ସରକାରୀ ନିୟନ୍ତ୍ରଣରେ ରହିବନି ଗୋବର୍ଧନ ପୀଠ, ରାଜ୍ୟ କ୍ୟାବିନେଟର ଏଭଳି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ଶଙ୍କରାଚାର୍ଯ୍ୟ

Published By : Prameya-News7 Bureau | October 22, 2019 IST

ପୁରୀ  ୨୨।୧୦ -  ସରକାରୀ ନିୟନ୍ତ୍ରଣରେ ରହିବନି ଗୋବର୍ଧନ ପୀଠ । ଓଡ଼ିଶା ହିନ୍ଦୁ ଦେବୋତ୍ତର ଅଧିନିୟମ ଅନୁଯାୟୀ ଏହା ଆଉ ପରିଚାଳିତ ହେବ ନାହିଁ । ରାଜ୍ୟ କ୍ୟାବିନେଟର ଏଭଳି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ।

 ତେବେ ରାଜ୍ୟ ସରକାର ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ମଠର ସମସ୍ତ ସମସ୍ୟା ସମାଧାନ ଲାଗି ନିଯୁକ୍ତ କରନ୍ତୁ ବୋଲି କହିଛନ୍ତି ଶଙ୍କରାଚାର୍ଯ୍ୟ ।

ଧର୍ମ ନିରପେକ୍ଷ ସରକାର ଧର୍ମୀୟ ଅନୁଷ୍ଠାନଗୁଡ଼କରେ ହସ୍ତକ୍ଷେପ ନକରି ଧର୍ମାଚାର୍ଯ୍ୟମାନଙ୍କୁ ଏହାର ପରିଚାଳନା ଭାର ଦେବାକୁ ସେ ମତ ଦେଇଛନ୍ତି । ଏଥି ସହ ଶ୍ରୀମନ୍ଦିର ପ୍ରଶାସନ ହାତରେ ଥିବା  ଗୋବର୍ଦ୍ଧନ ମଠର ୫ଏକର ଜମିକୁ ଫେରାଇ ଆଣିବାକୁ ପୁଣି ଥରେ କହିଛନ୍ତି ଶଙ୍କରାଚାର୍ଯ୍ୟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.