'ସୋଭିଏତ ଋଷ ଭଳି ଖଣ୍ଡ ବିଖଣ୍ଡିତ ହୋଇଯିବ ଭାରତ', ସଞ୍ଜୟ ରାଓ୍ୱତଙ୍କ ଏପରି ପ୍ରତିକ୍ରିୟା ପରେ ବିଜେପି ଦାବି କଲା କାର୍ଯ୍ୟାନୁଷ୍ଠାନ

Published By : Prameya-News7 Bureau | December 28, 2020 IST

ମୁମ୍ବାଇ,୨୮/୧୨:  ଶିବସେନା ଓ ବିଜେପି ମଧ୍ୟ ତିକ୍ତତା ବଢିବାରେ ଲାଗିଛି । ଶିବସେନାର ମୁଖପତ୍ର ସାମନାରେ ସଞ୍ଜୟ ରାଓ୍ୱତ କେନ୍ଦ୍ର ସରକାର ଓ ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରି ଅନେକ କଥା ଲେଖିଥିଲେ । ସଞ୍ଜୟ ଲେଖିଥିଲେ ଯେ, କେନ୍ଦ୍ର ସରକାର ରାଜନୈତିକ ଲାଭ ପାଇଁ ଲୋକଙ୍କୁ ସଙ୍କଟରେ ପକାଉଛନ୍ତି । ଏହା ନବୁଝି ପାରିଲେ ଋଷ ଭଳି ଭାରତ ମଧ୍ୟ ଭାଙ୍ଗିଯିବାକୁ ବେଶୀ ସମୟ ଲାଗିବନି ।

ଏହାକୁ ନେଇ ବିଜେପି ସଞ୍ଜୟଙ୍କୁ ଟାର୍ଗେଟ୍ କରିଛି । ଦଳ କହିଛି ଯେ, ଶିବସେନା କଞ୍ଜୁରମାର୍ଗ କାରସେଡ୍ ପ୍ରୋଜେକ୍ଟରେ ବିଫଳ ହୋଇଛି । ଏହାକୁ ଲୁଚାଇବାକୁ ସେ ଏପରି ବୟାନ ଦେଉଛନ୍ତି ।ଏହାସହ ବିଜେପି ନେତା ଅତୁଲ ଭଟଖଲକର ସଞ୍ଜୟଙ୍କ ଏହି ବୟାନ ବିରୋଧରେ ମାମଲା ରୁଜୁ ପାଇଁ ଦାବି କରିଛନ୍ତି ।

ବିଜେପି ନେତା ରାମ କଦମ କହିଛନ୍ତି ଯେ. ଶବିସେନା ଅନେକ କଥା ଭୁଲି ଯାଉଛି । ରାଜ୍ୟ ସରକାରଙ୍କ କମିଠି କାରସେଡ ପ୍ରକଳ୍ପ କଞ୍ଜୁରମାର୍ଗରେ ହୋଇପାରିବ ନାହିଁ ବୋଲି କହିଥିଲେ । ଏପରି ହେଲେ ୫୦୦୦ କୋଟି ଚଙ୍କା କ୍ଷତି ହେବ । ମାମଲା କୋର୍ଟରେ ଅଟକି ଯିବ । ଏହାକୁ ଲୁଚାଇବା ପାଇଁ ଶିବସେନା ନେତା ଭାରତ ଭାଙ୍ଗିବା କଥା କହୁଛନ୍ତି ।ଦେଶ ଶିବସେନାର ଏପରି କାମକୁ ଭୁଲିବ ନାହିଁ ।

ସୂଚନାଯୋଗ୍ୟ., ସଞ୍ଜୟ ରାଓ୍ୱତ ସାମନାରେ ଲେଖିଥିଲେ ଯେ, ଅଣ ବିଜେପି ଶାସିତ ରାଜ୍ୟକୁ ସରକାର ଅଣଦେଖା କରୁଛନ୍ତି । ମଧ୍ୟ ପ୍ରଦେଶରେ କଂଗ୍ରେସ ସରକାର ଭାଙ୍ଗିବା ପରେ ବିଜେପି ସରକାର ଶାସନକୁ ଆଶିଥିଲା । କାଶ୍ମୀରରେ ଅସ୍ଥିରତା ଅଛି । ପଞ୍ଜାବର କୃଷକ ଅସୁବିଧାର ସାମ୍ନା କରୁଛନ୍ତି । ମୁମ୍ବାଇରେ ମେଟ୍ରେ ପ୍ରକଳ୍ପକୁ ରୋକି ଦିଆଯାଉଛି । କେନ୍ଦ୍ର ସରକାର ନିଜ ଷଡଯନ୍ତ୍ର କଲେ ଦେଳେ ସୋଭିଏତ ଋଷ ପରି ଖଣ୍ଡ ବିଖଣ୍ଡିତ ହୋଇଯିବ ବୋଲି ସେ କହିଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.