Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସ୍‌ଲାଙ୍କ ଦେହାନ୍ତ, କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ

27/05/2021 at 8:53 AM

କଟକ ୨୭।୦୫: ଓଲିଉଡ଼ ପାଇଁ ଆଉ ଏକ ଦୁଃଖଦ ଖବର । ବରିଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସ୍‌ଲାଙ୍କ ପରଲୋକ ହୋଇଯାଇଛି । କଟକ ବକ୍ସିବଜାର ସ୍ଥିତ ବାସଭବନରେ ଶାନ୍ତିରାଜଙ୍କ ପରଲୋକ ହୋଇଯାଇଛି । ଶାନ୍ତିରାଜଙ୍କ ମୃତ୍ୟୁର ଖବର ପାଇ ଶୋକ ପ୍ରକାଶ କରିଛନ୍ତି ଅନେକ ବରିଷ୍ଠ କଳାକାର ।

ଖବର ଅନୁଯାୟୀ, ଓଲିଉଡର ବରିଷ୍ଠ ସଙ୍ଗୀତ ନିର୍ଦେଶକ ଶାନ୍ତିରାଜ ଖୋସଲା ଆଉ ନାହାନ୍ତି। କିଛିଦିନ ହେବ କୋଭିଡ ରେ ଆକ୍ରାନ୍ତ ଥିଲେ।ତେବେ ଆଜି ଦେହ ଭୀଷଣ ଖରାପ ହେବାରୁ ମେଡିକ୍ୟାଲ ନେବା ବାଟରେ ଚାଲିଯାଇଥିଲେ ଶାନ୍ତିରାଜଙ୍କ ପ୍ରାଣବାୟୁ । ଯାହାଫଳରେ  ସବୁଦିନ ପାଇଁ ଆଖିବୁଜିଦେଲେ ଶାନ୍ତିରାଜ ଖୋସଲା। ବହୁ ଆଲବମ ଓ ଓଲିଉଡ ରେ ସଙ୍ଗୀତ ନିର୍ଦେଶନା ଦେଇ ଚର୍ଚ୍ଚା ର କେନ୍ଦ୍ରବିନ୍ଦୁ ହୋଇଥିଲେ।ବୟସ ପାଖାପାଖି ୫୩ ବର୍ଷ ହେବ ।

ଓଡ଼ିଆ ସିନେ ଜଗତରେ ସେ ଜଣେ ପ୍ରତିଷ୍ଠିତ ସଙ୍ଗୀତକାର ଭାବେ ଖୁବ୍ ପରିଚିତ ଥିଲେ । ଗତ କିଛିଦିନ ହେବ କୋଭିଡ଼ ରେ ଆକ୍ରାନ୍ତ ହୋଇ ସେ ନିଜ କଟକ ସ୍ଥିତ ବାସଭବନରେ ଚିକିତ୍ସିତ ହେଉଥିଲେ। ଆଜି ସକାଳୁ ହଠାତ୍ ଦେହ ଖରାପ ହେବାରୁ ତାଙ୍କୁ ମେଡିକାଲ୍ ନିଆଯାଉଥିଲା , କିନ୍ତୁ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ମୃତ୍ୟୁ ରେ ସଙ୍ଗୀତ ଜଗତ ଓ ସିନେ ଜଗତର ବିରାଟ କ୍ଷତି ହୋଇଛି ବୋଲି କୁହାଯାଏପାରେ ।

ଶାନ୍ତିରାଜ ନିଜ ଫିଲ୍ମ କ୍ୟାରିୟରରେ ଅନେକ ସୁପରହିଟ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି । ତାମଧ୍ୟରୁ ଧନରେ ରଖିବୁ ଶପଥ ମୋର.  ବାଇଶି ପାହାଚେ ଖେଳିବ ମୀନ,  ତୋର ମୋର ଯୋଡି ସୁନ୍ଦର.  ଫେରିଆ ପରି ୨୦ରୁ ଅଧିକ ସିନେମା ଆଉ ୨ ହଜାର ରୁ ଅଧିକ ଆଲବମ ଗୀତରେ ସେ ସଂଗୀତ ନିର୍ଦେଶନା ଦେଇଥିଲେ । ଶାନ୍ତିରାଜ  ଫେରିଆ ପାଇଁ ରାଜ୍ୟ ଚଳଚିତ୍ର ପୁରସ୍କାର ପାଇଥିଲେ ।  

   Related Posts