Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||
  • ଟାଙ୍ଗୀ : ତାରିଣୀ ଦର୍ଶନ ସାରି ଫେରୁଥିଲେ, ଅଧାରାସ୍ତାରେ ଧକ୍କା ଦେଲା ଟ୍ରକ, ଚାଲିଗଲା ୩ ଜୀବନ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ ସ୍ମାର୍ଟ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||

ପୂର୍ବତନ ମୁମ୍ବାଇ ପୋଲିସ କମିଶନର ପରମବୀର ସିଂହଙ୍କ ଫେରାର ନେଇ କଂଗ୍ରେସ ସାଂସଦଙ୍କ ଗୁରୁତ୍ୱପୂର୍ଣ୍ଣ ସୂଚନା, କହିଲେ ପଳାଇଛନ୍ତି ବେଲଜିୟମ

31/10/2021 at 5:42 PM

ମୁମ୍ବାଇ ୩୧।୧୦:  କଂଗ୍ରେସ ନେତା ସଞ୍ଜୟ ନିରୁପମ ରବିବାର ପୂର୍ବତନ ମୁମ୍ବାଇ ପୋଲିସ କମିଶନର ପରମବୀର ସିଂହଙ୍କ ନିଖୋଜ ନେଇ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି। ସେ ଦେଶଛାଡି ପଳାଇଥିବା ନିରୁପମ ତାଙ୍କ ଟ୍ୱିଟରର ଉଲ୍ଲେଖ କରିଛନ୍ତି। ମୁମ୍ବେଇର ଏକ କୋର୍ଟ ଶନିବାର ପରମବୀର ସିଂହଙ୍କ ନାମରେ ଜାମିନ ବିହୀନ ୱାରେଣ୍ଟ ଜାରି କରିଥିବା ବେଳେ ନିରୁପମଙ୍କ ବୟାନ ଏବେ ହଟଚମଟ ସୃଷ୍ଟି କରିଛି। ପରମବୀର ସିଂହ ଏବେ ବେଲଜିୟମରେ ଥିବା ନିରୁପମ କହିଛନ୍ତି। ତେବେ ସେ ସେଠାକୁ ଗଲେ କେମିତି ଓ ତାଙ୍କୁ ସହାୟତା କଲା କିଏ ବୋଲି ପ୍ରଶ୍ନ କରିବା ନୂଆ ସମସ୍ୟା ସୃଷ୍ଟି କରିଛି।

ଫେରାର ଆଇପିଏସ୍ ଅଫିସର ପରମବୀର ସିଂହ ମନ୍ତ୍ରୀଙ୍କ ବିରୋଧରେ ସପ୍ତା ଅସୁଲି ଅଭିଯୋଗ ଆଣିଥିଲେ। ଏବେ ତାଙ୍କ ବିରୋଧରେ ୫ଟି ମାମଲା ଥିବା ବେଳେ ପୋଲିସ ତାଙ୍କୁ ‘ୱାଣ୍ଟେଡ’ ସୂଚୀରେ ପକାଇଛି। ପୋଲିସ କହୁଛି ସେ ଫେରାର, ସେ ଏବେ ବେଲଜିୟମରେ ଅଛନ୍ତି, ତେବେ ସେଠାକୁ ଗଲେ କେମିତି? ଏ ନେଇ ମୁମ୍ବାଇ କ୍ରାଇମବ୍ରାଞ୍ଚଙ୍କ ଆବେଦନ ଆଧାରରେ ମୁମ୍ବାଇ ସ୍ଥାନୀୟ କୋର୍ଟ କାର୍ଯ୍ୟାନୁଷ୍ଠାନ କରିବା ସହ ଜାମିନ ବିହୀନ ୱାରେଣ୍ଟ ଜାରି କରିଛନ୍ତି। ତେବେ ପରମବୀରଙ୍କ ବିରୋଧରେ କୋର୍ଟଙ୍କ ଏହା ପ୍ରଥମ କାର୍ଯ୍ୟାନୁଷ୍ଠାନ ନୁହେଁ। ଗତ ସପ୍ତାହରେ ଠାଣେ ଜିଲ୍ଲା କୋର୍ଟ ମଧ୍ୟ ଏକ ସମାନ ପ୍ରକାରର ଏକ ୱାରେଣ୍ଟ ଜାରି କରିଥିଲେ।

ପରମବୀର ସିଂହ ମୋଟ ୫ଟି ମାମଲାରେ ୱାଣ୍ଟେଡ ଅଛନ୍ତି। ଏହା ଛଡା ବିଲ୍ଡର ଠାରୁ ମଧ୍ୟ ସେ ସପ୍ତା ଅସୁଲି କରୁଥିବାର ପୋଲିସରେ ଅଭିଯୋଗ ଥିବା ବେଳେ ସେ ଏବେ ଦେଶରୁ ଫେରାର ହୋଇଯାଇଛନ୍ତି। ପରମବୀର ସିଂହ ମୁମ୍ବାଇ ପୋଲିସ କମିଶନର ଥିବା ବେଳେ ଏଣ୍ଟିଲିଆ ବିସ୍ଫୋରକ ବୋଝେଇ ବାହନ ମାମଲା ସାମ୍ନାକୁ ଆସିଥିଲା। ମାମଲାରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ପୋଲିସ ଅଧିକାରୀ ସଚ୍ଚିନ ବାଝେଙ୍କ ଗିରଫ ସିଧା ପରମବୀର ସିଂହଙ୍କ ପଦବୀର ସ୍ୱଚ୍ଛତା ପ୍ରତି ଅଙ୍ଗୁଳି ଉଠାଇଥିଲା।

ରାଜ୍ୟ ସରକାର ମାମଲାରେ ପରମବୀର ସିଂହଙ୍କୁ ମୁମ୍ବାଇ ପୋଲିସ କମିଶନର ପଦରୁ ହଟାଇ ଅନ୍ୟତ୍ର ନିଯୁକ୍ତ କରିଥିବା ବେଳେ ସେ ରାଜ୍ୟ ଗୃହମନ୍ତ୍ରୀଙ୍କୁ ମାମଲା ସହ ସମ୍ପୃକ୍ତ କରାଇବା ସାଙ୍ଗକୁ କୋର୍ଟରେ ସିବିଆଇ ତଦନ୍ତ ଦାବି କରିଥିଲେ। କୋର୍ଟ ମାମଲାର ସିବିଆଇ ତଦନ୍ତ ଆଦେଶ ଦେଇଥିବା ବେଳେ ପରମବୀର ସିଂହଙ୍କ ବିରୋଧରେ ବିଭାଗୀୟ ଅଭିଯୋଗ ହେବାରେ ଲାଗିଥିଲା। ଏଥିରେ ବାହାରୁ ବି ମାମଲା ରୁଜୁ ହେବା ପରେ ସେ ଫେରାର ହୋଇଯାଇଛନ୍ତି।

   Related Posts