ଦୁର୍ଗାପୂଜା ଉପଲକ୍ଷେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ

Published By : Prameya-News7 Bureau | October 12, 2020 IST

ଭଦ୍ରକ ୧୨।୧୦: ଦୁର୍ଗାପୂଜା ଉପଲକ୍ଷେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଜିଲ୍ଲା ପୋଲିସ ପକ୍ଷରୁ ଶାନ୍ତି କମିଟି ବୈଠକ ଆୟୋଜନ କରିଛି । ଭଦ୍ରକ ପୁରୁଣା ବଜାର ଥାନା ପରିସରରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ପୁରୁଣା ବଜାର ଥାନା ପରିସରରେ ଆୟୋଜିତ ଏହି ବୈଠକରେ ଭଦ୍ରକ ଏସଡିପିଓ ସାର୍ଥକ ରାୟଙ୍କ ସହ ଚଉଦ ମହଲା ମୁସଲିମ ଜମାତର ସଭାପତି ହାଜୀ ମହମ୍ମଦ ଅବଦୁଲ ବାରି ଓ ହିନ୍ଦୁ ସୁରକ୍ଷା ସମିତିର ସଭାପତି ବିଦ୍ୟାଧର ସାହୁ ଉପସ୍ଥିତ ରହିଥିଲେ । ବୈଠକରେ ଦୁର୍ଗାପୂଜା ପାଳନ ଅବସରରେ ଶାନ୍ତି ଓ ସୌହାର୍ଦ୍ଦ୍ୟ ପୂର୍ଣ ବାତାବରଣ ବଜାୟ ରଖିବା ପାଇଁ ପୋଲିସ ଅନୁରୋଧ କରିଛି । କାରୋନାର କଟକଣାକୁ ବଜାୟ ରଖିବା ସହ ପ୍ରଶାସନିକ ନିୟମକୁ ମାନିବା ନେଇ ଉପସ୍ଥିତ ସଦସ୍ୟ ମାନେ ମତ ରଖିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.