ଅଧିନାୟକ ଭାବେ ସଞ୍ଜୁ ସାମସନଙ୍କ ବଡ ରେକର୍ଡ, ବିରାଟ ଓ ରୋହିତଙ୍କୁ ମଧ୍ୟ ପଛରେ ପକାଇଦେଲେ

Published By : Prameya-News7 Bureau | April 13, 2021 IST

ମୁମ୍ବାଇ, ୧୩।୦୪:  ଆଇପିଏଲ-୨୦୨୧ର ଚତୁର୍ଥ ମ୍ୟାଚରେ ରାଜସ୍ଥାନ ରୟାଲ୍ସର ଅଧିନାୟକ ସଞ୍ଜୁ ସାମସନ୍ ଦମଦାର୍ ଇନିଂସ ଖେଳିଥିଲେ । ଓ୍ୱାଙ୍ଖଡେ ଷ୍ଟାଡିୟମରେ ପଞ୍ଜାବ କିଙ୍ଗସ୍ ବିପକ୍ଷରେ ସେ ୧୧୯ ରନ୍ କରିଥିଲେ । ଅଧିନାୟକ ଭାବେ ସାମସନଙ୍କର ଏହା ପ୍ରଥମ ମ୍ୟାଚ୍ ଥିଲା । ସେ ଅଧିନାୟକ ଭାବେ ପଦାର୍ପଣ ମ୍ୟାଚରେ ହିଁ ଶତକ ଲଗାଇ ଏକ ବଡ ରେକର୍ଡ ହାସଲ କରିଥିଲେ ।

ସେ ଆଇପିଏଲ ଇତିହାସରେ ଅଧିନାୟକ ଭାବେ ପଦାର୍ପଣ ମୁକାବିଲାରେ ଶତକ ହାସଲ କରିଥିବା ପ୍ରଥମ ଖେଳାଳି । ବିରାଟ କୋହଲି, ରୋହିତ ଶର୍ମାଙ୍କ ଭଳି ଖେଳାଳି ମଧ୍ୟ ଅଧିନାୟର ଭାବେ ପ୍ରଥମ ମ୍ୟାଚରେ ଶତକ ଲଗାଇ ନାହାଁନ୍ତି । ସଞ୍ଜୁ ୬୩ ବଲରୁ ୧୧୯ ରନ୍‌ର ଇନିଂସ ଖେଳିଥିଲେ । ଏଥିରେ ୧୨ଟି ଚୌକା ଓ ୭ଟି ଛକା ସାମିଲ ଥିଲା । ଏହା ସଞ୍ଜୁଙ୍କର ଆଇପିଏଲରେ ତୃତୀୟ ଶତକ । ଏହାପୂର୍ବରୁ ସେ ୨୦୧୭ରେ ପୁଣେ ଓ ୨୦୧୯ରେ ହାଇଦ୍ରାବାଦ ବିପକ୍ଷରେ ଶତକ ଲଗାଇଥିଲେ ।

wp:html /wp:html

ଏହାସହ ସଞ୍ଜୁ ଆଇପିଏଲରେ ଶତକ ଲଗାଇବାରେ  କେବଳ ବିରାଟ କୋହଲିଙ୍କଠାରୁ ପଛରେ ରହିଯାଇଛନ୍ତି । କୋହଲି ୫ଟି ଶତକ ଲଗାଇଛନ୍ତି ।

ସୂଚନାଯୋଗ୍ୟ, ପଞ୍ଜାବ କିଙ୍ଗସ୍ ବିପକ୍ଷ ମୁକାବିଲାରେ କେଏଲ ରାହୁଲଙ୍କ ୯୧ ଓ ଦୀପକ ହୁଡ୍ଡାଙ୍କ ୬୪ ରନ୍ ବଳରେ ୨୦ ଓଭରରେ ୨୨୧ ରନ୍ କରିଥିଲା । କିନ୍ତୁ ରାଜସ୍ଥାନ ରୟାଲ୍ସ ପକ୍ଷରୁ ସଞ୍ଜୁ ସାମସନଙ୍କ ଦମଦାର୍ ଇନିଂସ ସତ୍ତ୍ୱେ ଦଳ ପରାସ୍ତ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.