Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ଟି୨୦ ବିଶ୍ୱକପ୍ ପାଇଁ ଶ୍ରୀଲଙ୍କା ଗସ୍ତ ଜରୁରୀ ନୁହେଁ, କାହିଁକି ଏମିତି କହିଲେ ମାଞ୍ଜରେକର

9/07/2021 at 11:47 AM

ନୂଆଦିଲ୍ଲୀ, ୦୯/୦୭:  ଶିଖର ଧାଓ୍ୱନଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ ଦଳ ଶ୍ରୀଲଙ୍କା ଗସ୍ତ କରିଛି । ଶ୍ରୀଲଙ୍କା ବିପକ୍ଷରେ ଜୁଲାଇ ୧୩ ତାରିଖରୁ ଦିନିକିଆ ସିରିଜ ଆରମ୍ଭ ହେବ । ଏହି ଗସ୍ତରେ ଯୁବ ଖେଳାଳିଙ୍କୁ ପ୍ରାଧାନ୍ୟ ଦିଆଯାଇଛି । କାରଣ ଅଧିକାଂଶ ବରିଷ୍ଠ ଖେଳାଲି ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ବ୍ରିଟେନରେ ଅଛନ୍ତି ।

ଶ୍ରୀଲଙ୍କା ବିପକ୍ଷ ସିରିଜରେ ଯେଉଁ ଯୁବ ଖେଳାଳି ଭଲ ପ୍ରଦର୍ଶନ କରିବେ ସେମାନେ ଟି୨୦ ବିଶ୍ୱକପରେ ସ୍ଥାନ ମିଳିପାରେ । କିନ୍ତୁ ଭାରତୀୟ ଦଳର ପୂର୍ବତନ ଖେଳାଳି ସଞ୍ଜୟ ମାଞ୍ଜରେକର ଭିନ୍ନ ମନ୍ତବ୍ୟ ଦେଇଛନ୍ତି । ଶ୍ରୀଲଙ୍କା ବିପକ୍ଷ ସିରିଜ ଟି୨୦ ବିଶ୍ୱକପ ପାଇଁ ଗେମ୍ ଚେଞ୍ଜର୍ ହେବ ନାହିଁ ବୋଲି ସେ କହିଛନ୍ତି ।

ମାଞ୍ଜରେକର କହିଛନ୍ତି ଯେ, ଭାରତର ଟି୨୦ ଟିମ୍ ଭଲ ସ୍ଥିତିରେ ଅଛି । ଭାରତର ଟିମ୍ ସବୁଠାରୁ ମଜବୁତ ହେବ । କିନ୍ତୁ ଶ୍ରୀଲଙ୍କା ବିପକ୍ଷ ସିରିଜ ଗେମ୍ ଚେଞ୍ଜର ହେବ ନାହିଁ । ଦେଶରେ ପ୍ରତିଭାବାନ ଖେଳାଳିଙ୍କ ଅଭାବ ନାହିଁ । ମନୀଷ ପାଣ୍ଡେଙ୍କ ପ୍ରଦର୍ଶନ ସର୍ବଦା ସମାନ ନୁହେଁ । ହାର୍ଦ୍ଦିକ ପାଣ୍ଡ୍ୟା ବ୍ୟାଟସମ୍ୟାନ୍ ଭାବେ ଖେଳିବା ପାଇଁ ପ୍ରସ୍ତୁତ । ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ସେ ଏହା ପ୍ରମାଣିତ କରିଥିଲେ । ରାହୁଲ ଚହର, ବରୁଣ ଚକ୍ରବର୍ତ୍ତୀ ଓ ୟୁଜବେନ୍ଦ୍ର ଚହଲଙ୍କୁ ସୁଯୋଗ ଦେବା କଷ୍ଟ ହେବ ।

ସେ ଆହୁରି କହିଛନ୍ତି ୟେ, ବାମହାତୀ ବ୍ୟାଟସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ ୩ ନମ୍ବର ସ୍ଥାନରେ ବ୍ୟାଟିଂ କରିବା ପାଇଁ ଯୋଗ୍ୟ । ରୋହିତ ଶର୍ମା ଓ ବିରାଟ କୋହଲି ଓପନିଂ କଲେ ଭଲ ହେବ । ତେବେ ସଞ୍ଜୁ ସାମସନଙ୍କ ବଦଳରେ ଇଷାନ କିଶନ ଓ୍ୱିକେଟ୍ କିପିଂ କଲେ ଭଲ ହେବ ବୋଲି ମାଞ୍ଜରେକର କହିଛନ୍ତି ।

   Related Posts