ବିସିସିଆଇ କମେଣ୍ଟାରୀ ପ୍ୟାନେଲରୁ ହଟିଲେ ସଞ୍ଜୟ ମାଞ୍ଜରେକର

Published By : Prameya-News7 Bureau | March 14, 2020 IST

ନୂଆଦିଲ୍ଲୀ, ୧୪|୦୩: ଭାରତର ପୂର୍ବତନ ବ୍ୟାଟସମ୍ୟାନ ତଥା କ୍ରିକେଟ ଭାଷ୍ୟକାର ସଞ୍ଜୟ ମାଞ୍ଜରେକରଙ୍କୁ ବିସିସିଆଇର କମେଣ୍ଟାରୀ ପ୍ୟାନେଲରୁ ହଟାଯାଇଛି। ଗତ କିଛି ବର୍ଷ ଧରି ଭାରତର ଘରୋଇ ମ୍ୟାଚରେ କମେଣ୍ଟ୍ରି ବକ୍ସରେ ଏକ ନିୟମିତ ବିଶେଷଜ୍ଞ ଭାବେ ସଞ୍ଜୟ ଦାୟିତ୍ୱ ତୁଲାଉଥିଲେ। ତେବେ ତାଙ୍କୁ ଆଇପିଏଲ ୨୦୨୦ରେ ମଧ୍ୟ ସାମିଲ କରାଯିବ ନାହିଁ ବୋଲି ସୂଚନା ମିଳିଛି।ମାର୍ଚ୍ଚ ୨୯ରେ ହେବାକୁ ଥିବା ଆଇପିଏଳ କରୋନା ପାଇଁ ଏପ୍ରିଲ ୧୫ରୁ ଆରମ୍ଭ ହେବ।  

{"id":238198,"width":747,"height":392,"sizeSlug":"large"}

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଆୟୋଜିତ ହୋଇଥିବା ପ୍ରଥମ ଦିନିକିଆରେ ମଧ୍ୟ ସଞ୍ଜୟ ଷ୍ଚାଡିୟମରେ ଉପସ୍ଥିତ ନଥିଲେ। ଅନ୍ୟ ବିସିସିଆଇ ପ୍ୟାନେଲର କମେଣ୍ଟେଟର ଭାବେ ସୁନୀଲ ଗାଭାସ୍କର, ଲକ୍ଷ୍ମଣ ଶିବରାମକୃଷ୍ଣନ, ମୁରଲି କାର୍ତ୍ତିକ ସେଠାରେ ଉପସ୍ଥିତ ରହିଥିଲେ। କେଉଁ କାରଣରୁ ସଞ୍ଜୟଙ୍କୁ ବାହାର କରାଯାଇଛି ସେନେଇ କିଛି ସ୍ପଷ୍ଟ ହୋଇନଥିଲେ ମଧ୍ୟ ତାଙ୍କ କାମକୁ ନେଇ ଅଧିକାରୀ ଖୁସି ନଥିବା ଜଣାପଡିଛି।

ସୂଚନାଯୋଗ୍ୟ, କିଛିଦିନ ପୂର୍ବରୁ ସେ ରବୀନ୍ଦ୍ର ଜାଡେଜା ଓ ହର୍ଷ ଭୋଗଲେଙ୍କ ଉପରେ ପ୍ରଶ୍ନ ଉଠାଇଥିଲେ। । ଏପରିକି କିଛି ଟିପ୍ପଣୀ ମଧ୍ୟ ଦେଇଥିଲେ। ଯାହାକୁ ନେଇ ବିସିସିଆଇ ତାଙ୍କ ଉପରେ ସନ୍ତୁଷ୍ଟ ନଥିଲା। ତେବେ ପରେ ସେ ନିଜ ଟିପ୍ପଣୀ ପାଇଁ କ୍ଷମା ପ୍ରାର୍ଥନା କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.