ଶବ୍ଦର ବାଖ୍ୟା କଲେ ସଞ୍ଜୟ ରାଓ୍ବତ: ‘କଙ୍ଗନା ଜଣେ ନଟି ଗାର୍ଲ, ହାରାମଖୋରର ଅର୍ଥ ବେଇମାନ’

Published By : Prameya-News7 Bureau | September 07, 2020 IST

ମୁମ୍ବାଇ ୦୭/୦୯: କଙ୍ଗନା ରଣାଓ୍ବତ ଓ ଶିବସେନା ନେତା ସଞ୍ଜୟ ରାଓ୍ବତଙ୍କ ମଧ୍ୟରେ ବାକ ଯୁଦ୍ଧ ଜାରି ରହିଛି । ସେପଟେ କଙ୍ଗନାଙ୍କୁ ହିମାଚଳପ୍ରଦେଶ ସରକାର ସୁରକ୍ଷା ଦେଇଥିବା ବେଳେ କେନ୍ଦ୍ର ଗୃହ ମନ୍ତ୍ରାଳୟ ଓ୍ବାଇ+ ସୁରକ୍ଷା ପ୍ରଦାନ କରିଛି । ଏହାରି ଭିତରେ ଶିବସେନା ନେତା ସଞ୍ଜୟ ରାଓ୍ବତ କଙ୍ଗନାଙ୍କ ଉପରେ ଦେଇଥିବା ‘ହାରାମଖୋର’ ମନ୍ତବ୍ୟକୁ ନେଇ ସଫେଇ ଦେଇଛନ୍ତି ।

ସଫେଇ ଦେଇ ସଞ୍ଜୟ କହିଛନ୍ତି, ‘କଙ୍ଗନା ଟିକେ ନଟି, ମୁଁ ତାଙ୍କ ପ୍ରତିକ୍ରିୟା ଦେଖେ । ସେ ସବୁବେଳେ କିଛି ନା କିଛି କହିଥାନ୍ତି । ମୋ ଭାଷାରେ ତାଙ୍କୁ ବେଇମାନ କହିବାକୁ ଚାହୁଁଥିଲି। ଏହା କହିବା ପାଇଁ ଆମେ ଏଭଳି (ହାରାମଖୋର) ଶବ୍ଦ ବ୍ୟବହାର କରୁ।’

 କଙ୍ଗନାକୁ କେନ୍ଦ୍ର ଦେଇଥିବା ସୁରକ୍ଷାକୁ ନାପସନ୍ଦ କରିବା ସହ ମୁମ୍ବାଇକୁ ବଦନାମ କରିବାକୁ ପ୍ରୟାସ କରାଯାଉଥିବା କହିଛନ୍ତି ସଞ୍ଜୟ ରାଓ୍ବତ। ମୁମ୍ବାଇ ପୋଲିସକୁ ପ୍ରଶଂସା କରିବା ସହ ମୁମ୍ବାଇ ପୋଲିସ ପାଇଁ ବଲିଉଡରେ ଅଣ୍ଡରଓ୍ବାର୍ଲ୍ଡ ଶେଷ ହୋଇଛି ବୋଲି କହିଛନ୍ତି ସଞ୍ଜୟ।

ସୂଚନାଯୋଗ୍ୟ ଯେ, କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଅଭିନେତ୍ରୀ କଙ୍ଗନା ରଣାଓ୍ବତଙ୍କୁ ଓ୍ବାଇ ସିକ୍ୟୁରିଟି ପ୍ରଦାନ କରାଯାଇଛି । ନିକଟରେ ଶିବସେନା ନେତା କଙ୍ଗନାଙ୍କୁ ମୁମ୍ବାଇ ନଆସିବାକୁ ଧମକ ଦେଇଥିଲେ । କିନ୍ତୁ ମୁମ୍ବାଇ ଫେରିବି ଓ କାହାର ସାହସ ଅଛି ଅଟକାଅ ବୋଲି କହିଥିଲେ କଙ୍ଗନା । ଏଭଳି ପରିସ୍ଥିତିକୁ ଦେଖି କଙ୍ଗନାଙ୍କୁ କେନ୍ଦ୍ର ପକ୍ଷରୁ ସୁରକ୍ଷା ପ୍ରଦାନ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.