କମେଣ୍ଟ୍ରୀ ପ୍ୟାନେଲରୁ ହଟିବା ପରେ ବିସିସିଆଇ ଉପରେ ବର୍ଷିଲେ ମଞ୍ଜରେକର, କହିଲେ...

Published By : Prameya-News7 Bureau | March 16, 2020 IST

ନୂଆଦିଲ୍ଲୀ, ୧୬|୦୩: କ୍ରିକେଟରଙ୍କ ପ୍ରତି କଡା ମନ୍ତବ୍ୟ ଦେଇ କମେଣ୍ଟେଟର ସଞ୍ଜୟ ମଞ୍ଜରେକରଙ୍କୁ ବିସିସିଆଇ କମେଣ୍ଟ୍ରୀ ପ୍ୟାନେଲରୁ ହଟାଇଦେଇଛି। ଏହାପରେ ସେ ବିସିସିଆଇ ଉପରେ ବର୍ଷିଛନ୍ତି। ନିକଟରେ ତାଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆରେ କମେଣ୍ଟ୍ରୀ ପ୍ୟାନେଲରୁ ବାହାର କରାଯାଇଥିଲା।

ତେବେ ଏହି ସିରିଜରେ ଗୋଟିଏ ହେଲେ ମ୍ୟାଚ ଖେଳାଯାଇ ନଥିଲା। ପ୍ରଥମ ମ୍ୟାଚ ବର୍ଷା ପାଇଁ ବାତିଲ ହୋଇଥିବା ବେଳେ ଅନ୍ୟ ୨ ମ୍ୟାଚ କରୋନା ପାଇଁ ବାତିଲ ହୋଇଥିଲା।

wp:core-embed/twitter {"url":"https://twitter.com/sanjaymanjrekar/status/1239163465391951872?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1239163465391951872\u0026ref_url=https%3A%2F%2Faajtak.intoday.in%2Fsports%2Fstory%2Fsanjay-manjrekar-removal-from-commentary-panel-maybe-bcci-was-not-happy-with-my-performance-tspo-1-1171913.html","type":"rich","providerNameSlug":"twitter","className":""}
https://twitter.com/sanjaymanjrekar/status/1239163465391951872?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1239163465391951872&ref_url=https%3A%2F%2Faajtak.intoday.in%2Fsports%2Fstory%2Fsanjay-manjrekar-removal-from-commentary-panel-maybe-bcci-was-not-happy-with-my-performance-tspo-1-1171913.html
/wp:core-embed/twitter

ବିସିସିଆଇ ଉପରେ ନିକ କ୍ରୋଧ ବାହାର କରିଛନ୍ତି ସଞ୍ଜୟ। ସେ କହିଛନ୍ତି, ସେ ସର୍ବଦା କମେଣ୍ଟ୍ରୀକୁ ସମ୍ମାନ ଦେଉଥିଲେ। ତାଙ୍କୁ ଚୟନ କରିବା ଓ ନକରିବା ବିସିସିଆଇ ଉପରେ ନିର୍ଭର କରେ । ବିସିସିଆଇ ବୋଧେ ତାଙ୍କ କାମକୁ ନେଇ ଖୁସି ନାହିଁ।

{"id":239309,"width":748,"height":419,"sizeSlug":"large"}

ଏହାପୂର୍ବରୁ ବିସିସିଆଇ ତାଙ୍କୁ ପ୍ୟାନେଲରୁ ହଟାଇବା ନେଇ ବିଭିନ୍ନ ମିଡିଆ ରିପୋର୍ଟରେ ପ୍ରକାଶ ପାଇଥିଲା। ତେବେ ତାଙ୍କୁ କେଉଁ କାରଣରୁ ହଟାଯାଇତି ତାହା ସ୍ପଷ୍ଟ ହୋଇନାହିଁ। ଭାରତ-ଦକ୍ଷିଣ ଆଫ୍ରିକା କମେଣ୍ଟ୍ରୀ ପ୍ୟାନେଲରେ ସୁନୀଲ ଗାଭାସ୍କର. ଲକ୍ଷ୍ମଣ ଶିବରାମକୃଷ୍ଣନ ଓ ମୁରଲି କାର୍ତ୍ତିକ ଉପସ୍ଥିତ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.