Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • LICର ଏମ୍‌ଡି ହେଲେ ଓଡ଼ିଆ ପୁଅ ସିଦ୍ଧାର୍ଥ ମହାନ୍ତି, ଫେବୃଆରୀ ୧ରୁ ସମ୍ଭାଳିବେ ଦାୟିତ୍ବ
  • ||
  • ଜାନୁଆରୀ ୨୭, ସକାଳେ ଜେଲ୍‌ରୁ ମୁକୁଳିପାରନ୍ତି ଭି.କେ. ଶଶିକଳା
  • ||
  • ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ଖୋଲିଵାକୁ ସରକାରଙ୍କ ନିଷ୍ପତ୍ତି
  • ||
  • କଟକ:କାଲିଠାରୁ ଖୋଲିଵ ନେତାଜୀ ସଂଗ୍ରହାଳୟ
  • ||
  • ରାଇରଙ୍ଗପୁର: ଗୋରୁମହିଷାଣି ପୋଲିସର ସଡକ ସୁରକ୍ଷା ସଚେତନ କାର୍ଯ୍ୟକ୍ରମ, ସାମିଲ ଥିଲେ ସ୍ଥାନୀୟ ଲୋକେ
  • ||
  • ବଲାଙ୍ଗୀର: ପୁଣି ରକ୍ତ ରଞ୍ଜିତ ହେଲା ଶୁଲିଆ ପୀଠ, ଗଡିଲା ଶହ ଶହ ପଶୁ-ପକ୍ଷୀଙ୍କ ମୁଣ୍ଡ
  • ||
  • ଭୁବନେଶ୍ବରରେ ପହଞ୍ଚିଲା ୨ୟ ପର୍ଯ୍ୟାୟ କୋଭିଡ ଟିକା: ସ୍ପାଇସ୍ ଜେଟ୍‌ରେ ଆସିଲା ଟିକା
  • ||
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଭାରତର ଐତିହାସିକ ବିଜୟ, ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ମାଲକାନଗିରି : ସୀମାନ୍ତରେ ଏନ୍‌କାଉଣ୍ଟର, ୧୦ରୁ ଅଧିକ ମାଓ କ୍ୟାମ୍ପ ଧ୍ୱଂସ
  • ||
  • ସମ୍ବଲପୁର : ଫୋକସ୍‌ରେ ପଶ୍ଚିମ ଓଡିଶା, ମା’ ସମଲେଶ୍ବରୀଙ୍କ ମନ୍ଦିର ବୁଲି ସମୀକ୍ଷା କଲେ 5-T ସଚିବ
  • ||

ବିଜେପିରେ ସାମିଲ ହେଲେ ବିଜେଡିର ପୂର୍ବତନ ବିଧାୟକ ପ୍ରାର୍ଥୀ ସଂଞ୍ଜୀବ ପ୍ରସାଦ ସିଂଦେଓ ଏବଂ ଉଦଳା ବ୍ଲକ ଅଧ୍ୟକ୍ଷା କୁମାରୀ ମୁର୍ମୁ

31/03/2019 at 5:16 PM

ଭୁବନେଶ୍ବର ୩୧|୩ : ବିଜେପିରେ ସାମିଲ ହେଲେ ବିଜେଡିର ପୂର୍ବତନ ବିଧାୟକ ପ୍ରାର୍ଥୀ ସଂଞ୍ଜୀବ ପ୍ରସାଦ ସିଂଦେଓ ଏବଂ ଉଦଳା ବ୍ଲକ ଅଧ୍ୟକ୍ଷା କୁମାରୀ ମୁର୍ମୁ । ପ୍ରଧାନମନ୍ତ୍ରୀ  ନରେନ୍ଦ୍ର  ମୋଦି  ଏବଂ  ରାଷ୍ଟ୍ରୀୟ  ଅଧ୍ୟକ୍ଷ  ଅମିତ  ଶାହାଙ୍କ  ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବିଜେପିରେ ଯୋଗଦେଇଛନ୍ତି ।  ଭାରତୀୟ ଜନତା ପାର୍ଟିର ରାଜ୍ୟ କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବିଜେଡିର ରାଜ୍ୟ କାର୍ଯ୍ୟକାରଣୀ ସଦସ୍ୟ ଏବଂ ବୀରମିତ୍ରପୁର ବିଜେଡିର ପୂର୍ବତନ ବିଧାୟକ ପ୍ରାର୍ଥୀ ସଂଞ୍ଜୀବ ପ୍ରସାଦ ସିଂଦେଓଙ୍କ ସହ ବିଜେଡିର ଶତାଧିକ କାର୍ଯ୍ୟକର୍ତ୍ତା ଆଜି ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।

ଉଦଳା ବ୍ଲକର ଅଧ୍ୟକ୍ଷା କୁମାରୀ ମୁର୍ମୁ, ଉଦଳା ବ୍ଲକ ମହିଳା ସଭାନେତ୍ରୀ ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷା ଲଳିତା ବିଶୋଇ, ଉଦଳା ବ୍ଲକର ଉପାଧ୍ୟକ୍ଷ ପରେଶ କୁମାର ବେହେରା ବିଜେଡି ଦଳ ଛାଡି ଆଜି ବିଜେପିରେ ସାମିଲ ହୋଇଛନ୍ତି । ଉଦଳା ନିର୍ବାଚନ ମଣ୍ଡଳୀର ବହୁ  ସରପଂଚ,  ପୂର୍ବତନ  ସରପଂଚ, ସମିତି  ସଭ୍ୟ,  ପୂର୍ବତନ  ସମିତି  ସଭ୍ୟ,  ନେତା  ଏବଂ  କର୍ମୀ  ବିଜେଡି  ଛାଡି  ବିଜେପିରେ  ସାମିଲ ହୋଇଛନ୍ତି ।

ସେହିପରି ଉଦଳା ନିର୍ବାଚନୀ ମଣ୍ଡଳୀର ବିଜୁ ଯୁବ ବାହିନୀର ସଭାପତି ସୁନିଲ କୁମାର ମାରାଣ୍ଡି, ବିଜୁ ଯୁବ ବାହିନୀର ସଂପାଦକ ମଥୁରୀ ହାଁସଦା, ଖୋରଡା ଗ୍ରାମପଚାଂୟତର ସଭାପତି ଚରଣେଶ୍ବର ବାରିକ, ଉଦଳା ବ୍ଲକର ସଂପାଦକ ସୌରୂପ କୁମାର ମହାପାତ୍ର, ବିଜୁ ଯୁବ ବାହିନୀର ସଭାପତି ଅରୁଣ କୁମାର ମଲ୍ଲିକ, ବିଜୁ ଯୁବ ବାହିନୀର ସଭାପତି ଦିନବନ୍ଧୁ ପୃଷ୍ଟି, ବିଜୁ ଯୁବ ବାହିନୀର କାର୍ଯ୍ୟକାରୀ ସଦସ୍ୟ ପ୍ରଦୀପ କୁମାର ପଣ୍ଡା ଏବଂ ବିଜୁ ଯୁବ ବାହିନୀର କାର୍ଯ୍ୟକର୍ତ୍ତାମାନେ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି ।

ଦଳରେ ସାମିଲ ହୋଇଥିବା ସମସ୍ତ ସଦସ୍ୟଙ୍କୁ ରାଜ୍ୟ ଉପସଭାପତି ସମୀର ମହାନ୍ତି ସ୍ବାଗତ କରିଛନ୍ତି ।  ଏହି ମିଶ୍ରଣ ଦ୍ବାରା ଦଳ ଆହୁରି ମଜବୁତ ହେବ ବୋଲି ସମୀର କହିଛନ୍ତି । ଏହି ମିଶ୍ରଣ ପର୍ବରେ ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁ, ପୂର୍ବତନ ବିଧାୟକ ଭାସ୍କର ମଢେଇ, ପୂର୍ବତନ ବିଧାୟକ ଶଙ୍କର ଓରାମ, ରାଜ୍ୟ ଯୁବ ମୋର୍ଚ୍ଚାର ସଭାପତି ଟଙ୍କଧର ତ୍ରିପାଠୀ ଏବଂ ବିଜେପି କୃଷକ ମୋର୍ଚ୍ଚାର ସାଧାରଣ ସଂପାଦକ ସୁରଥ ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ ।

   Related Posts