ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସଂଜୟ ସିଂହ ହେଲେ ସୂଚନା ଓ ଲୋକସଂପର୍କ ବିଭାଗର ସଚିବ

7/12/2018 at 9:26 AM

ଭୁବନେଶ୍ବର ୦୭|୧୨: ୧୯୯୭ ମସିହା ବ୍ୟାଚ୍‌ର ଆଇଏଏସ ଅଧିକାରୀ ସଂଜୟ ସିଂହଙ୍କୁ ସୂଚନା ଓ ଲୋକସଂପର୍କ ବିଭାଗର ସଚିବ ଭାବେ ନିଯୁକ୍ତ କରାଯାଇଛି । ହେମନ୍ତ କୁମାର ଶର୍ମାଙ୍କ ସ୍ଥାନରେ ସେ ଏହି ଦାୟିତ୍ବ ତୁଲାଇବେ । ଏଥିସହିତ ସଂଜୟ ସିଂହ ଦକ୍ଷତା ବିକାସ ଓ ବୈଷୟିକ ଶିକ୍ଷା ବିଭାଗର ସଚିବ ଦାୟିତ୍ବ ତୁଲାଇବା ସହ ଇଡକୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଦାୟିତ୍ବରେ ମଧ୍ୟ ରହିବେ ।

୧୯୯୭ ମସିହା ବ୍ୟାଚ୍‌ର ଆଇଏଏସ ଅଧିକାରୀ ସଂଜୟ ସିଂହଙ୍କୁ ଦିଲ୍ଲୀ ସ୍କୁଲ୍ ଅଫ୍ ଇକୋନୋମିକ୍ସରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି । ପ୍ରଶାସନିକ ସେବା କ୍ଷେତ୍ରରେ ତାଙ୍କର ଦୀର୍ଘ ଅଭିଜ୍ଞତା ରହିଛି । ବିହାର ଏବଂ ଓଡିଶାର ୧୧ଟି ଜିଲ୍ଲାର ଜିଲ୍ଲାପାଳ ଭାବେ ସେ ଦକ୍ଷତାର ସହ କାର୍ଯ୍ୟ କରିଛନ୍ତି । ଏଥିସହ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସଚିବ ଭାବେ ମଧ୍ୟ କାର୍ଯ୍ୟ କରିବାର ଅଭିଜ୍ଞତା ରହିଛି ।

   Related Posts