ଆଇପିଏଲ ୨୦୨୧: ଷ୍ଟିଭ୍ ସ୍ମିଥଙ୍କ ହାତ ଛାଡିଲା ରାଜସ୍ଥାନ ରୟାଲ୍ସ, ଅଧିନାୟକ ହେଲେ ସଞ୍ଜୁ ସାମସନ

Published By : Prameya-News7 Bureau | January 20, 2021 IST

ନୂଆଦିଲ୍ଲୀ ୨୦।୦୧: ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଷ୍ଟିଭ ସ୍ମିଥଙ୍କୁ ନେଇ ଆସିଛି ବଡ ଖବର। ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)ର ଫ୍ରାଞ୍ଚାଇଜି ରାଜସ୍ଥାନ ରୟାଲ୍ସ ୨୦୨୧ ସିଜିନ୍ ପାଇଁ ସ୍ମିଥ୍‌ଙ୍କୁ ଦଳରେ ନରଖିବାକୁ ନିଷ୍ପତ୍ତି ନେଇଛି। ଟିମ୍ ମ୍ୟାନେଜମେଣ୍ଟ ଗତ ସିଜିନରେ ବ୍ୟାଟିଂ ଓ ଅଧିନାୟକତ୍ଵରେ ବିଫଳ ଏହି ଅଷ୍ଟ୍ରେଲିଆ ଖେଳାଳିଙ୍କୁ ନିଲାମରେ ଛାଡିଦେଇଛି। ଗତ ସିଜିନରେ ଟେବୁଲ ତାଲିକାରେ ରାଜସ୍ଥାନ ରୟାଲ୍ସ ସର୍ବନିମ୍ନ ସ୍ଥାନରେ ରହିଥିଲା। ଦଳ ଯୁବ ବ୍ୟାଟସମ୍ୟାନ ସଞ୍ଜୁ ସାମସନଙ୍କୁ ଦଳର ନୂତନ ଅଧିନାୟକ କରିଛି।

୨୦୦୮ରେ ପ୍ରଥମ ଆଇପିଏଲ ଟାଇଟଲ୍ ଜିତିଥିବା ରାଜସ୍ଥାନ ବିଦେଶୀ ଖେଳାଳିଙ୍କ ମଧ୍ୟରେ ବେନ ଷ୍ଟୋକ୍ସ, ଜୋସ୍ ବଟଲର ଓ ଜୋଫ୍ରା ଆର୍ଚରଙ୍କୁ ଦଳରେ ରଖିଛି। ଏହି ତିନି ଖେଳାଳି ଗତ ସିଜିନ୍‌ରେ ଦଳ ପାଇଁ ଭଲ ପ୍ରଦର୍ଶନ କରିଥିଲେ। ଆର୍ଚର ଦଳ ପାଇଁ ଗତ ସିଜିନରେ ସର୍ବାଧିକ ଓ୍ଵିକେଟ୍ ହାସଲକାରୀ ବୋଲର ଥିଲେ। ସେ ୨୦ ଓ୍ଵିକେଟ୍ ନେଇଥିବା ବେଳେ ଜୋସ୍ ବଟଲର ଓ ଷ୍ଟୋକ୍ସ କିଛି ଭଲ ଇନିଂସ ଖେଳିଥିଲେ।

wp:html /wp:html

ରାଜସ୍ଥାନ ରୟାଲ୍ସ ଏହା ବ୍ୟତୀତ ଡେଭିଡ୍ ମିଲର ଓ ଆଣ୍ଡ୍ର୍ୟୁ ଟାଇଙ୍କୁ ମଧ୍ୟ ରିଟେନ୍ କରିଛି।

ରିଟେନ୍ ହୋଇଥିବା ଖେଳାଳି

ସଞ୍ଜୁ ସାମସନ, ବେନ ଷ୍ଟୋକ୍ସ, ଜୋଫ୍ରା ଆର୍ଚର, ଜୋସ ବଟଲର, ରିୟାନ ପରାଗ, ଶ୍ରେୟସ ଗୋପାଲ, ରାହୁଲ ତେଓ୍ଵତିଆ, ମହିପାଲ ଲୋମରୋର, କାର୍ତ୍ତିକ ତ୍ୟାଗୀ, ଆଣ୍ଡ୍ର୍ୟୁ ଟାଇ, ଜୟଦେବ ଉନାଦକତ, ମୟଙ୍କ ମାର୍କେଣ୍ଡେୟ, ଯଶସ୍ଵୀ ଜୟସଓ୍ଵାଲ, ଅନୁଜ ରାଓ୍ଵତ, ଡେଭିଡ୍ ମିଲର, ମନନ ଭୋରା, ରୋବିନ ଉଥପ୍ପା।

ରିଲିଜ୍ ହୋଇଥିବା ଖେଳାଳି

ଷ୍ଟିଭ୍ ସ୍ମିଥ୍, ଅଙ୍କିତ ରାଜପୁତ, ଓସେନ ଥମାସ, ଆକାଶ ସିଂହ, ବରୁଣ ଆରୋନ, ଟମ୍ କୁରନ, ଅନିରୁଦ୍ଧ ଯୋଶୀ, ଶଶାଙ୍କ ସିଂହ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.