ରାଜନୀତିରେ ସଞ୍ଜୟ ଦତ୍ତ- ଏହି ଦଳର ପ୍ରାର୍ଥୀଙ୍କ ପାଇଁ କରୁଛନ୍ତି ପ୍ରଚାର

Published By : Prameya-News7 Bureau | October 17, 2019 IST

ମୁମ୍ବଇ - ସଞ୍ଜୟ ଦତ୍ତ ପୂର୍ବରୁ ପ୍ରତ୍ୟକ୍ଷ ଭାବେ ରାଜନୀତିରେ ସକ୍ରିୟ ନଥିଲେ । ମାତ୍ର ତାଙ୍କ ବାପା ତଥା ବଲିଉଡ୍‌ର ପୂର୍ବତନ ସୁପରଷ୍ଟାର ସୁନୀଲ ଦତ୍ତ କଂଗ୍ରେସ ଦଳ ଟିକେଟରେ ଲୋକସଭା ନିର୍ବାଚନ ଜିତି ଅନେକ ଥର ସାସଂଦ ହୋଇଛନ୍ତି । ତାଙ୍କ ପରେ ସଞ୍ଜୟ ଦତ୍ତଙ୍କ ଭଉଣୀ ବି ଲୋକସଭାର ସାସଂଦ ହୋଇଛନ୍ତି । ମାତ୍ର ସଞ୍ଜୟ ଦତ୍ତ ପ୍ରତ୍ୟକ୍ଷ ନିର୍ବାଚନକୁ ଆସି ନ ଥିଲେ।

ଚଳିତ ଥର ସଞ୍ଜୟ ଦତ୍ତ ପ୍ରତ୍ୟକ୍ଷ ଭାବେ ନିର୍ବାଚନ ମୈଦାନରେ ଶିବସେନା ପାଇଁ ପ୍ରଚାର କରୁଛନ୍ତି । ସେ ଶିବସେନା ପ୍ରମୁଖ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେଙ୍କ ପାଇଁ ଏବେ ପ୍ରଚାର କରୁଛନ୍ତି। ପୂର୍ବରୁ ସଞ୍ଜୟ ଦତ୍ତ ନିର୍ବାଚନ କିମ୍ବା ରାଜନୀତିଠାରୁ ଯଥା ସମ୍ଭବ ଦୂରରେ ରହୁଥିଲେ ।

ଚଳିତ ନିର୍ବାଚନରେ ସେ ଆଦିତ୍ୟ ଠାକରେଙ୍କ ପାଇଁ ପ୍ରଚାର କରୁଥିବା ବାଲା ସାହେବ ଠାକରେଙ୍କ କଥା ବର୍ଣ୍ଣନା କରିଛନ୍ତି । ଏକ ଭିଡିଓରେ ସେ ଆଦିତ୍ୟ ଠାକରେଙ୍କୁ ନିଜ ସାନଭାଇ ସହ ତୁଳନା କରିବା ସହ ବାଲା ସାହେବ ଠାକରେ ଓ ଉଦ୍ଧବ ଠାକରେଙ୍କୁ ପିତା ସମାନ ବୋଲି କହିଛନ୍ତି । ଏବେ ଚଳଚଞ୍ଚଳ ଯୁବ ନେତାଙ୍କର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.