ସଞ୍ଜୁ ବାବାଙ୍କ ସ୍ୱାସ୍ଥ୍ୟକୁ ନେଇ ସାମ୍ନାକୁ ଆସିଲା ବଡ ଖବର

Published By : Prameya-News7 Bureau | October 20, 2020 IST

ମୁମ୍ବାଇ ୨୦/୧୦ : ବଲିଉଡ ଖଳନାୟକ ସଞ୍ଜୟ ଦତ୍ତଙ୍କୁ ନେଇ ବଡ ଖବର ସାମ୍ନାକୁ ଆସିଛି। ସଞ୍ଜୟ ଦତ୍ତ ଖୁବ ଶୀଘ୍ର ସୁସ୍ଥ ହୋଇଯିବେ ବୋଲି ଶୁଣିବାକୁ ମିଳିଛି। ତାଙ୍କ ପରିବାରର ଜଣେ ନିକଟ ସମ୍ପର୍କୀୟ ନିକଟରେ ଖୁଲାସା କରିଛନ୍ତି ଯେ ସଞ୍ଜୁ ବାବାଙ୍କ ଉପରେ ଚିକିତ୍ସାର ଭଲ ପ୍ରଭାବ ପଡୁଛି ଏବଂ ସେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ନିଶ୍ୱାସ ନେବାରେ ଅସୁବିଧା ହେବାରୁ ସଞ୍ଜୟ ଦତ୍ତଙ୍କୁ ଅଗଷ୍ଟ ୮ ତାରିଖରେ ମୁମ୍ବାଇ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର କିଛି ଟେଷ୍ଟ ହୋଇଥିଲା। ଏହାର ୩ ଦିନ ପରେ ଅଗଷ୍ଟ ୧୧ ତାରିଖରେ ସେ ଫୁସଫୁସ କ୍ୟାନସରରେ ପୀଡିତ ଥିବା ସାମ୍ନାକୁ ଆସିଥିଲା।

{"id":347619,"sizeSlug":"large"}

ସଞ୍ଜୟ ଦତ୍ତଙ୍କ ପରିବାରର ଜଣେ ନିକଟ ବନ୍ଧୁ କହିଥିଲେ ଯେ ସଞ୍ଜୟଙ୍କ ଜୀବନ ଆଉ ୬ ମାସ ରହିଛି। କିନ୍ତୁ ଏହା ସ୍ପଷ୍ଟ ହୋଇନଥିଲା। ସେ ପିଟିଆଇ-ଭାଷାକୁ କହିଥିଲେ ଯେ ତାଙ୍କର ଚିକିତ୍ସା ଚାଲିଛି ଓ ସେ ସୁସ୍ଥ ହେଉଛନ୍ତି। ଚିକିତ୍ସାର ପ୍ରଭାବ ତାଙ୍କ ଉପରେ ବହୁତ ଭଲ ଭାବରେ ପଡୁଛି।

{"id":347620,"sizeSlug":"large"}

ସଞ୍ଜୁ ବାବା ଗତକାଲି ଯାଞ୍ଚ ପାଇଁ ଯାଇଥିଲେ ଏବଂ ତାଙ୍କ ରିପୋର୍ଟ ଭଲ ଆସିଛି। ଭଗବାନ କୃପା ଓ ପରିବାର, ବନ୍ଧୁ ଓ ପ୍ରଶଂସକଙ୍କ ପ୍ରାର୍ଥନା ଓ ଶୁଭକାମନା ସହ ଚିକିତ୍ସାର ଭଲ ପ୍ରଭାବ ପଡୁଛି।

{"id":347621,"sizeSlug":"large"}

ମୁମ୍ବାଇ ଲୀଲାବତୀ ହସ୍ପିଟାଲରେ ସଞ୍ଜୁ ବାବାଙ୍କ ଚିକିତ୍ସା ଚାଲିଛି। ନିକଟରେ ସେ ନିଜ ପରିବାର ଓ ପିଲାଙ୍କୁ ସାକ୍ଷାତ କରିବାକୁ ଦୁବାଇ ଯାଇଥିଲେ। ସେଠାରେ ୧୦ ଦିନ ରହିବ ପରେ ଗତ ମାସରେ ମୁମ୍ବାଇ ଫେରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.