Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

‘ଅପେରା ମିସ୍ ଟିନ୍ ଇଣ୍ଡିଆ’ ରନର୍ସ ଅପ୍ ହେଲେ ଆଠଗଡ ଝିଅ ସଞ୍ଜିବନୀ ଦାସ

25/06/2021 at 11:15 AM

ଆଠଗଡ ୨୫।୬: ଆଠଗଡ ଏନଏସି ଅନ୍ତର୍ଗତ ଗଦାସାହିର ଝିଅ ସଞ୍ଜିବନୀ ଦାସ ଅପେରା ମିସ୍ ଟିନ୍ ଇଣ୍ଡିଆ ରନର୍ସ ଅପ୍ ହୋଇ ଆଠଗଡ ତଥା ସାରା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ମହାମାରୀ କରୋନା ସମୟରେ ସେ ଆଠଗଡ ଅଞ୍ଚଳର ବିଭିନ୍ନ ସ୍ଥାନରେ ସଚେତନତା ସୃଷ୍ଟି କରିବା ସହିତ ଅନ୍ୟାନ୍ୟ ସାମାଜିକ କାର୍ଯ୍ୟ କରି ବିଚାରକ ମଣ୍ଡଳୀଙ୍କୁ ଢେର ପ୍ରଭାବିତ କରିଥିଲେ ।

ଗତ ଫେବୃଆରୀ ୨୦ ତାରିଖରେ ଅନଲାଇନ ମାଧ୍ୟମରେ ଏହି ଜାତୀୟ ସ୍ତରୀୟ ସୁନ୍ଦରୀ ପ୍ରତିଯୋଗିତାରେ ଭାଗ ନେଇ ବିଚାରକମାନଙ୍କ ସମସ୍ତ ଟାସ୍କ ପୂରଣ କରି ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ । ଫାଇନାଲ ପର୍ଯ୍ୟାୟରେ ସେ ବିଚାରପତିମାନଙ୍କୁ ନିଜର ବ୍ୟକ୍ତିତ୍ଵ ଏବଂ କାର୍ଯ୍ୟ ମାଧ୍ୟମରେ ପ୍ରଭାବିତ କରି ଦ୍ଵିତୀୟ ରନର୍ସ ଅପ୍ ହୋଇ ଇତିହାସ ସୃଷ୍ଟି କରିଛନ୍ତି ।

ଏଥି ପୂର୍ବରୁ ସେ ଓଡ଼ିଶା କୁଇନ୍, ଡାଇମଣ୍ଡ କୁଇନ୍ ରେ ଦ୍ବିତୀୟ ରନର୍ସ ଅପ୍, ନିଆରା କୁଇନ୍ ରେ ପ୍ରଥମ ରନର୍ସ ଅପ୍, ଓମେନ୍ ଆଚିଭର ଆଓ୍ଵାର୍ଡ, ମ୍ୟାଜିକ୍ ବୁକ୍ ଅଫ୍ ରେକର୍ଡସର ମଲ୍ଟି ଟାଲେଣ୍ଟେଡ୍ ସାଇନିଂ ଷ୍ଟାର ଭଳି ଅନେକ ରାଜ୍ୟ ଏବଂ ଜାତୀୟ ସ୍ତରରେ ବିଜେତା ହୋଇଛନ୍ତି ।

ମା’ ନିର୍ମଳା ଦାସ ଏବଂ ବାପା ସନ୍ତୋଷ କୁମାର ଦାସଙ୍କ କନ୍ୟା ସଞ୍ଜିବନୀ ବର୍ତ୍ତମାନ ଆଠଗଡ ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟରେ ପଦାର୍ଥ ବିଜ୍ଞାନରେ ନିଜର ସ୍ନାତକ ପଢା ଜାରି ରଖିବା ସହିତ ମଡେଲିଂ ତାଙ୍କର ନିଶା ବୋଲି କହିଛନ୍ତି କରିଛନ୍ତି ।

   Related Posts