ଝାରସୁଗୁଡାରେ ନବ ଦାସ ଏବଂ କିଶୋର ମହାନ୍ତଙ୍କୁ ମିଶାଇଲେ ପ୍ରଣବ ପ୍ରକାଶ ଦାସ ଓ ସଞ୍ଜୟ ଦାସବର୍ମା; ୨୪ରେ ମିଶ୍ରଣ ପାଇଁ ହେଲା ଆନୁଷ୍ଠାନିକ ନିଷ୍ପତ୍ତି
17/01/2019 at 8:39 PM

ଝାରସୁଗୁଡ଼ା ୧୭|୧: ଝାରସୁଗୁଡ଼ା ରାଜନୀତିରେ ପଟ୍ଟ ପରିବର୍ତ୍ତନ। ଦୁଇ ପାରମ୍ପରିକପ୍ରତିଦ୍ୱନ୍ଦୀ ବିଜେଡି ଜିଲ୍ଲା ସଭାପତି କିଶୋରମହାନ୍ତି ଓ ଗତକାଲି କଂଗ୍ରେସରୁ ଇସ୍ତାଫା ଦେଇଥିବା ବିଧାୟକ ନବାଦାସଙ୍କୁ ଏକାଠି କରାଇଲେ ବିଜେଡିର ବରିଷ୍ଠ ନେତା ସଂଜୟ ଦାସବର୍ମା ଓ ପ୍ରଣବ ପ୍ରକାଶ ଦାସ ।ଆସନ୍ତା 24 ତାରିଖରେ ବିଜେଡିର ଯୋଗଦେବେ ବିଧାୟକ ନବଦାସ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଝାରସୁଗୁଡା ଗସ୍ତ ଅବସରରେ ନବଦାସ ବିଜେଡିରେ ଯୋଗଦେବାକୁ କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି ।ଏହା ଆଜି ଜିଲ୍ଲା ବିଜେଡି କାର୍ଯ୍ୟକାରୀ କମିଟି ବୈଠକରେ ନିଷ୍ପତ୍ତି ନିଆଗଲା |

ସମସ୍ତେ ଦଳର ସୁପ୍ରିମୋ ନବୀବ୍ନ ପଟ୍ଟନାୟକଙ୍କ ନିଷ୍ପତ୍ତିକୁ ମାନିବାକୁ ରାଜି ହେଲେ |ନବଦାସ ବିଜେଡି କାର୍ଯ୍ୟକାରୀ କମିଟୀ ବୈଠକରେ ଯୋଗଦେଇ ଦଳୀୟ ଦଳୀୟ ଶ୍ରୁଙ୍ଖଳା ମାନି କାର୍ଯ୍ୟ କରିବାକୁ ଘୋଷଣା କରିଥିଲେ |ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତ କାର୍ଯ୍ୟକ୍ରମ ରେ ଯେପରି ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ ଙ୍କ ମଧ୍ୟରେ ଟଣା ଓଟରା ନହୁଏ ସେଥିପାଇଁ ଉଭୟଙ୍କ ମଧ୍ୟରେ ମିଳାମିଶା ଉଦ୍ୟମ କରିଛନ୍ତି ବିଜେଡିର ରାଜ୍ୟ ସ୍ତରୀୟ ନେତା।ଏଥିପାଇଁ ଆଜି ହୋଟେଲ ଓର୍ଚ୍ଚାର୍ଡ ରେ ଏକ ରୁଦ୍ଧଦ୍ବାର ବୈଠକରେ ସାମିଲ ହୋଇଥିଲେ ଉଭୟ ନବଦାସ ଓ କିଶୋରମହାନ୍ତି।

ଏମାନଙ୍କ ବ୍ୟତୀତ ଦଳର ସମସ୍ତ କାର୍ଯ୍ୟକାରୀ କମିଟି ସଦସ୍ୟ,ଦଳୀୟ କର୍ମକର୍ତ୍ତା, ପୂର୍ବତନ ବିଧାୟକ ଅନୁପ ସାଏ,ଦଳର ରାଜ୍ୟ ସାଧାରଣ ସମ୍ପାଦକ ସଂଜୟ ଦାସବର୍ମା, ବିଧାୟକ ପ୍ରଣବ ପ୍ରକାଶ ଦାସ ଓ ଅନ୍ୟ ରାଜ୍ୟସ୍ତରୀୟ କର୍ମକର୍ତ୍ତା।ଆଜିର ବୈଠକ ସଂପର୍କରେ ଯେପରି କାହାକୁ କିଛି ଜଣା ନପଡୁ ସେଥିପ୍ରତି ବେଶ ସତର୍କତା ଅବଲମ୍ବନ କରି ସଭାସ୍ଥଳକୁ କେବଳ ଦଳୀୟ ନେତାଙ୍କ ବ୍ୟତୀତ କାହାକୁ ଛାଡି ନଥିଲେ |ଅନ୍ୟପକ୍ଷରେ ବୈଠକ ସ୍ଥଳରୁ ଯେପରି କିଛି କଥା ଲିକ ନହୁଏ ସେଥିପାଇଁ ସମସ୍ତଙ୍କ ମୋବାଇଲକୁ ସୁଇଚ ଅଫ କରାଯାଇଥିଲା |