Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଢେଙ୍କାନାଳ : ଭିଜିଲାନ୍ସ ଜାଲରେ ଥାନା ଅଧିକାରୀ, ଯୌତୁକ ମାମଲାରେ ଦଫା କାଟିବାକୁ ନେଉଥିଲେ ୬ହଜାର ଟଙ୍କା
  • ||
  • ନବରଙ୍ଗପୁର : କୁନ୍ଦେଇ ସରପଞ୍ଚ ନିଲମ୍ବିତ, ଭାରତମାଳା ଯୋଜନାକୁ ବିରୋଧ କରିବାରୁ କାର୍ଯ୍ୟାନୁଷ୍ଠାନ
  • ||
  • ୨ ଦିନିଆ କନ୍ଧମାଳ ଗସ୍ତରେ ଶିଶୁ ସୁରକ୍ଷା ଅଧିକାର ଅଧ୍ୟକ୍ଷା
  • ||
  • ବ୍ରହ୍ମପୁର : ବ୍ରହ୍ମପୁର ଫାଷ୍ଟଗେଟ୍ ଅଞ୍ଚଳରୁ ଜଣଙ୍କ ମୃତଦେହ ଠାବ, ହତ୍ୟା ସନ୍ଦେହ
  • ||
  • ନୀଳଗିରି: ହାତୀ ଆତଙ୍କରେ ଅଞ୍ଚଳବାସୀ
  • ||
  • ମାଲକାନଗିରି : ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
  • ||
  • କେନ୍ଦୁଝର : ବାଇକ୍ ଧକ୍କାରେ ଜଣେ ଗୁରୁତର, ମେଡିକାଲରେ ଭର୍ତ୍ତି
  • ||

ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ଗୋବର୍ଦ୍ଧନ ମଠର ସମସ୍ୟା ସମାଧାନ ପାଇଁ ନିଯୁକ୍ତ କରାଯାଉ : ଶଙ୍କରାଚାର୍ଯ୍ୟ

22/10/2019 at 3:02 PM

ପୁରୀ ୨୨।୧୦: ପୁରୀ ଗୋବର୍ଦ୍ଧନ ମଠକୁ ରାଜ୍ୟ ସରକାର ଦେବୋତ୍ତର ଆଇନରୁ ମୁକ୍ତ ରଖିଛନ୍ତି।  ରାଜ୍ୟ କ୍ୟାବିନେଟର ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ । ତେବେ ରାଜ୍ୟ ସରକାର କୂଟନୀତି ନକରି ଏହି ନିଷ୍ପତ୍ତିକୁ ଲାଗୁ କରିବାକୁ ସେ ପରାମର୍ଶ ଦେଇଛନ୍ତି ।

ସେହିପରି ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ମଠର ସମସ୍ତ ସମସ୍ୟା ସମାଧାନ ପାଇଁ ରାଜ୍ୟ ସରକାର ନିଯୁକ୍ତ କରନ୍ତୁ । ଏହି ଅଧିକାରୀ ଅନ୍ୟ କୌଣସି ଦାୟିତ୍ବ ନନେଇ ମଠର ସମସ୍ତ ସମସ୍ୟା ସମ୍ପର୍କରେ ରାଜ୍ୟ ସରକାରଙ୍କୁ ଅବଗତ କରନ୍ତୁ ବୋଲି ସେ କହିଛନ୍ତି।  ଧର୍ମ ନିରେପକ୍ଷ ସରକାର ଧର୍ମୀୟ ଅନୁଷ୍ଠାନ ଗୁଡିକରେ ହସ୍ତକ୍ଷେପ ନକରି ଧର୍ମାଚାର୍ଯ୍ୟ ମାନଙ୍କୁ ଏହାର ପରିଚାଳନା ଭାର ନେବାକୁ ସେ ମତ ଦେଇଛନ୍ତି। 

ମଠର ଥିବା ୫ ଏକର ଜମି ଏବେବି ଶ୍ରୀମନ୍ଦିର ପ୍ରଶାସନ ହାତରେ ଥିବାରୁ ଏହାକୁ ମଧ୍ୟ ଫେରାଇ ଆଣିବାକୁ ସେ କହିଛନ୍ତି।  ସରକାର ଓ ପ୍ରଶାସନ ଏହି ଜମିକୁ ଫେରାଇ ନେବାକୁ ବାରମ୍ବାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ କରୁନଥିବାରୁ ସେ ଅସନ୍ତୋଷ ବ୍ୟକ୍ତ କରିଥିଲେ। 

   Related Posts