ଝିଅଙ୍କ ସଂକୀର୍ତ୍ତନ- ପରମ୍ପରାକୁ ଉଦ୍‌ଜୀବିତ ପାଇଁ ପ୍ରଚେଷ୍ଟା, ଆୟୋଜିତ ହେଲା ସଂକୀର୍ତ୍ତନ ପ୍ରତିଯୋଗିତା

Published By : Prameya-News7 Bureau | January 13, 2020 IST

ବାରଙ୍ଗା ୧୩।୦୧ - ଆଙ୍କର-ଟିକ୍ଟକ,ହ୍ବାଟ୍ସ ଆପ ଓ ଫେସବୁକ ଭଳି ସୋସିଆଲ ନେଟଓ।ର୍କର ବ୍ୟସ୍ତତା ଭିତରେ ହଜି ଯାଇଛି ଓଡିଶାର ମହାନ ପାରମ୍ପରିକ କଳା ସଂସ୍କୃତି । ଯୁବପିଢିଙ୍କ ମଧ୍ୟରେ ଏହାର ଆଗ୍ରହ ବୃଦ୍ଧି ପାଇଁ ଭୁବନେଶ୍ବର ଉପକଣ୍ଠ ଇଞଣାରେ ସଂକିତ୍ରନ ପ୍ରତିଯୋଗିତାର ଆୟୋଜନ ହୋଇଛି ।ଚଳିତବର୍ଷ ଓଡିଶାର ବିଭିନ୍ନ କୋଣରୁ 16 ଟି ସଂକିର୍ତନ ଗୋଷ୍ଟି ପ୍ରତିଯୋଗିତା ଭାଗନେଇ ପୁରସ୍କୃତହୋଇଛନ୍ତି। 

{"id":210643,"sizeSlug":"large"}

ଗାଁ ଗଣ୍ଡାର ମନରଞନ କାର୍ଯୟକ୍ରମରେ ଆଉ ଆଗଭଳି ପାଲା,ଦାସକାଠିଆ ,ସଂଙ୍କିର୍ତନ ଘୋଡାନାଚ ଭଳି ଓଡିଶାର ପାରମ୍ପରିକ ଲୋକକଳା ଦେଖିବାକୁ ମିଳୁନାହିଁ ।ଛୋଟରୁ ବଡ ପର୍ଯୟ’ ସମସ୍ତ ମୋବାଇଲ ଧରି ଟିକ୍ଟକ୍ ,ହ୍ବାଟ୍ସଆପ ଓ ଫେସବୁକ ମାଧ୍ୟମରେ ମନୋରଞ୍ଜନ କରିବାରେ ବ୍ୟସ୍ତ ।ପାରମ୍ପରିକ କଳା ସଂସ୍କୃତି ପ୍ରତି ଆଧୁନିକ ସମାଜ ଏବେ ଦୁରେଇ ଯାଉଛି ଏକଥାରେ କାହାରି ଚିନ୍ତା ନାହିଁ ।

{"id":210640,"sizeSlug":"large"}

ଏହାକୁ ବଞ୍ଚେଇ ରଖିବା ସହିତ ନୂତପିଢିଙ୍କ ମଧ୍ୟରେ ଆଗ୍ରହ ବୃଦ୍ଧି ପାଇଁ ଭୁବନେଶ୍ବର ଉପକଣ୍ଠ ଇଞଣାଗ୍ରମବାସୀସଂକିର୍ତନ ପ୍ରତିଯୋଗିତାର ଆୟୋଜନ କରିଛନ୍ତି । ଓଡିଶାର ବିଭିନ୍ନ କୋଣରୁ ୧୬ ଟି ସଂକିର୍ତନ ଗୋଷ୍ଟି ଏଥିରେ ଭାଗ ନେଇ କଳା ପଦର୍ଶନ କରି ପୁରସ୍କୃତ ହୋଇଛନ୍ତି ।ଚଳିତବର୍ଷର ସଂକିର୍ତନ ପ୍ରତିଯୋଗିତାରେ ଏକାଧିକ ସଂଖ୍ୟାର ଛୋଟଛୋଟ ଝିଅ ମାନେ ଭାଗ ନେଇ ଥିବାରୁ ଏହା ଏକ ଭିନ୍ନ ଆକର୍ଷଣ ସୃଷ୍ଟି ହୋଇଛି । ନୂତନ କଳାକାରମାନେ ନିଜ ନିଜ ବଂଶାନୁକ୍ରମିକ କଳା ସଂସ୍କୃତିକୁ ବଞ୍ଚେଇବା ପାଇଁ ଆଗ୍ରହ ପ୍ରକଟ କରିବା ଏକ ଶୁଭ ସଂକେତ ରୁପେ ଏହାକୁ ଗ୍ରହଣ କରି ହେବ ।

{"id":210642,"sizeSlug":"large"}

ଗ୍ରାମରେ ବହୁବର୍ଷ ଧରି ଏପରି ସାଂସ୍କୃତିକ କାର୍ଯୟକ୍ରମ ଅନୁଷ୍ଟିତ ହୋଇ ଆସୁଛି । ଏବେ କଳାକାର ଓ ଦର୍ଶକ ଙ୍କ ମଧ୍ୟରେ ଆଗ୍ରହ ଅଭାବ ହେଉଛି । ପ୍ରତିଯୋଗିତା ମାଧ୍ୟମରେ ନୂତନ ପିଢିଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି ହେବା ସହିତ ଏପରି ଲୋକକଳା ବଂଚି ପାରିବ ନେଇ ଗ୍ରାମବାସୀ ଆଶା ବାନ୍ଧିଛନ୍ତି । ଏଥିସହିତ ଦର୍ଶକ ଙ୍କ ଆଗ୍ରହବୃଦ୍ଧିପାଇଁ ଅନୁଷ୍ଟାନ ତରଫରୁ ଗରିବ ଦର୍ଶକଙ୍କୁ ଶୀତବସ୍ତ୍ର ବଣ୍ଟନ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.