ବାୟୋ ବବଲ୍ ନିୟମ ଭାଙ୍ଗିବା ପଡୁଛି ମହଙ୍ଗା, ଭାରତୀୟ ଖେଳାଳିଙ୍କୁ ସମାଲୋଚନା କଲେ ସଞ୍ଜୟ ମଞ୍ଜରେକର

Published By : Prameya-News7 Bureau | January 05, 2021 IST

ସିଡନୀ, ୦୫/୦୧:   ଭାରତୀୟ ଦଳର ପୂର୍ବତନ କ୍ରିକେଟର ତଥା କମେଣ୍ଟେଟର୍ ସଞ୍ଜୟ ମଞ୍ଜରେକର ଅଷ୍ଟ୍ରେଲିଆରେ କ୍ରିକେଟରଙ୍କ ବାୟୋ ବବଲ୍ ପ୍ରୋଟୋକଲର ଉଲଙ୍ଘନ ଘଟଣାରେ ବର୍ଷିଛନ୍ତି । ସେ ନିୟମ ଭାଙ୍ଗିଥିବା ଖେଳାଳିଙ୍କୁ ସମାଲୋଚନା କରିଛନ୍ତି । ସେ ଏକ ଟ୍ୱିଟ୍ କରି କ୍ରିକେଟରଙ୍କ ଆଚରଣକୁ ନିନ୍ଦା କରିଛନ୍ତି ।

ମଞ୍ଜରେକରଙ୍କ ଏହି ଟ୍ୱିଟ୍ ସେହି ଭିଡିଓ ସାମ୍ନାକୁ ଆସିବା ପରେ ହୋଇଛି ଯେଉଁଥିରେ ଭାରତର କିଛି ଖେଳାଳି ରେଷ୍ଟୁରାଣ୍ଟରେ ଭୋଜନ କରୁଥିଲେ । ଭିଡିଓରେ ରୋହିତ ଶର୍ମା, ପୃଥ୍ୱୀ ଶ, ଶୁଭମନ ଗିଲ୍, ନବଦୀପ ସୈନୀ ଓ ଋଷଭ ପନ୍ତ ଥିଲେ । ଏହାକୁ ଜଣେ ଫ୍ୟାନ୍ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଫ୍ୟାନ୍ ଜଣଙ୍କ ଏହା ମଧ୍ୟ ଦାବି କରିଥିଲେ ଯେ, ସେ ଖେଳାଳିଙ୍କ ପାଇଁ ବିଲ୍ ଭରିଥିଲେ ଓ ପନ୍ତ ତାଙ୍କୁ ଆଲିଙ୍ଗନ ମଧ୍ୟ କରିଥିଲେ ।

wp:html /wp:html

ଏହି ଘଟଣାରେ ସଞ୍ଜୟ କହିଛନ୍ତି ଯେ, ଏହା ବହୁତ ସହଜ କଥା । ନିଜକୁ ଚୟନ ପାଇଁ ଉପଲବ୍ଧ ନରଖିବା କିମ୍ବା ଯଦି ଚୟନ ହୋଇଛି ତାହାଲେ ନିୟମକୁ ପାଳନ କରିବା । କିଛି ଖେଳାଳି ଉଭୟ କାମ କରିପାରି ନାହାଁନ୍ତି । ଏହି ଟ୍ୱିଟ ଉପରେ ୟୁଜରମାନେ ମିଶ୍ରିତ ପ୍ରତିକ୍ରିୟା ଦେଇଛନ୍ତି ।

ସୂଚନାଯୋଗ୍ୟ, ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଟି୨୦ ଓ ଦିନିକିଆ ସିରିଜ୍ ଖେଳାଯାଇ ସାରିଛି । ଟେଷ୍ଟ ସିରିଜରେ ମଧ୍ୟ ଦୁଇଟି ମ୍ୟାଚ୍ ଖେଳ ସରିଛି ।ଜାନୁଆରୀ ୭ରେ ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବ । ଏହା ମଧ୍ୟରେ ଭାରତୀୟ ଦଳର ବାୟୋ ବବଲ୍ ପ୍ରୋଟୋକଲ ନିୟମ ଉଲଙ୍ଘନକୁ ନେଇ ଚର୍ଚ୍ଚା ଜୋର୍ ଧରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.