Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ଶତକ ଲଗାଇ ମଧ୍ୟ ଦଳକୁ ଜିତାଇ ପାରିଲେନି ସଞ୍ଜୁ ସାମସନ୍, ମ୍ୟାଚ୍ ପରେ କହିଲେ…

13/04/2021 at 10:11 AM

ମୁମ୍ବାଇ, ୧୩।୦୪:  ଆଇପିଏଲ-୧୪ର ଚଚୁର୍ଥ ମୁକାବିଲାରେ ରାଜସ୍ଥାନ ରୟାଲ୍ସ କିଙ୍ଗସ୍ ପଞ୍ଜାବଠୁ ପରାସ୍ତ ହୋଇଛି । ତେବେ ରାଜସ୍ଥାନ ଅଧିନାୟର ସଞ୍ଜୁ ସାମସନ ମ୍ୟାଚରେ ଆକର୍ଷଣୀୟ ପାଳି ଖେଳିଥିଲେ । ସେ ଶେଷ ଯାଏଁ ଲଢିଥିଲେ । କିନ୍ତୁ ଦଳକୁ ଜିତାଇପାରି ନଥିଲେ । ସଞ୍ଜୁ ୧୧୯ ରନ୍ ସ୍କୋର କରି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହୋଇଥିଲେ । ଏହାସହ ଅଧିନାୟକ ଭାବେ ଆଇପିଏଲ ପଦାର୍ପଣ ମୁକାବିଲାରେ ଶତକ ହାସଲ କରିଥିବା ପ୍ରଥମ ବ୍ୟାଟସମ୍ୟାନ୍ ଭାବେ ଉପଲବ୍ଧି ହାସଲ କରିଥିଲେ ।

ମ୍ୟାଚର ଶେଷ ବଲରେ ରାଜସ୍ଥାନକୁ ବିଜୟୀ ପାଇଁ ୫ ରନ୍ ଆବଶ୍ୟକ ଥିଲା । ସଞ୍ଜୁ ଷ୍ଟ୍ରାଇକରେ ଥିଲେ । କିନ୍ତୁ ଛକା ମାରିବା ପ୍ରୟାସରେ ସେ କ୍ୟାଚ୍ ଆଉଟ୍ ହୋଇଥିଲେ । ତେବେ ମ୍ୟାଚ୍ ପରେ ସେ କହିଛନ୍ତି ଯେ, କହିବାକୁ ତାଙ୍କ ପାଖରେ ଶବ୍ଦ ନାହିଁ । ଶେଷ ଯାଏଁ ମ୍ୟାଚ୍ ଯାଇଥିଲା । କିନ୍ତୁ ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ସେ ଜିତିପାରି ନଥିଲେ । ସେ ସମସ୍ତ ପ୍ରୟାସ କରିଥିଲେ । ବଲକୁ ଭଲ ଟାଇମିଂ କରିଥିଲେ । କିନ୍ତୁ ବଲ୍ ଡିପ୍‌ରେ ଥିବା ଫିଲ୍ଡରଙ୍କ ହାତରେ ଧରା ପଡିଯାଇଥିଲା । ପରାଜୟ ସତ୍ତ୍ୱେ ଦଳ ଭଲ ଖେଳିଥିବା ସେ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ଇନିଂସର ଦ୍ୱିତୀୟ ପର୍ଯ୍ୟାୟ ଭଲ ଥିଲା । ଭଲ ସଟ୍ ଖେଳିଥିଲେ । ପ୍ରଥମ ସବୁ ବଲରେ ସାମ୍ନା ସେ କରିପାରୁ ନଥିଲେ । କିନ୍ତୁ ଇନିଂସର ଦ୍ୱିତୀୟ ପର୍ଯ୍ୟାୟରେ ଏହା ସମ୍ଭବ ହୋଇପାରିଲା । ସେ ସ୍କିଲକୁ ଫୋକସ୍ କରି ଖେଳିଥାନ୍ତି । କିନ୍ତୁ ବେଳେବେଳେ କ୍ୟାଚ୍ ଆଉଟ୍ ହେବାର ମଧ୍ୟ ସମ୍ଭାବନା ରହିଛି । ଏହା ତାଙ୍କର ଖେଳିବାର ଷ୍ଟାଇଲ୍ ଅଟେ ।

ସୂଚନାଯୋଗ୍ୟ, ଏହି ମୁକାବିଲାରେ ରାଜସ୍ଥାନ ରୟାଲ୍ସ ଲଟ୍ ଜିତି ପଞ୍ଜାବକୁ ପ୍ରଥମେ ବ୍ୟାଟିଂ ଦେଇଥିଲେ । ପଞ୍ଜାବ ୨୦ ଓଭରରେ ୨୨୧ ରନ୍ କରିଥିଲା । ଜବାବରେ ରାଜସ୍ଥାନ ୨୧୭ ରନ୍ କରିପାରିଥିଲା ।

   Related Posts