Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୟଙ୍କର ଦୁର୍ଘଟଣା : ମହାନଦୀ ପୋଲରେ ବୋଲେରୋକୁ ପିଟିଲା ଟ୍ରକ୍, ୫ ମୃତ
  • ||

ନଦୀ ପଠାରୁ ମିଳିଲା ଶଙ୍କରଙ୍କ ମୃତଦେହ, ୧୫ ଦିନ ହେଲା ଥିଲେ ନିଖୋଜ

29/11/2021 at 8:39 AM

କଳାହାଣ୍ଡି ୨୯।୧୧: ନଦୀ ପଠାରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଠାବ ।କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଭଟାଖମାର ଗାଁ ନିକଟ ସାନ୍ଦୁଲ ନଦୀ ପଠାରୁ ମିଳିଲା ମୃତଦେହ । ମୃତକ ହେଲେ ୫୫ ବର୍ଷୀୟ ଶଙ୍କର ସାହୁ ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି ।

ଖବର ଅନୁଯାୟୀ, ଶଙ୍କର ଜଣେ ମାନସିକ ରୋଗୀ ଥିବା ଜଣାପଡିଛି । ଗତ ୧୫ ଦିନ ହେଲା ଶଙ୍କର ନିଖୋଜ ଥିଲେ । କୌଣସି ଖୋଜଖବର ମିଳିନଥିଲା । ଶେଷରେ ଆଜି ନଦୀପଠାରୁ ଶଙ୍କରଙ୍କ ମୃତଦେହ ଠାବ ପଡିଥିବାର ଗ୍ରାମବାସୀ ଦେଖିଥିଲେ । ଏହାପରେ ସ୍ଥାନୀୟଲୋକେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ନର୍ଲା ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛନ୍ତି । କେଉଁ କାରଣରୁ ମୃତ୍ୟୁ ହେଲା ? ନା ମୃତ୍ୟୁ ପଛରେ କାରଣ ଆଉ କଣ ?  ସେନେଇ ଖୋଲତାଡ଼ ଜାରି ରଖିଛି ପୋଲିସ । 

   Related Posts