ଭୁବନେଶ୍ୱରର କରୋନା ସ୍ଥିତି ଚିନ୍ତାଜନକ : ଯେତିକି ଆଶା ଥିଲା, ସେତିକି କମିନି

Published By : Prameya-News7 Bureau | October 26, 2021 IST

ଭୁବନେଶ୍ୱର ୨୬।୧୦ : ଆଗକୁ ଶୀତଦିନ ଆସୁଛି । ଶୀତରେ ସଂକ୍ରମଣର ଆଶଙ୍କା ଅଧିକା ରହିଛି । ଭୁବନେଶ୍ୱରର ସଂକ୍ରମଣ ସ୍ଥିତି ଚିନ୍ତାଜନକ । ସ୍ଵାସ୍ଥ୍ୟ ବିଭାଗ ନିର୍ଦ୍ଦେଶକଙ୍କ ସୁଚନା ଅନୁଯାୟୀ ଭୁବନେଶ୍ୱର ବର୍ତ୍ତମାନ ପ୍ଲାଟୋ ଷ୍ଟେଜରେ ଅଛି । ଯେତିକି ସଂକ୍ରମଣ ହାର କମିବା ନେଇ ଆଶା କରାଯାଉଥିଲା । ତାହା କମିନି । ଯାହାକି ଚିନ୍ତାର ବିଷୟ ପାଲଟିଛି । ତେବେ ଭୟ ନ କରି କୋଭିଡ ଗାଇଡ଼ଲାଇନ ଅନୁପାଳନ ଜରୁରୀ ରହିଛି ବୋଲି ବିଏମ୍‌ସି କମିଶନର କହିଛନ୍ତି ।

ସେହିପରି ଭୁବନେଶ୍ୱରକୁ ବିମାନ, ଟ୍ରେନ ଏବଂ ବସ ଯୋଗେ ବାହାରୁ ବହୁତ ଯାତ୍ରୀ ଯାତାୟାତ କରୁଥିବା ଯୋଗୁଁ ସଂକ୍ରମଣ ବାଢ଼ିଛି । ଏନେଇ ବିଏମସି ପଖରୁ ଆଵଶ୍ୟକ ପଦକ୍ଷେପ ନିଆଯାଇଛି । ଟେଷ୍ଟି, ଟ୍ରିଟିଙ୍ଗ ଓ ଭ୍ୟାକସିନେସନ ଜାରୀ ରହିଛି ।ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବା ପାଇଁ ଆମକୁ ସଚେତନା ହେବାକୁ ପଡିବ ।  

ସୂଚନାଯୋଗ୍ୟ ଯେ, ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ବର୍ତ୍ତମାନ ସୁଦ୍ଧା ୧୧୭୪୪୨ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇସାରିଥିବା ବେଳେ ୧୧୨୯୬୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ୧୦୪୮ଜଣଙ୍କର କୋଭିଡ଼ରେ ମୃତ୍ୟୁ ହୋଇଥିବା ବେଳେ ୩୪୦୯ଟି ଆକ୍ଟିଭ୍‌ କେସ୍‌ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.