Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ନଖରା ସ୍ଥିତ ରିଲାଏନ୍ସ ପେଟ୍ରୋଲ ପମ୍ପ୍ ନିକଟ‌ରେ ଅଗ୍ନିକାଣ୍ଡ
  • ||
  • ରାଉରକେଲା : ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ବରଯାତ୍ରୀ ବସ୍, ଦୁଇ ଜଣଙ୍କ ମୃତ୍ୟୁ
  • ||
  • ବଲାଙ୍ଗୀର : ନିଜ ସର୍ଭିସ୍ ବନ୍ଧୁକରୁ ଗୁଳି ଫୁଟାଇ ଆତ୍ମହତ୍ୟା କଲେ ଯବାନ !
  • ||
  • ଟାଙ୍ଗୀ : ମାନସିକ ପୂରଣ ପାଇଁ ବେକ କାଟିଦେଲେ ଭକ୍ତ, ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୧୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୯ କୋଭିଡ୍ ପଜିଟିଭ୍, ୩୩୬୯୨୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଓଲଟିଲା ବରଯାତ୍ରୀ ବସ୍, ଜଣେ ମୃତ, ୨୬ ଆହତ
  • ||
  • ମୁମ୍ବାଇ : ଭୟଙ୍କର ହେଲାଣି କରୋନା, ସ୍କୁଲ ହଷ୍ଟେଲର ୧୯୦ ଛାତ୍ର କୋଭିଡ୍ ପଜିଟିଭ୍
  • ||
  • ରାୟପୁର : ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ, ୨ ଯବାନ ସହିଦ
  • ||
  • ଆଠଗଡ଼ : ସମ୍ପର୍କରେ କଳଙ୍କ ଛିଟା, ଦିବ୍ୟାଙ୍ଗ ଝିଅକୁ ସମ୍ପର୍କୀୟ ମାମୁର ଦୁଷ୍କର୍ମ ! ଥାନାରେ ଏତଲା
  • ||

ଭିକ ମାଗୁଥିବାର ଖବରକୁ ନେଇ ପ୍ରତିକ୍ରିୟା ରଖିଲେ ସନ୍ତୋଷ ଆନନ୍ଦ: କହିଲେ, ‘ବଞ୍ଚିବା ପାଇଁ କେବଳ ଦୁଇ ବେଳା ଖାଦ୍ୟ ଆବଶ୍ୟକ’

23/02/2021 at 6:02 PM

ମୁମ୍ବାଇ ୨୩/୦୨ : ପ୍ରସିଦ୍ଧ ଗୀତିକାର ସନ୍ତୋଷ ଆନନ୍ଦ ନିକଟରେ ଇଣ୍ଡିଆନ୍ ଆଇଡଲ୍ ୧୨ ର ସେଟ୍ ରେ ପହଞ୍ଚିଥିଲେ। ଯାହା ପରଠାରୁ ସେ ଚର୍ଚ୍ଚାରେ ରହିଛନ୍ତି। ‘ଏକ ପ୍ୟାର କା ନାଗମା ହେ’ ଗୀତ ଲେଖିଥିବା ସନ୍ତୋଷ ଦୀର୍ଘ ବର୍ଷ ଧରି ଲାଇମଲାଇଟ୍ ଠାରୁ ଦୂରରେ । ଏହି ପ୍ରସିଦ୍ଧ ଗୀତିକାରଙ୍କୁ ଏବେ ଅନେକ ଜାଣନ୍ତିନି । ତେବେ ଇଣ୍ଡିଆନ୍ ଆଇଡଲ୍  ଶୋ’ରେ ପହଞ୍ଚି ସନ୍ତୋଷ ଆନନ୍ଦ ତାଙ୍କ ସଂଘର୍ଷର କାହାଣୀ କହିଥିଲେ ଯାହାକୁ ଶୁଣି ସମସ୍ତଙ୍କ ଆଖିରେ ଲୁହ ଆସିଯାଇଥିଲା । ତେବେ ଏସବୁ ଜାଣିବା ପରେ ନେହା କକ୍କର ମଧ୍ୟ ତାଙ୍କୁ ୫ ଲକ୍ଷ ଟଙ୍କା ସହାୟତା ମଧ୍ୟ ଦେଇଥିଲେ । ଯେଉଁଥିପାଇଁ ଲୋକମାନେ ସନ୍ତୋଷ ଆନନ୍ଦଙ୍କ ଆର୍ଥିକ ଅବସ୍ଥାକୁ ନେଇ ଅନେକ ପ୍ରକାରର କଥା ଆଲୋଚନା କରୁଛନ୍ତି ।ଏପରିକି ଭିକ ମାଗି ନିଜର ଜୀବିକା ନିର୍ବାହ କରୁଛନ୍ତି ବୋଲି କହି ସନ୍ତୋଷ ଆନନ୍ଦଙ୍କୁ ଲୋକମାନେ ପରିହାସ କରୁଛନ୍ତି । ଏହି ଖବରକୁ ନେଇ ଅନେକ ସେଲିବ୍ରିଟି ସନ୍ତୋଷଙ୍କୁ ସମ୍ମାନିତ କରିବାକୁ ନିବେଦନ କରୁଛନ୍ତି । ଭିକ ମାଗିବାର ମିଥ୍ୟା ଖବରରେ ସାନ୍ତୋଷ ଆନନ୍ଦ ଗଭୀର ଦୁଃଖ ପ୍ରକାଶ କରିବା ସହ ନିଜର ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି ।

PunjabKesari

ନିକଟରେ ଜିଏଲ୍ ବାଜାଜ କଲେଜରେ ଏକ କବି ସମ୍ମିଳନୀ ଆୟୋଜିତ ହୋଇଥିଲା । ଏହି ସମ୍ମିଳନୀରେ ସନ୍ତୋଷ ଆନନ୍ଦ ମଧ୍ୟ ଯୋଗ ଦେଇଥିଲେ । ଏକ ୱେବସାଇଟ୍ ସହିତ କଥାବାର୍ତ୍ତା ବେଳେ ସେ କହିଛନ୍ତି, ‘ଜଣେ ବ୍ୟକ୍ତିକୁ ଖାଇବା ପାଇଁ ମାତ୍ର ଦୁଇ ବେଳାର ଖାଦ୍ୟ ଆବଶ୍ୟକ । ମୁଁ ଆତ୍ମନିର୍ଭରଶୀଳ ଆଉ ସ୍ୱାଭିମାନୀ ଏବଂ ମୁଁ କାହାଠାରୁ ସାହାଯ୍ୟ ମାଗି ନାହିଁ । ପ୍ରେମ ଏବଂ ସମ୍ମାନ ଦୁନିଆରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ, ଟଙ୍କା ସବୁକିଛି ନୁହେଁ । ମୁଁ ମୋ ଜୀବନରେ ମୋର ନାମ ଏବଂ ଖ୍ୟାତି ସହିତ ଲୋକଙ୍କ ଭଲପାଇବା ମଧ୍ୟ ହାସଲ କରିଛି ।‘

PunjabKesari

ନେହା କକ୍କରଙ୍କ ବିଷୟରେ ସେ କହିଥିଲେ, ‘ସେ ହୃଦୟରେ ବହୁତ ଭଲ । ମୁଁ ତାଙ୍କଠାରୁ ଟଙ୍କା ନେବାକୁ ଚାହୁଁ ନଥିଲି, କିନ୍ତୁ ଯେତେବେଳେ ସେ ନିଜକୁ ମୋ ନାତୁଣୀ ବୋଲି କହିଥିଲେ, ମୁଁ ତାହାକୁ ଗ୍ରହଣ କରିଥିଲି ।’

PunjabKesari

ସନ୍ତୋଷ ଆନନ୍ଦଙ୍କ ଦୁଃଖ ଭରା କାହାଣୀ ଶୁଣିବା ପରେ ନେହା କକ୍କର ତାଙ୍କୁ ୫ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିଥିଲେ । ଏହା ସହ ନେହା କହିଥିଲେ, ‘ମୁଁ ମୋ ତରଫରୁ ୫ ଲକ୍ଷ ସହାୟତା ଦେବାକୁ ଚାହୁଁଛି । ଏଥି ସହିତ ସନ୍ତୋଷ ଜୀ ଙ୍କୁ କାମ ଦେବା ପାଇଁ ଏଣ୍ଟରଟେନମେଣ୍ଟ ଇଣ୍ଡଷ୍ଟ୍ରିକୁ ମୁଁ ନିବେଦନ କରୁଛି ।

   Related Posts