ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ

Published By : Prameya-News7 Bureau | November 28, 2021 IST

ଭୁବନେଶ୍ୱର, ୨୮|୧୧: ସୋମବାରଠୁ ଆରମ୍ଭ ହେବ ସଂସଦର ଶୀତକାଳୀନ ଅଧିବେଶନ । ଏହା ପୂର୍ବରୁ ରବିବାର ପୂର୍ବାହ୍ନ ସାଢେ ୧୧ଟାରେ ସର୍ବଦଳୀୟ ବୈଠକ ବସିବ। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ବିରୋଧୀ ଦଳର ନେତାମାନେ ସାମିଲ ହେବେ।

ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଏହି ବୈଠକ ବେଶ ଗୁରୁତ୍ବ ବହନ କରୁଛି । ଏହି ବୈଠକ ପରେ ଅପରାହ୍ନ ୪ଟାରେ ଏନଡିଏର ମଧ୍ୟ ଗୁରୁତ୍ବପୂର୍ଣ୍ଣ ବୈଠକ ହେବ। କୁହାଯାଉଛି ଯେ, ଶୀତକାଳୀନ ଅଧିବେଶନ ପାଇଁ ଏନଡିଏ ରଣନୀତି ପ୍ରସ୍ତୁତ କରିବ। ଅନ୍ୟପଟେ ରାଜ୍ୟସଭାରେ ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖଡଗେ ସୋମବାର ପୂର୍ବାହ୍ନ ୧୦ଟାରେ ବିରୋଧୀ ଦଳର ବୈଠକ ଡାକିଛନ୍ତି। ଏହି ବୈଠକରେ ସାଂସଦ ରାହୁଲ ଗାନ୍ଧୀ ମଧ୍ୟ ଉପସ୍ଥିତ ରହିବେ। ବିରୋଧୀ ଦଳର ବୈଠକରେ ଦରବୃଦ୍ଧି ଓ କୋଭିଡ-୧୯ରେ ପୀଡିତ ଅନୁକମ୍ପାମୂଳକ ରାଶି ଉପରେ ଚର୍ଚ୍ଚା ହୋଇପାରେ।

ସେହିପରି ୩ କୃଷି ଆଇନ ରଦ୍ଦ ନେଇ ଶୀତକାଳୀନ ଅଧିବେଶନର ପ୍ରଥମ ଦିନରେ ଆସିବ ବିଲ୍ । ସୋମବାର ଲୋକସଭାରେ ଏହାକୁ ଆଗତ କରିବେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର । ଏଥିସହ ଆନ୍ଦୋଳନ ଶେଷ କରିବା ଲାଗି ଚାଷୀଙ୍କୁ ଅପିଲ କରିଛନ୍ତି କୃଷିମନ୍ତ୍ରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.