ଲୋପ ପାଇବାକୁ ବସିଲାଣି ମଠ ସଂସ୍କୃତି : ବିଲୁପ୍ତ ଅବସ୍ଥାରେ ଏବେ ଶ୍ରୀକ୍ଷେତ୍ରର ସର୍ବପୁରାତନ ଶଙ୍କରାନନ୍ଦ ମଠ, ପୁନରୁଦ୍ଧାର ପାଇଁ ଦାବୀ

Published By : Prameya-News7 Bureau | March 15, 2021 IST

ପୁରୀ ୧୫।୦୩: ମଠମନ୍ଦିରର ପରମ୍ପରା ଆଉ ଶ୍ରୀଜଗନ୍ନାଥଙ୍କୁ ନେଇ ଶ୍ରୀକ୍ଷେତ୍ର ସାରା ବିଶ୍ବରେ ପରିଚିତ। କିନ୍ତୁ ସମୟ କ୍ରମେ ଶ୍ରୀକ୍ଷେତ୍ରରେ ଜରାଜୀର୍ଣ୍ଣ ହେଉଛି ବିଭିନ୍ନ ମଠ । ପୁରୀର ସର୍ବପୁରାତନ ତଥା ଅନେକ ଐତିହ୍ୟ ବହନ କରୁଥିବା ଶଙ୍କରାନନ୍ଦ ମଠ ଏବେ ଧ୍ବଂସାବିମୁଖୀ, ଐତିହ୍ୟ କରିଡର ପ୍ରକଳ୍ପ ପାଇଁ ଶ୍ରୀମନ୍ଦିର ଚତୁପାର୍ଶ୍ବରେ ଥିବା ମଠ ଗୁଡ଼ିକର ଉଚ୍ଛେଦ କରାଯାଇଥିବା ବେଳେ ଏବେ ପୁରାତନ ଶଙ୍କରାନନ୍ଦ ମଠ ଜରାଜୀର୍ଣ୍ଣ ଅବସ୍ଥାରେ, ତେଣୁ ଓଡ଼ିଶା ସଂସ୍କୃତିର ଗାଥା ବହନ କରୁଥିବା ଏହି ମଠର ପୁନଃରୁଦ୍ଧାର ପାଇଁ ଦାବି ଉଠିଛି ।

{"id":423046,"sizeSlug":"large","linkDestination":"none"}

ଶ୍ରୀକ୍ଷେତ୍ରରେ ଜରାଜୀର୍ଣ୍ଣ ଅବସ୍ଥାରେ ଅନେକ ମଠ। ପୂର୍ବରୁ ପୁରୀରେ ୭୫୨ଟି ମଠ ଥିବା ବେଳେ ଏବେ ରହିଛି ୩୭୪ଟି ମଠ । କିଛି ମଠ ରକ୍ଷଣାବେକ୍ଷଣ ଅଭାବରୁ ମାଟିରେ ମିଶି ଯାଇଥିବା ବେଳେ ଆଉ କିଛି ଅବହେଳିତ ଅବସ୍ଥାରେ ପଡ଼ିଛି। ଯାହା ଭିତରୁ ଗୋଟିଏ ହେଉଛି ୧୪୦୦ ମସିହାର ଶଙ୍କରାନନ୍ଦ ମଠ। ଆଦି ଶଙ୍କରାଚାର୍ଯ୍ୟ ଶ୍ରୀକ୍ଷେତ୍ର ଆସିବା ପୂର୍ବରୁ ରହିଥିଲା ଏହି ମଠ, ଯାହାର ଚତୁପାର୍ଶ୍ବରେ ଭରି ରହିଥିଲା ଅନେକ କଳା ଭାଷ୍କର୍ଯ୍ୟ। ମହାପ୍ରଭୁଙ୍କ କାଞ୍ଚି ଅଭିଯାନ ସମୟରେ ଘୋଡ଼ାରେ ଚଢ଼ି ଯିବାର ମୂର୍ତ୍ତି ଏବେ ମଧ୍ୟ ମାନସପଟରେ ରହିଛି।

{"id":423047,"sizeSlug":"large","linkDestination":"none"}

ତତ୍କାଳୀନ ସମୟରେ ସମ୍ପୃକ୍ତ ମଠ ଭୋଗବର୍ଦ୍ଧନ ମଠ ନାମରେ ନାମିତ ଥିବା ବେଳେ କାଳକ୍ରମେ ଶଙ୍କରାନନ୍ଦ ମଠ ଭାବେ ପ୍ରସିଦ୍ଧି ଲାଭ କରିଛି। ତେବେ ଶ୍ରୀକ୍ଷେତ୍ର, ଶ୍ରୀମନ୍ଦିର, କୋଣାର୍କ ଏବଂ ଶୈବ ପରମ୍ପରା ସହ ଜଡ଼ିତ ଏ ମଠ ଏବେ ଯେମିତି ଅବହେଳିତ ଅବସ୍ଥାରେ ପଡ଼ିରହିଛି । ତେଣୁ ମଠର ପୂର୍ବ ଗାରିମା ତଥା ସ୍ବତନ୍ତ୍ରତା ଫେରାଇ ଆଣିବାକୁ ଦାବି କରିଛନ୍ତି ଜଗତଗୁରୁ ଶଙ୍କରାଚାର୍ଯ୍ୟ। 

{"id":423048,"sizeSlug":"large","linkDestination":"none"}

ଅତୀତରେ ମଠରେ ରହି ପାଠପଢ଼ୁଥିଲେ ବିଦ୍ୟାର୍ଥୀ । ସେତେବେଳର ପରମ୍ପରା ଅନେକ ବର୍ଷ ହେଲା ଇତିହାସ ପାଲଟିଯାଇଛି, ଆଉ ଏବେ ଶଙ୍କରାନନ୍ଦ ମଠ ଇତିହାସ ପାଲଟିବାକୁ ବସିଛି । ଦେବତ୍ତର କମିଶନ ଅଧିନରେ ଶଙ୍କରାନନ୍ଦ ଥିବା ବେଳେ ମଠ ପରିଚାଳନା କିମ୍ବା ରକ୍ଷଣାବେକ୍ଷଣ ନେଇ କେହି ଆଗ୍ରହ ପ୍ରକାଶ କରୁନଥିବା ଅଭିଯୋଗ ହୋଇଛି।

{"id":423049,"sizeSlug":"large","linkDestination":"none"}

ସେହିପରି ଏବେ ମଠ ପରିଚାଳନା ଭାର ଟ୍ରଷ୍ଟ ବୋର୍ଡ଼ ଅଧିନରେ ରହିଥିବା ବେଳେ ନାଁକୁ ମାତ୍ର ଚାଲିଛି ପୂଜାପାଠ । ତେବେ ପୁନଃରୁଦ୍ଧାର ସହ ସ୍ଥାୟୀ ମହନ୍ତ ନିଯୁକ୍ତି କରାଗଲେ ମଠ ଅସ୍ଥିତ୍ବ ଫେରି ପାଇବ ବୋଲି ନେବଳ ମଠ ମହନ୍ତ କହିଛନ୍ତି ।

{"id":423050,"sizeSlug":"large","linkDestination":"none"}

ପୁରୀକୁ ବିଶ୍ବ ଐତିହ୍ୟ ନଗରୀ ଭାବେ ଗଢ଼ି ତୋଳିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଉନ୍ନତିମୂଳକ କାମ କରୁଥିବା ବେଳେ, ଧ୍ବଂସାଭିମୂଖୀ ଶଙ୍କରାନନ୍ଦ ମଠର ପୁନଃରୁଦ୍ଧାର କରିବା ସହ ସ୍ଥାୟୀ ମହନ୍ତ ନିଯୁକ୍ତ କରି ମଠର ଅସ୍ତିତ୍ବ ଫେରାଇବା ଦିଗରେ ପଦକ୍ଷେପ ନେବେ ବୋଲି ଆଶା ରଖିଛନ୍ତି ପୁରୀବାସୀ ।

{"id":423051,"sizeSlug":"large","linkDestination":"none"}



News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.