Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୬୯ ଆକ୍ରାନ୍ତ
  • ||
  • ସରକାର ଓ କୃଷକଙ୍କ ମଧ୍ୟରେ ପ୍ରଥମ ବୈଠକ ବିଫଳ: ପୁଣି ଡିସେମ୍ବର ୩ରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା, ଜାରି ରହିବ ଆନ୍ଦୋଳନ
  • ||
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ମହାରାଷ୍ଟ୍ର ରାଜନୀତି: ବିଜେପି ନା କହିବା ପରେ ଜାଣନ୍ତୁ କ’ଣ କହିଲେ ଶିବ ସେନା ନେତା ସଞ୍ଜୟ ରାଉତ

10/11/2019 at 8:04 PM

ମୁମ୍ବାଇ :  ମହାରାଷ୍ଟ୍ର ରାଜନୀତିରେ ଏବେ ଘଡିକେ ଘୋଡା ଛୁଟୁଛି। ସଂଖ୍ୟା ଗରିଷ୍ଠ ଦଳ ଭାବେ ସରକାର ଗଠନ ଲାଗି ବିଜେପିକୁ ରାଜ୍ୟପାଳ ଆମନ୍ତ୍ରଣ କରିଥିଲେ। ତେବେ ରାଜ୍ୟରେ ସରକାର ଗଠନ ଲାଗି ଦଳ ନିଜର ଅକ୍ଷମତା ଜଣାଇବା ପରେ ଏବେ ସରକାର ଗଠନ ଲାଗି ରାଜନୈତିକ ଗତିବିଧି ଜୋରଧରିଛି। ରାଜ୍ୟରେ ଶିବସେନା ମୁଖ୍ୟମନ୍ତ୍ରୀ ହେବେ ବୋଲି ରବିବାର ପୂର୍ବାହ୍ନରେ ଦଳ ମୁଖିଆ ଉଦ୍ଧବ ଠାକରେ କହିଛନ୍ତି। ଏଣୁ ଶିବସେନା ମୁଖ୍ୟ ଏହା କହିଛନ୍ତି ମାନେ ରାଜ୍ୟରେ ଶିବସେନା ସରକାର ଗଢିବ ବୋଲି କହିଛନ୍ତି ବରିଷ୍ଠ ନେତା ସଞ୍ଜୟ ରାଉତ।

ଶନିବାର ରାଜ୍ୟପାଳ ବିଜେପିକୁ ସରକାର ଗଠନ ଲାଗି ଆମନ୍ତ୍ରିତ କରିଥିଲେ। ଏଥି ପାଇଁ ରବିବାର ଦେବେନ୍ଦ୍ର ଫଡନବୀଶଙ୍କ ଆବାସରେ ଦଳର କୋର କମିଟି ବୈଠକ ଆୟୋଜନ କରାଯାଇଥିଲା। ବିଚାରବିମର୍ଷ ପରେ ଫଡନବୀଶଙ୍କ ସମେତ ଦଳୀୟ ନେତାମାନେ ରାଜଭବନକୁ ଯାଇ ରାଜ୍ୟପାଳଙ୍କୁ ଭେଟି ମେଣ୍ଟ ସହଯୋଗ ବିନା ବିଜେପି ଏକାକୀ ସରକାର ଗଠନ କରିପାରିବ ନାହିଁ ବୋଲି ଅକ୍ଷମତା ପ୍ରକାଶ କରିଥିଲେ।

ତେବେ ବିଜେପି ନିଜର ନୀତି ସ୍ପଷ୍ଟ କରିସାରିଥିବା ବେଳେ ରାଜ୍ୟରେ ସରକାର ଗଠନ ଲାଗି ରାଜନୈତିକ ହଲଚଲ ଆରମ୍ଭ ହୋଇଯାଇଛି। ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଅଶୋକ ଚୌହାଣ ସରକାର ଗଠନ ସମ୍ପର୍କରେ ସ୍ପଷ୍ଟ ଭାବେ କିଛି କହିନାହାନ୍ତି। ତେବେ ରାଜନୈତିକ ଘଟଣାକ୍ରମ ଉପରେ ଦଳ ନଜର ରଖିଥିବା କହିଛନ୍ତି।

ରାଜ୍ୟପାଳଙ୍କୁ ଭେଟିବା ପରେ ରାଜ୍ୟ ବିଜେପି ସଭାପତି ଚନ୍ଦ୍ରକାନ୍ତ ପାଟିଲ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ। ରାଜ୍ୟରେ ବିଜେପି ଓ ଶିବସେନା ମେଣ୍ଟକୁ ସରକାର ଗଠନ ଲାଗି ଜନାଦେଶ ମିଳିଥିଲା। ତେବେ ପ୍ରକ୍ରିୟାରେ ଶିବସେନା ସହଯୋଗ କରୁନାହିଁ। ଏଣୁ ବିଜେପି ଏକାକୀ ସରକାର ଗଠନ କରିବା ସମ୍ଭବ ନୁହେଁ ବୋଲି କହିଛନ୍ତି। ଅନ୍ୟପକ୍ଷରେ ଶିବସେନା ଏବେ ଏନସିପି ଓ କଂଗ୍ରେସ ସହ ମିସି ସରକାର କରିବାକୁ ଯୋଜନା କରୁଛି। ଏଣୁ ସେମାନଙ୍କ ସହ ଆମର ଶୁଭକାମନା ରହିଛି ବୋଲି ପାଟିଲ କହିଛନ୍ତି।

   Related Posts