Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ବୁଧବାର ଲଞ୍ଚ ହେବ ସଂସଦ ଟିଭି, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା

14/09/2021 at 8:35 PM

ନୂଆଦିଲ୍ଲୀ ୧୪/୦୯: ବୁଧବାର ଲଞ୍ଚ ହେବ ସଂସଦ ଟିଭି। ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଲୋକସଭା ବାଚସ୍ପତି ଓମ ବିର୍ଲା ମିଳିତ ଭାବେ ସଂସଦ ଟିଭି ଲଞ୍ଚ କରିବେ। ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ତର୍ଜାତୀୟ ଗଣତନ୍ତ୍ର ଦିବସରେ ଲଞ୍ଚ ହେବ ସଂସଦ ଟିଭି ।  

ସେପ୍ଟେମ୍ବର ୧୫ରେ ଶୁଭାରମ୍ଭ ହେବାକୁ ଯାଉଥିବା ଏହି ନୂତନ ଚ୍ୟାନେଲରେ ବରିଷ୍ଠ କଂଗ୍ରେସ ନେତା କର୍ଣ୍ଣ ସିଂହ, ଅର୍ଥଶାସ୍ତ୍ରୀ ବିବେକ ଦବରୟ, ନୀତି ଆୟୋଗ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଅମିତାଭ କାନ୍ତ ଓ ଓକିଲ ହେମନ୍ତ ବାତ୍ରା ଭିନ୍ନ ଭିନ୍ନ ଶୋର ଉପସ୍ଥାପନା କରିବେ । ଯେତେବେଳେ ସଂସଦ ଅଧିବେଶନ ଆରମ୍ଭ ହେବ ସେହି ସମୟରେ ସଂସଦ ଟିଭିର ଦୁଇଟି ଚ୍ୟାନେଲରେ ଲୋକସଭା ଏବଂ ରାଜ୍ୟସଭାର ଗୃହକାର୍ଯ୍ୟର ପ୍ରସାରଣ କରାଯିବ।

ଏହି ଚ୍ୟାନେଲକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉପ ରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଏବଂ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରାଯିବ। କଂଗ୍ରେସର ବରିଷ୍ଠ ନେତା କର୍ଣ୍ଣ ସିଂହ ଧର୍ମ ବିଷୟ ବସ୍ତୁ ଉପରେ କାର୍ଯ୍ୟକ୍ରମ ପ୍ରସ୍ତୁତ କରୁଥିବା ବେଳେ ବିବେକ ଦେବରୟ ଇତିହାସ ଏବଂ ଅମିତାଭ କାନ୍ତ ଭାରତର ପରିବର୍ତ୍ତନ ବିଷୟରେ କାର୍ଯ୍ୟକ୍ରମ ସଂଚାଳିତ କରିବେ। ହେମନ୍ତ ବାତ୍ରା ଆଇନ ସଂପର୍କିତ ବିଷୟରେ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବେ।

ଅର୍ଥ ମନ୍ତ୍ରଣାଳୟର ପ୍ରମୁଖ ପରାମର୍ଶଦାତା ସଞ୍ଜୀବ ସାନ୍ୟାଲ ଅର୍ଥନୀତି ଏବଂ ଏଣ୍ଡୋକ୍ରାଇନୋଲୋଜିର ଜଣାଶୁଣା ଚିକିତ୍ସକ ଅମ୍ବିରଶ ନିଥାୟୀ ସ୍ଵାସ୍ଥ୍ୟ ସମ୍ବନ୍ଧିତ ପ୍ରସଙ୍ଗରେ କାର୍ଯ୍ୟକ୍ରମ ସଞ୍ଚାଳନ କରିବେ। ଭାରତୀୟ ପ୍ରଶାସନିକ ସେବାର ଅବସରପ୍ରାପ୍ତ ଅଧିକାରୀ ତଥା ବୟନ ମନ୍ତ୍ରଣାଳୟର ପୂର୍ବତନ ସଚିବ ରବି କପୁର ସଂସଦ ଟିଭିର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଅଛନ୍ତି । ଅନ୍ୟପଟେ ଲୋକସଭା ସଚିବାଳୟର ଯୁଗ୍ମ ସଚିବ ମନୋଜ ଆରୋରା ଏହାର ବିଶେଷ କାର୍ଯ୍ୟ ଅଧିକାରୀ(ଓଏସଡି) ରହିଛନ୍ତି।

   Related Posts