ପୂର୍ବରୁ ତାଙ୍କୁ ହାଇକୋର୍ଟ ଜାମିନ ପ୍ରଦାନ କରିଥିବା ବେଳେ ତୃତୀୟ ମାମଲାରେ ଗତ ସୋମବାର ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ସାରଥିଙ୍କ କେନ୍ଦ୍ରାପଡା ବାରିମୂଳ ଆଶ୍ରମର ଜଣେ ଅନ୍ତେବାସିନୀ ତାଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିଥିଲେ।  

   Related Posts