Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଙ୍କୀ : ଶୌଚ ପାଇଁ ଯିବାବେଳେ କଚାଡି ଦେଲା ଦନ୍ତା, ଜଣେ ଗୁରୁତର
  • ||
  • ଭୁବନ : ୨ ଦିନ ପାଇଁ କଲେଜ ସଟ୍‌ଡାଉନ୍, କରୋନା ସଂକ୍ରମିତ ଚିହ୍ନଟ ପରେ ପଦକ୍ଷେପ‌
  • ||
  • ରାଜ୍ୟରେ କରୋନା ନେଲା ଆଉ ୩ ଜଣଙ୍କ ଜୀବନ, ୧୯୩୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ବଢ଼ି ଚାଲିଛି କରୋନା ସଂକ୍ରମଣ, ମହାରାଷ୍ଟ୍ରରେ ଆଜିଠାରୁ ମେ ପହିଲା ପର୍ଯ୍ୟନ୍ତ ୧୪୪ ଧାରା
  • ||
  • ଜଗତସିଂହପୁର : ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି : ମା ଶାରଳାଙ୍କ ପୀଠରେ ଲାଗୁ ହେଲା ୧୪୪ ଧାରା, ନୀତି ସମ୍ପନ୍ନ କରିବେ ସେବାୟତ
  • ||
  • ବାରଙ୍ଗ : ନନ୍ଦନକାନନକୁ ନୂଆ ଅତିଥି, ଦ୍ୱିତୀୟ ଥର ପାଇଁ ମା ହେଲା ବାଘୁଣୀ ମେଘା
  • ||
  • ୨ହଜାର ଟପିଲା ସଂକ୍ରମଣ : ରାଜ୍ୟରେ ୩୦ଜିଲ୍ଲାରୁ ଚିହ୍ନଟ ହେଲେ ସଂକ୍ରମିତ, ୨୪ ଘଣ୍ଟାରେ ୨୨୬୭ ପଜିଟିଭ୍ ଚିହ୍ନଟ
  • ||

ରଣବୀର କପୁରଙ୍କ ପରେ ସଞ୍ଜୟ ଲୀଳା ଭନସାଲି କରୋନା ପଜିଟିଭ୍: ଗଙ୍ଗୁବାଇ କାଠିୟାବାଡିର ସୁଟିଂ ବନ୍ଦ

9/03/2021 at 2:49 PM

ମୁମ୍ବାଇ ୯।୩ : କରୋନା ସଂକ୍ରମଣ ମାମଲା ପୁଣିଥରେ ବଢ଼ିବାରେ ଲାଗିଛି। ମଙ୍ଗଳବାର ସକାଳେ ବଲିଉଡ ଅଭିନେତା ରଣବୀର କପୁର କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଥିଲା। ରଣବୀର କପୁରଙ୍କ ପରେ ଫିଲ୍ମ ନିର୍ମାତା ସଞ୍ଜୟ ଲୀଳା ଭନସାଲି ମଧ୍ୟ କରୋନା ସଂକ୍ରମଣର ଶିକାର ହୋଇଛନ୍ତି। ବର୍ତ୍ତମାନ ପ୍ରଶଂସକ ଆଲିଆ ଭଟ୍ଟଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି। ସଞ୍ଜୟ ଲୀଳା ଭନସାଲି ଘରେ କ୍ଵାରେଣ୍ଟାଇନରେ ଅଛନ୍ତି।

ସଞ୍ଜୟ ଲୀଳା ଭନସାଲି କରୋନା ପଜିଟିଭ ଚିହ୍ନଟ ହେବାପରେ ଫିଲ୍ମ ‘ଗଙ୍ଗୁବାଇ କାଠିୟାବାଡି’ର ଶୁଟିଂ ବନ୍ଦ କରିଦିଆଯାଇଛି। ରିପୋର୍ଟ ଅନୁଯାୟୀ, ସଞ୍ଜୟଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବା ପରେ ତାଙ୍କର କୋଭିଡ ଯାଞ୍ଚ କରାଯାଇଥିଲା। ଯାଞ୍ଚ ରିପୋର୍ଟ ପଜିଟିଭ ଆସିଥିଲା। ରିପୋର୍ଟ ଆସିବା ପରେ ଫିଲ୍ମ ଶୁଟିଂ ବନ୍ଦ କରିଯାଇଥିଲା। ରଣବୀର କପୁର ଓ ସଞ୍ଜୟ ଲୀଳା ଭନସାଲି କରୋନା ପଜିଟିଭ ଚିହ୍ନଟ ହେବାପରେ ଫିଲ୍ମର ପୁରା ଟିମ ଉପରେ କରୋନା ଭୟ ରହିଛି।

ନିକଟରେ ସଞ୍ଜୟ ଲୀଳା ଭନସାଲି ନିଜ ଜନ୍ମଦିନ ପାଳନ କରିଥିଲେ। ତାଙ୍କ ଜନ୍ମଦିନରେ ଆଲିଆ ଭଟ୍ଟ ମଧ୍ୟ ଯାଇଥିଲେ। ଏହି ଅବସରରେ ଫିଲ୍ମ ଗାଙ୍ଗୁବାଇ କାଠିୟାବାଡିର ଟିଜର ରିଲିଜ ହୋଇଥିଲା। ଟିଜରରେ ଆଲିଆ ଭଟ୍ଟଙ୍କ କ୍ୟାରିଅରର ସବୁଠାରୁ ଦମଦାର ରୂପ ଦେଖିବାକୁ ମିଳିଛି। ଟିଜର ଦେଖି ପ୍ରଶଂସକ ଆଲିଆ ଭଟ୍ଟଙ୍କୁ ଖୁବ ପ୍ରଶଂସା କରିଛନ୍ତି।

   Related Posts