ଚିକିତ୍ସାରେ ଅବହେଳା, ବଡ଼ ଅଧିକାରୀ ଫୋନ୍‌ ଉଠାଉନାହାନ୍ତି…, ଯୋଗୀ ଆଦିତ୍ୟନାଥଙ୍କୁ ଚିଠି ଲେଖି ଅଭିଯୋଗ କଲେ କେନ୍ଦ୍ରମନ୍ତ୍ରୀ

Published By : Prameya-News7 Bureau | May 09, 2021 IST

ଲକ୍ଷ୍ନୌ ୯/୫:  କରୋନା କାକଲରେ କୋଭିଡ ସଂକ୍ରମିତଙ୍କ ପାଇଁ ହୋଇଥିବା ବ୍ୟବସ୍ଥାର ସମୀକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୁରାଦାବାଦ ଏବଂ ବରେଲିରେ ପହଞ୍ଚିଥିଲେ। ଏହି ସମୟରେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ। ଅମ୍ବାଲା ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ବାର ଏବଂ ଅନ୍ୟ ବିଜେପି ନେତା ସରକାରୀ ସିଷ୍ଟମର ପୋଲ୍‌ ଖୋଲିଦେଇଥିଲେ। ରବିବାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗଙ୍ଗଓ୍ବାର ଲେଖିଥିବା ଏକ ଚିଠି ଭାଇରାଲ ହେବା ପ​‌ରେ ଚର୍ଚ୍ଚା ସୃଷ୍ଟି ହୋଇଛି।

ଶନିବାର ଏହି ଚିଠି ଗଙ୍ଗଓ୍ବାର ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥଙ୍କୁ ଦେଇଥିବା କୁହାଯାଉଛି। କରୋନା ସଂକ୍ରମିତଙ୍କ ଚିକିତ୍ସାରେ ଅବ୍ୟବସ୍ଥା ଏବଂ ଅଧିକାରୀମାନେ ଫୋନ୍ ନଉଠାଇବା ନେଇ ଚିଠି ମାଧ୍ୟମରେ ଅଭିଯୋଗ କରିଛନ୍ତି ଗଙ୍ଗଓ୍ବାର। ସଂକ୍ରମିତଙ୍କୁ ରେଫର କଲା ପରେ ବି ସରକାରୀ ମେଡିକାଲ କର୍ତ୍ତୃପକ୍ଷ ପୁଣି ଥ​‌ରେ ରେଫର ସାର୍ଟିଫିକେଟ ଆଣିବାକୁ କୁହାଯାଉଛି।  ଏଥିରେ ରୋଗୀଙ୍କ ଅବସ୍ଥା ଆହୁରି ବିଗିଡ଼ିଯାଉଛି।

ଏହା ସହ ପାରା ମନିଟର, ଭେଣ୍ଟିଲେଟର ଆଦି ମେଡିକାଲ ଉପକରଣ ଦାମ ଦେଢ଼ ଗୁଣା ବୃଦ୍ଧିକୁ ନେଇ ମଧ୍ୟ ସେ ଅଭିଯୋଗ କରିଛନ୍ତି। ସରକାର ଏହା ଉପରେ ଦାମ ହ୍ରାସ କରିବା ଦରକାର ବୋଲି କେନ୍ଦ୍ରମନ୍ତ୍ରୀ ଦାବି କରିଛନ୍ତି। ବରେଲିରେ ଚିକିତ୍ସା କ୍ଷେତ୍ରରେ କାର୍ଯ୍ୟରତ ବଡ଼ ବଡ଼ ଅଧିକାରୀ ଫୋନ୍‌ ଉଠାଉନାହାନ୍ତି ବୋଲି ଅଭିଯୋଗ କରିବା ସହ ରୋଗୀଙ୍କୁ ଅସୁବିଧା ହେଉଛି ବୋଲି ଲେଖିଛନ୍ତି।

ଅକ୍ସିଜେନ୍‌ ସିଲିଣ୍ଡର ମିଳୁନାହିଁ। ସହରର କିଛି ଲୋକେ ନିଜ ପାଖରେ ଅକ୍ସିଜେନ୍‌ ସିଲିଣ୍ଡର ରଖିବା ସହ ଚଢ଼ା ଦାମରେ ବିକ୍ରି କରୁଛନ୍ତି। ଲୋକମାନଙ୍କ କମ୍‌ ଦାମରେ ଅକ୍ସିଜେନ୍‌ ମିଳିବା ଉପରେ ସରକାର କାମ କରନ୍ତୁ। ଏହା ସହ ଆୟୁଷ୍ମାନ ଭାରତ ସହ ଜଡ଼ିତ ସମସ୍ତ ହସ୍ପିଟାଲରେ ଟିକାକରଣ ଚାଲୁ କରିବାକୁ ଯୋଗୀ ଆଦିତ୍ୟନାଥଙ୍କୁ ଚିଠି ମାଧ୍ୟମରେ କହିଛନ୍ତି ସନ୍ତୋଷ ଗଙ୍ଗଓ୍ବାର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.