ସାନଖେମୁଣ୍ଡି ବିଜେପି ପକ୍ଷରୁ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା: ତପ୍ତପାଣି ମା କନ୍ଧୁଣି ଦେବୀଙ୍କୁ କଲେ ଦର୍ଶନ, ସମସ୍ୟାର ସ୍ଥାୟୀ ପ୍ରତିକାର ପାଇଁ ଦେଲେ ପ୍ରତିଶ୍ରୁତି
19/12/2020 at 10:03 PM

ସାନଖେମୁଣ୍ଡି୧୯/୨୦: ଶନିବାର ବାଲେଶ୍ଵର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ବ୍ରହ୍ମପୁର ସ୍ଥିତ ଦଳୀୟ କାର୍ଯ୍ୟକ୍ରମ ଯୋଗ ଦେବା ପାଇଁ ଆସୁଥିବା ବେଳେ ତପ୍ତପାଣି ଠାରେ ସାନଖେମୁଣ୍ଡି ବିଜେପି ପକ୍ଷରୁ ତାଙ୍କୁ ଫୁଲ ତୋଡା ଦେଇ ସ୍ୱାଗତ ସମ୍ବର୍ଦ୍ଧିତ କରାଯାଇଛି। ବିଜେପି ଓବିସି ମୋର୍ଚ୍ଚା ସାଧାରଣ ସମ୍ପାଦକ ତଥା ସାନଖେମୁଣ୍ଡି ବିଜେପି ବିଧାୟକ ପ୍ରାର୍ଥୀ ବିଜୟ ସ୍ୱାଇଁଙ୍କ ନେତୃତ୍ୱରେ ବହୁ ବିଜେପି କର୍ମୀ ଯୋଗ ଦେଇ କେନ୍ଦ୍ର ମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ। ଏହି ସମୟରେ ତପ୍ତପାଣିର ମା କନ୍ଧୁଣି ଦେବୀଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ ମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ।

ଏହା ପରେ ସ୍ଥାନୀୟ ଜନସାଧାରଣ ଓ ବିଜେପି କର୍ମୀ ସଦସ୍ୟ ମାନେ ତପ୍ତପାଣି ପଯ୍ୟଟନ ସ୍ଥଳୀର ଉନ୍ନତିକରଣ ରକ୍ଷଣା ବେକ୍ଷଣ ଉପରେ ଗୁରୁତ୍ୱ ସହ ତପ୍ତପାଣି ଘାଟିରେ ବାରମ୍ବାର ଘଟୁଥିବା ଦୁର୍ଘଟଣାକୁ ରୋକିବା ପାଇଁ ରାସ୍ତା ପ୍ରଶସ୍ତିକରଣ ଏବଂ ଏହାର ସ୍ଥାୟୀ ନିରାକରଣ ପାଇଁ ମନ୍ତ୍ରୀଙ୍କୁ ଦାବି ପତ୍ର ଦେଇ ସମସ୍ୟା ଗୁଡିକ ଉପସ୍ଥାପନା କରିଥିଲେ।

କେନ୍ଦ୍ରମନ୍ତ୍ରୀ ଏ ସମ୍ପର୍କରେ ବିଭାଗୀୟ ମନ୍ତ୍ରୀ ଓ ଯନ୍ତ୍ରୀଙ୍କୁ ଚିଠି ଲେଖିବା ସହ ଖୁବଶୀଘ୍ର ସ୍ଥାୟୀ ପ୍ରତିକାର କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।। ମନ୍ତ୍ରୀଙ୍କ ଗସ୍ତ ସମୟରେ ଯୁବ ବିଜେପି ସଭାପତି ଏମ ଚିନ୍ମୟ ରେଡ୍ଡୀ, ଲିଟୁ ପ୍ରାଧନ,ମୁନେସ ଦୋରା, ସୁନୀଲ ପ୍ରଧାନ, ଦଣ୍ଡପାଣି ଦୋରା,ପାଣ୍ଡବ ପରିଡା, ବିଶୁ ଦୋରା,ପବିତ୍ର ତ୍ରିପାଠୀ, ଯମୁନା ନାୟକ, ଟି.ଗୋବିନ୍ଦପୁର ସରପଞ୍ଚ ମଙ୍ଗଳା ଗମାଙ୍ଗ, ଅରକେ ଜାନୀ ପ୍ରମୁଖ ଉପସ୍ଥିତ ଥିଲେ।।