ନିଜ କରୋନା ଟିକା ଉପରେ ସନୋଫିର ବଢିଲା ବିଶ୍ବାସ, ବଞ୍ଚିଯିବ ୮ଲକ୍ଷରୁ ଅଧିକ ଲୋକଙ୍କ ଜୀବନ

Published By : Prameya-News7 Bureau | August 29, 2020 IST

ନୂଆଦିଲ୍ଲୀ ୨୯।୮: ସନୋଫିର ନିଜ କରୋନା ଭାଇରସ୍ ଟିକା ଉପରେ ବିଶ୍ବାସ ବଢିଛି । ଏବେ ଫ୍ରାନ୍ସର ଔଷଧ ନିର୍ମାଣକାରୀ କମ୍ପାନୀ ଏହାର କ୍ଲିନିକାଲ୍ ପରୀକ୍ଷଣ ଆରମ୍ଭ କରିବା ପାଇଁ ପ୍ରସ୍ତୁତି ଚଳାଇଛି । ଏହାର ମୁଖ୍ୟ କାର୍ଯ୍ୟ ନିର୍ବାହୀ ରୟଟର୍ସକୁ କହିଛନ୍ତି ଯେ, ସାରା ବିଶ୍ବରେ କରୋନା ଭାଇରସ୍ ମହାମାରୀର ମୁକାବିଲା ପାଇଁ ପ୍ରାୟ ୧୫୦ ପ୍ରକାରର ଟିକା ଉପରେ ଗବେଷଣା ଚାଲିଥିବା ବେଳେ ଏଥିମଧ୍ୟରୁ ଦୁଇଟିରେ କମ୍ପାନୀ ଅନୁଧ୍ୟାନ ଜାରି ରଖିଛି । ଯାହା ୮୩୧,୦୦୦ ରୁ ଅଧିକ ଲୋକଙ୍କ ଜୀବନ ବଞ୍ଚିଯିବ ବୋଲି କମ୍ପାନୀ ଦାବି କରିଛି ।

ଏହି ଦୁଇଟି ଟିକା ବ୍ରିଟେନର ଗ୍ଲାକ୍ସୋ ସ୍ମିଥକ୍ଲାଇନ୍ (ଜିଏସକେ) ଏବଂ ଅନ୍ୟଟି ଆମେରିକୀୟ କମ୍ପାନୀରେ ବିକଶିତ ହେଉଛି । ଏହା mRNA ନାମକ ଏକ ଭିନ୍ନ ପ୍ରଯୁକ୍ତିବିଦ୍ୟା ଉପରେ ନିର୍ଭର କରୁଛି । ଜିଏସକେ ସହିତ ବିକଶିତ ହେଉଥିବା ଟିକା ବିଷୟରେ ସେ କହିଛନ୍ତି ପ୍ରାରମ୍ଭିକ ତଥ୍ୟ କହୁଛି ଯେ ଆମେ ସଠିକ୍ ରାସ୍ତାରେ ଅଛୁ ଏବଂ ଆମର ଟିକା ଅଛି। ସେହି ଟିକା ଆସନ୍ତା ମାସରେ କ୍ଲିନିକାଲ୍ ପରୀକ୍ଷା ଆରମ୍ଭ କରିବାକୁ ଯାଉଛି ।

ପ୍ରାୟ ୩୦ଟି ପରୀକ୍ଷାମୂଳକ କରୋନା ଭାଇରସ୍ ସଟ୍ ମାନବ ପରୀକ୍ଷଣ ଜାରି ରଖିଛି । କିନ୍ତୁ ସେ କହିଛନ୍ତି ସାନୋଫିରେ ୭୦% ରୁ ଅଧିକ ଫଳପ୍ରଦ ଟିକା ପାଇବା ସମ୍ଭାବନା ପ୍ରତିଦ୍ବନ୍ଦ୍ବୀମାନଙ୍କ ତୁଳନାରେ ଅଧିକ ଥିଲା । ଆସନ୍ତା ବର୍ଷ ଦୁଇଟି ଟିକା ମିଳିବ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.