Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ୟାଟସମ୍ୟାନଙ୍କ ପରେ ବିଫଳ ହେଲେ ଆରସିବି ବୋଲର, ‘କର ବା ମର’ ମ୍ୟାଚରେ ୫ ଓ୍ୱିକେଟରେ ଜିତିଲା ହାଇଦ୍ରାବାଦ
  • ||
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||

୧୬ ବର୍ଷୀୟ ଯୁବତୀ ଗୋଟିଏ ଦିନ ପାଇଁ ହେଲେ ଫିନଲାଣ୍ଡର ପ୍ରଧାନମନ୍ତ୍ରୀ, ମହିଳା ସଶକ୍ତିକରଣ ଉପରେ ଦେଲେ ଜୋର

7/10/2020 at 10:28 PM

ନୂଆଦିଲ୍ଲୀ ୦୭।୧୦: ଆପଣଙ୍କୁ ଅନିଲ କୁମାରଙ୍କ ଅଭିନୀତ ୨୦୦୧ ମସିହାରେ ରିଲିଜ୍ ହିନ୍ଦୀ ଫିଲ୍ମ ‘ନାୟକ’ ମନେ ଥିବ। ଏହି ଫିଲ୍ମରେ ଅନିଲ୍ କପୁର ଗୋଟିଏ ଦିନ ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଫିଲ୍ମରେ ଅମରିଶ ପୁରୀ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଥିଲେ। ସେ ନିଜର କ୍ଷମତା ଏବଂ ଅଧିକାର ବଳରେ ଅନିଲ କପୁରଙ୍କ ୨୪ ଘଣ୍ଟା ପାଇଁ ମୁଖ୍ୟମନ୍ତ୍ରୀ ଦାୟିତ୍ଵ ଦେଇଥିଲେ। ଏହି ସ୍ଵଳ୍ପ ସମୟରେ ଅନିଲ୍ କପୁର ତତ୍କାଳ ଅନେକ ନିଷ୍ପତ୍ତି ନେଇ ମୁମ୍ବାଇ ସହରର ଅବସ୍ଥାରେ ଅନେକ ସୁଧାର ଆଣିଥିଲେ। ଏହା କେବଳ ଫିଲ୍ମରେ ଦେଖିବାକୁ ମିଳିଥାଏ କିନ୍ତୁ ବାସ୍ତବରେ ଏମିତି ଘଟିନଥାଏ।

କିନ୍ତୁ ନିକଟରେ ଫିନଲାଣ୍ଡରେ ଏହି ଧରଣର ଘଟଣା ଦେଖିବାକୁ ମିଳିଛି। ଏଏଫପିର ରିପୋର୍ଟ ଅନୁଯାୟୀ, ପ୍ରଧାନମନ୍ତ୍ରୀ ବୁଧବାର ଜଣେ ୧୬ ବର୍ଷୀୟ କିଶୋରୀଙ୍କୁ ନିଜର କ୍ଷମତା ହସ୍ତାନ୍ତର କରିବା ପରେ ସାଧାରଣ ଦିନ ଅପେକ୍ଷା ଅଧିକ ଶାନ୍ତ ରହିଥିଲେ। କହିବାକୁ ଗଲେ ମାରିନ ଜଣେ କିଶୋରଙ୍କୁ ଗୋଟିଏ ଦିନ ପାଇଁ ଦେଶର ପ୍ରଧାନମନ୍ତ୍ରୀ କରିଥିଲେ।

ଯୁବତୀ ହେଉଛନ୍ତି ଦକ୍ଷିଣ ଫିନଲାଣ୍ଡର ଭାସ୍କି ଅଞ୍ଚଳର ଆଭା ମୁର୍ଟୋ। ପ୍ରଧାନମନ୍ତ୍ରୀ ପଦ ପାଇବା ପରେ ସେ ନ୍ୟାୟ କୁଳପତିଙ୍କ ସହ ସାକ୍ଷାତ କରିଥିଲେ। ଏହା ପରେ ସଂସଦର ପାହାଚରେ ଗଣମାଧ୍ୟମକୁ ସାମ୍ନା କରିବା ସମୟରେ ସେ କହିଛନ୍ତି ଯେ ଆଜିର ଦିନଟି ତାଙ୍କ ପାଇଁ ହେଉଛି ରୋମାଞ୍ଚକର ଦିନ। ସେ ମହିଳା ସଶକ୍ତିକରଣ ଉପରେ ଜୋର ଦେଇଛନ୍ତି।

ଆଭା ଜଳବାୟୁ ପରିବର୍ତ୍ତନ ଏବଂ ମାନବ ଅଧିକାର ସମ୍ବନ୍ଧିତ ପ୍ରସଙ୍ଗରେ ଏକ ସକ୍ରିୟ ପ୍ରଚାରକ ଅଟନ୍ତି। ବୁଧବାର ସେ ବିକାଶ ଓ ବୈଦେଶିକ କାରବାର ପାଇଁ ଅନେକ ସାଂସଦ ଓ ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ସେ କହିଛନ୍ତି ଆମକୁ ଏହା ଅନୁଭବ କରିବାର ଆବଶ୍ୟକତା ରହିଛି ଯେ ମହିଳା କେତେ ମହତ୍ଵପୂର୍ଣ୍ଣ ଏବଂ ସେମାନେ ଅଦୌଗିକି କ୍ଷେତ୍ରରେ ପୁରୁଷଙ୍କଠୁ ମଧ୍ୟ ଉନ୍ନତ। ମୋତେ ଲାଗୁଛି ଯୁବକମାନେ ବୟସ୍କମାନଙ୍କୁ ଅଧିକ ଅଭିବନ ହେବା ଏବଂ ଭବିଷ୍ୟତ ବିଷୟରେ ଅଧିକ ଚିନ୍ତା କରିବାକୁ ଶିକ୍ଷା ଦେଇପାରନ୍ତି।

‘ପିଏମ ପାଇଁ ଗୋଟିଏ ଦିନ’ ପଦକ୍ଷେପ ଏକ ବିଶ୍ୱସ୍ତରୀୟ ‘ବାଳିକା ଟେକ୍ଅଭର’ ଅଭିଯାନର ଏକ ଅଂଶ। ଶିଶୁ ଅଧିକାର ଚାରିଟି ପ୍ଲାନ ଇଣ୍ଟରନ୍ୟାସନାଲ ଦ୍ୱାରା ଏହା ସଞ୍ଚାଳିତ ହେଉଛି। ବୈଷୟିକ ଶିଳ୍ପରେ ବାଳିକାମାନଙ୍କ ଡିଜିଟାଲ୍ ଦକ୍ଷତା ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ମହିଳାମାନଙ୍କ ଅନଲାଇନ୍ ନିର୍ଯ୍ୟାତନା ସମସ୍ୟାକୁ ଉଜାଗର କରିବା ଏହି ସଂଗଠନ ଲକ୍ଷ୍ୟ।

ଫିଲିପାଇନ୍ସ, ନେଦରଲାଣ୍ଡ, ଗ୍ଵାଟେମାଲା ଓ ଏଲ ସାଲଭାଡୋର ପରି ଦେଶରେ ଫେସବୁକ, ମାଇକ୍ରୋସୋଫ୍ଟ ଟ୍ଵିଟର ଓ ସାମସଙ୍ଗ ପରି ପ୍ରମୁଖ କମ୍ପାନୀରେ କିଶୋରୀମାନଙ୍କୁ ଶୀର୍ଷ ପଦରେ ସୁଯୋଗ ଦିଆଯାଇଛି।

   Related Posts