ସାରଥି ଓରଫ ସନ୍ତୋଷ ରାଉଳଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ : ବାହାରିବେ ଜେଲରୁ!

Published By : Prameya-News7 Bureau | July 22, 2019 IST

କଟକ ୨୨/୭: ୨୦୧୫ମସିହାରୁ ଜେଲରେ ଥିବା କେନ୍ଦ୍ରାପଡ଼ା ବାରିମୂଳ ଆଶ୍ରମର ସାରଥି ବାବା ଓରଫ ସନ୍ତୋଷ ରାଉଳଙ୍କୁ ଆଜି ଗୋଟିଏ ମାମଲାରେ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ତାଙ୍କ ବିରୋଧରେ ସମୁଦାୟ ୩ଟି ମାମଲା ଥିଲା। ଏହି ୩ଟି ମାମଲା ମଧ୍ୟରୁ ଇତିମଧ୍ୟରେ ସେ ଦୁଇଟି ମାମଲାରେ ଜାମିନ ପାଇସାରିଥିଲେ। ଏବେ ଶେଷ ମାମଲାରେ ମଧ୍ୟ ଜାମିନ ମିଳିବା ଯୋଗୁଁ ସେ ବାହାରକୁ ବାହାରିବା ରାସ୍ତା ଖୋଲିଛି।

୨୦୧୫ମସିହା ଅଗଷ୍ଟ ୮ତାରିଖରେ ସନ୍ତୋଷ ରାଉଳଙ୍କୁ ପୋଲିସ ଗିରଫ କରିଥିଲା। ଆଶ୍ରମର ଅନ୍ତେବାସିନୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ପ୍ରଥମେ ଗିରଫ ହୋଇଥିଲେ। ଏହାପରେ ତାଙ୍କ ବିରୋଧରେ ଅର୍ଥନୈତିକ ଅପରାଧ ମାମଲା ମଧ୍ୟ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.