Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ଏହି ଅଭିନେତ୍ରୀଙ୍କ ସହ ହୋଟେଲ ରୁମ୍‌ରୁ ଧରା ପଡିଥିଲେ ସଂଜୟ ଦତ୍ତ, ତାପରେ କଣ ହେଲା ଜାଣନ୍ତୁ…

1/08/2019 at 12:04 PM

ମୁମ୍ବାଇ୧|୭: ବଲିଉଡ ଇଣ୍ଡଷ୍ଟ୍ରିର ସବୁଠୁ ଲୋକପ୍ରିୟ ଅଭିନେତାଙ୍କ ମଧ୍ୟରୁ ଜଣେ ହେଉଛନ୍ତି ସଂଜୟ ଦତ୍ତ। ଆଜି ଯାଏଁ ସେ ବଲିଉଡକୁ ଅନେକ ସୁପରହିଟ୍‌ ଫିଲ୍ମ ଦେଇଛନ୍ତି। ପ୍ରତିଷ୍ଠିତ ଅଭିନେତା ସଂଜୟ ଦତ୍ତ ଅଧିକାଂଶ ସମୟ ବିବାଦରେ ରୁହନ୍ତି। ସଂଜୁ ଓ ବାବା ନାଁରେ ମଧ୍ୟ ସଂଜୟ ଦତ୍ତ ପରିଚିତ। ସଂଜୁ ଫିଲ୍ମ ରିଲିଜ ହେବା ପରେ ସେ ସବୁବେଳେ ଲାଇମ୍‌ଲାଇଟ୍‌ରେ ରହିଛନ୍ତି। ବିଗତ ଦିନରେ ଅନେକ ଅଭିନେତ୍ରୀଙ୍କ ସହ ସଂଜୟଙ୍କ ନାଁ ଯୋଡା ଯାଉଥିଲା।

ତେବେ ଜାଣନ୍ତୁ ଏମିତି ଜଣେ ଅଭିନେତ୍ରୀଙ୍କ ବିଷୟରେ ଯିଏ ସଂଜୟ ଦତ୍ତଙ୍କ ସହ ହୋଟେଲ ରୁମ୍‌ରେ ଥିବା ବେଳେ ଧରା ପଡିଥିଲେ।  ସଂଜୟ ଦତ୍ତ ପ୍ରଥମେ ଅଭିନେତ୍ରୀ ରିଚା ଶର୍ମାଙ୍କୁ ବିବାହ କରିଥିଲେ। କିନ୍ତୁ ବିବାହର କିଛି ଦିନ ମଧ୍ୟରେ ରିଚାଙ୍କ ମୃତ୍ୟୁ ହୋଇଥିଲା। ସେ କ୍ୟାନ୍‌ସର ରୋଗରେ ପୀଡିତ ଥିଲେ। ରିଚାଙ୍କ ପରେ ଅଭିନେତ୍ରୀ ରିୟା ପିଲ୍ଲଇଙ୍କୁ ସଂଜୁ ଦ୍ବତୀୟ ବିବାହ କରିଥିଲେ। ସେହି ସମୟରେ ସଂଜୟଙ୍କ ନାଁ ଅନେକ ଅଭିନେତ୍ରୀଙ୍କ ସହ ଯୋଡାଯାଇଥିଲା।

ସୂଚନାଯୋଗ୍ୟ ଯେ, ଏକ ସମାରୋହରେ ସଂଜୟ ଦତ୍ତ ଅଭିନେତ୍ରୀ ସୁସ୍ମିତା ସେନ୍‌ଙ୍କ ସହ ଦେଖା ହୋଇଥିଲେ। ସେଠାରେ ଦେଖା ହେବା ପରେ ଉଭୟ ବହୁତ ଭଲ ସାଙ୍ଗ ହୋଇଥିଲେ। ଧିରେ ଧିରେ ଉଭୟ ଲୁଚିଛପି ଦେଖା ହେଉଥିଲେ।

ରିପୋର୍ଟ ଅନୁସାରେ ଥରେ ସୁସ୍ମିତା ସେନ୍‌ ବିଦେଶ ଗସ୍ତରେ ଯାଇଥିଲେ। ସେହି ସମୟରେ ସଂଜୟ ଦତ୍ତ ତାଙ୍କୁ ଦେଖା କରିବା ପାଇଁ ଲଣ୍ଡନ ପହଞ୍ଚିଯାଇଥିଲେ। ସଂଜୟ- ସୁସ୍ମିତା ସେନ୍‌ଙ୍କ ସହ ଗୋଟେ ହୋଟେଲ ରୁମ୍‌ରେ ରହିଥିଲେ।

ଏହି ବିଷୟରେ ଏକ ସାକ୍ଷାତକାରରେ ସୁସ୍ମିତା ନିଜେ ସୂଚନା ଦେଇଥିଲେ। ସେହି ସମୟରେ ସୁସ୍ମିତାଙ୍କ ସାକ୍ଷାତକାର ନେବା ପାଇଁ ଗଣମାଧ୍ୟମ ପ୍ରତିନିଧି ତାଙ୍କ ରୁମ୍‌ ପହଞ୍ଚିଥିଲେ। ସେଠାରେ ଉଭୟଙ୍କୁ ଏକା ସହ ଦେଖିବାକୁ ପାଇଥିଲେ। ତାପର ଦିନ ଉଭୟଙ୍କ ଫଟୋ ଭାଇରାଲ ହୋଇଥିଲା। ସେହି ସମୟରେ ଦୁହେଁ ବେଶ ଚର୍ଚ୍ଚାରେ ଥିଲେ। ଏହି କାରଣ ପାଇଁ ସଂଜୟଙ୍କ ଦ୍ବତୀୟ ପତ୍ନୀ ରିୟା ତାଙ୍କଠୁ ଅଲଗା ହୋଇଥିଲେ। ଏବେ ସଂଜୟ ତାଙ୍କ ତୃତୀୟ ସ୍ତ୍ରୀ ମାନ୍ୟତାଙ୍କ ସହ ବେଶ ଖୁସିରେ ଜୀବନ କାଟୁଛନ୍ତି।


   Related Posts