Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୀଷଣ ଅବପାତର ରୂପ ନେବ ଲଘୁଚାପ ! ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା
  • ||
  • ଟ୍ରେଲର ପଛରେ ପିଟିହେଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||

କରୋନାଠୁ ମଧ୍ୟ ଆହୁରି ମାରାତ୍ମକ ବିଜେପିର ହିନ୍ଦୁ-ମୁସଲମାନ ଭାଇରସ: ସଞ୍ଜୟ ସିଂହ

7/03/2020 at 4:18 PM

ନୂଆଦିଲ୍ଲୀ ୦୭।୦୩- ଆମ୍ ଆଦମୀ ପାର୍ଟିରୁ ରାଜ୍ୟସଭା ସାଂସଦ ତଥା ସଞ୍ଜୟ ସିଂହ ୟେସ୍ ବ୍ୟାଙ୍କ ସଙ୍କଟକୁ ନେଇ ବିଜେପି ଉପରେ ନିଶାଣ କରିଛି। ସଞ୍ଜୟ ସିଂହ ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ପୋଷ୍ଟ କରି ବିଜେପିକୁ ପକେଟମରା ପାର୍ଟିର ଆଖ୍ୟା ଦେଇଛନ୍ତି।

ସଞ୍ଜୟ ସିଂହ କହିଛନ୍ତି, ଦେଶରେ ନା ହିନ୍ଦୁ ବଞ୍ଚିବେ ନା ମୁସଲିମ ବଞ୍ଚିବେ। ବିଜେପି ଅମଳରେ ପ୍ରତ୍ୟେକ ମଣିଷ ଲୁଟର ଶିକାର ହେବେ। ବିଜେପିର ହିନ୍ଦୁ-ମୁସଲମାନ ଭାଇରସ, କରୋନା  ଭାଇରସଠୁ ମଧ୍ୟ ଆହୁରି ବିପଦଜ୍ଜନକ। ଗୋଟିଏ ପଟେ ଆପଣଙ୍କୁ ଦଙ୍ଗାରେ ଫସାଇ ରଖିଲେ ଏବଂ ଅନ୍ୟପଟେ ଭାରତୀୟ ପକେଟମରା ପାର୍ଟି(ବିଜେପି) ଆପଣଙ୍କର ପକେଟମାର କରି ନେଲେ।

ଅନ୍ୟ ଏକ ଟୁଇଟରେ ସେ କହିଛନ୍ତି ଯେ, ବିଜେପିର ନୂତନ ଫର୍ମୁଲା- ହିନ୍ଦୁ ଲୁଟର ଶିକାର ହେବେ ମୁସଲମାନ ଲୁଟର ଶିକାର ହେବେ, ଦଙ୍ଗାରେ ଫସି ସମସ୍ତ ମଣିଷ ଲୁଟର ଶିକାର ହେବେ। ହିନ୍ଦୁ-ହିନ୍ଦୁ ଜପୁଥିବା ବିଜେପି ଟିକେ ଏହାର ତଥ୍ୟ ଦେବ କି ୟେସ୍ ବ୍ୟାଙ୍କରେ କେତେ ହିନ୍ଦୁ ଲୁଟର ଶିକାର ହୋଇଛନ୍ତି ଏବଂ କେତେ ମୁସଲମାନଙ୍କ ଅର୍ଥ ବିପଦରେ ପଡିଛି।

ସଞ୍ଜୟ ସିଂହ ଭିଡିଓ ପୋଷ୍ଟ କରି ଦେଶରେ ଜାରି ୟେସ୍ ବ୍ୟାଙ୍କ ସଙ୍କଟକୁ ନେଇ  ବିଜେପି ଉପରେ ନିଶାଣ କରିଛନ୍ତି। ସଞ୍ଜୟ ସିଂହ କହିଛନ୍ତି ଯେ, ଦେଶରେ ଏବେ କେବଳ ୪ ବ୍ୟାଙ୍କ ଡୁବିଛି, ଏହି ବ୍ୟାଙ୍କ ଡୁବିବା ଧାରା ସେ ପର୍ଯ୍ୟନ୍ତ ଜାରି ରହିବ ଯେ ପର୍ଯ୍ୟନ୍ତ ଏହି ପୁଞ୍ଜିପତିମାନେ ଆପଣଙ୍କର ଅର୍ଥ ନଲୁଟିଛନ୍ତି।

   Related Posts