Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ସଂସଦରେ ଏନ ଆର ସି କମ୍ପନ

31/07/2018 at 1:17 PM

ନ୍ୟାସନାଲ ରେଜିଷ୍ଟର ଅଫ ସିଟିଜେନ୍ସରୁ ୪୦ ଲକ୍ଷ ଆସାମ ବାସୀ ବାଦ ପଡିବା ନେଇ ରାଜନୀତି ଅଧିକରୁ ଅଧିକ ଉଷ୍ମ ହୋଇଛି । ସଂସଦରେ ଆଜି ଏନେଇ କମ୍ପନ ସୃଷ୍ଟି ହୋଇଛି । ସରକାର ନାଗରିକ ଏବଂ ଏନଆରସି ପ୍ରସଙ୍ଗରେ ରାଜନୀତି କରୁଥିବା ଆକ୍ଷେପ କରିଛନ୍ତି ବିରୋଧି । କହିଛନ୍ତି , ଦେଶର ଜନତାଙ୍କୁ ନିଜ ଦେଶରେ ଶରଣାର୍ଥୀ ସଜାଇଛନ୍ତି ଏନଡିଏ ସରକାର ।ବିଜେପି ତାର କଡା ଜବାବ ରଖିଛି ।ରାଜ୍ୟସଭାରେ ବିଜେପି ଅଧ୍ୟକ୍ଷ ଅମିତ ଶାହା ଏହି ପ୍ରସଙ୍ଗରେ ଓଲଟା କଂଗ୍ରେସ ଆଡକୁ ଅଙ୍ଗୁଳି ଦେଖାଇଛନ୍ତି । , କହିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଦିବଙ୍ଗତ କଂଗ୍ରେସ ନେତା ରାଜୀବ ଗାନ୍ଧିଙ୍କ ଦ୍ବାରା ସ୍ବାକ୍ଷରିତ ଆସାମ ଚୁକ୍ତି ହିଁ ହେଉଛି NRC ର ଆତ୍ମା । ସୁପ୍ରିମକୋର୍ଟଙ୍କ ତତ୍ବାବଧାନରେ ପ୍ରସ୍ତୁତ NRC ରୁ ଆସାମରେ ୪୦ ଲକ୍ଷ ଲୋକଙ୍କ ନାମ ବାଦ ପଡିବା ନେଇ ଦେଶବ୍ୟାପି ପ୍ରିତିକ୍ରିୟା ଦେଖା ଦେଇଛି । ଏନେଇ ପ୍ରଥମେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତୀବ୍ର ପ୍ରତିକ୍ରିୟା ରଖି କେନ୍ଦ୍ଦର ଏନଡିଏ ସରକାର ଏବଂ ବିଜେପିକୁ ସମାଲୋଚନା କରିଥିଲେ । ଆଜି ରାଜ୍ୟସଭାରେ କଂଗ୍ରେସ ନେତା ଗୁଲାମନବୀ ଆଜାଦ, ପ୍ରକୃତ ନାଗରିକଙ୍କୁ ଦେଶରୁ ନନିକାଲିବାକୁ କହିଛନ୍ତି । ଭୋଟ ପାଇଁ NRDକୁ ନେଇ ରାଜନୀତି ନକରିବାକୁ ଏବଂ ଏହାକୁ ହିନ୍ଦୁ- ମୁସଲିମ ପ୍ରସଙ୍ଗ ନକରିବାକୁ କହିଛନ୍ତି । ସେପଟେ ବିରୋଧି ମାନେ ବେଆଇ ବାଂଲା ଶରଣାର୍ଥୀଙ୍କୁ ଭାରତୀୟ କରିବାକୁ ଉଦ୍ୟମ କରୁଛନ୍ତି ବୋଲି ଆକ୍ଷେପ କରିଛି ବିଜେପି । ଅମିତ ଶାହା କଂଗ୍ରେସକୁ ଦେଷ ଠେଲି ଖେଳିଛନ୍ତି ରାଜୀବ ଗାନ୍ଧି କାର୍ଡ ।ସେପଟେ ଏହି ପ୍ରସଙ୍ଗରେ ଗୃହମନ୍ତ୍ରୀ ରାଜନାଥ ସିଂହ ବକ୍ତବ୍ୟ ରଖିବେ ବୋଲି କହିଛନ୍ତି ରାଜ୍ୟସଭା ଅଧ୍ୟକ୍ଷ

   Related Posts