ସାଲେପୁର, ୦୮/୧୧: ଆଜି ହେଉଛି ପବିତ୍ର ନାଗ ପଞ୍ଚମୀ। ଓଡ଼ିଶାରେ ତେଲଗୁ ସମାଜ ପକ୍ଷରୁ ହୋଇଛି ନାଗ ଦେବତାଙ୍କ ପୂଜା। ଏହା ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ଚନ୍ଦ୍ରଦେଇପୁର ଗ୍ରାମରେ। ଏହି ଗାଁ ରେ ତେଲୁଗୁ ସମ୍ପ୍ରଦାୟର ଲୋକମାନେ ଦୀର୍ଘ ଦିନ ଧରି ରହିଆସୁଛନ୍ତି। ପରମ୍ପରାକୁ ସେମାନେ ସେମାନଙ୍କ ରାଜ୍ୟ ବାହାରେ ମଧ୍ୟ ବଞ୍ଚାଇ ରଖିଛନ୍ତି। ମହିଳା, ପୁରୁଷ, ଛୋଟପିଲାମାନେ ଏକତ୍ରିତ ହୋଇ ଏକ ହୁଙ୍କା ମୂଳରେ ଅଣ୍ଡା, କ୍ଷୀର, ଦେଇ ନାଗ ଦେବତାକୁ ପୂଜାର୍ଚ୍ଚନା କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି।
wp:html https://www.youtube.com/watch?v=oTsPxgklrws /wp:htmlଘଣ୍ଟ, ଘଣ୍ଟି, ହୁଳହୁଳିରେ ସ୍ଥାନଟି ପୁରି ଉଠୁଥିବା ଦେଖିବାକୁ ମିଳିଛି। କୋଭିଡ କଟକଣା ଭିତରେ ରହି ଦୂରତ୍ୱ ରକ୍ଷାକରି ନାଗ ଦେବତାଙ୍କୁ ପୂଜା କରିଛନ୍ତି ଏହି ମହିଳାମାନେ। କିମ୍ବଦନ୍ତୀ କହେ ନାଗ ଦେବତାଙ୍କୁ ପୂଜାର୍ଚ୍ଚନା କଲେ ସେମାନଙ୍କ ପରିବାର ମଙ୍ଗଳ ରହିବା ସହିତ ପିଲାମାନେ ସୁସ୍ଥ, ନିରୋଗ ଓ ମଙ୍ଗଳମୟ ଜୀବନଯାପନ କରିପାରିବେ । ଗ୍ରାମବାସୀଙ୍କ କହିବା ଅନୁସାରେ ଓଡ଼ିଶାରରେ ସେମାନେ କାହିଁ କେଉଁ କାଳରୁ ପୂଜାର୍ଚ୍ଚନା କରିଆସୁଛନ୍ତି। ପୂର୍ବ ପୁରୁଷମାନେ ମଧ୍ୟ ଏହି ପୂଜାର୍ଚ୍ଚନା କରି ଆସୁଥିଲେ । ପୂର୍ବ ପୁରୁଷମାନଙ୍କ ଏହି ପୂଜାକୁ ସେମାନେ ବଞ୍ଚାଇ ରଖିଥିବା ପ୍ରକାଶ କରିଛନ୍ତି ।