ବଲିଉଡର ଏହି ୩ଜଣ ଷ୍ଟାରଙ୍କୁ ମାରିବାକୁ ଗୋଡ଼ାଇଥିଲେ ସଞ୍ଜୟ ଦତ୍ତ, ଜଣେ ଅଭିନେତ୍ରୀଙ୍କୁ ଚାକୁ ଧରି କରିଥିଲେ ପିଚ୍ଛା: ଆଉ ତା’ପରେ କଣ ହେଲା ଜାଣନ୍ତୁ

Published By : Prameya-News7 Bureau | January 09, 2019 IST

ମୁମ୍ବାଇ ୯/୧: ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ଓରଫ ସଞ୍ଜୁ ବାବାଙ୍କୁ ବଲିଉଡରେ ସମସ୍ତେ ମାନନ୍ତି ଏବଂ ବହୁତ ଭଲ ପାଅନ୍ତି। ସବୁ ବଲିଉଡ ଷ୍ଟାରମାନେ ସଞ୍ଜୟ ଦତ୍ତଙ୍କ ବିଷୟରେ କିଛି ନା କିଛି କଥା କହିଥାନ୍ତି। କେହି ଭଲ କହିଥାଆନ୍ତି ତ କିଏ ତାଙ୍କ ନିଶା ଅଭ୍ୟାସ କଥା କହିଥାଆନ୍ତି। କିନ୍ତୁ ଏ କଥା ସତ ଯେ ସଞ୍ଜୟ ଦତ୍ତ ଏପରି ଏକ ଜୀବନ ଜୀଇଁଛନ୍ତି ଯେଉଁଥିରେ ବିବାଦ କେବେ ତାଙ୍କ ପିଛା ଛାଡ଼ିନାହିଁ। ସଞ୍ଜୟ ଦତ୍ତଙ୍କ ଜୀବନୀ ଏପରି ଏକ ରୋମାଞ୍ଚକର  କାହାଣୀ ଯାହାକୁ ନେଇ ନିର୍ଦ୍ଦେଶକ ରାଜ କୁମାର ହିରାନୀ ‘ସଞ୍ଜୁ ’ ଫିଲ୍ମ  କରିଥିଲେ। ‘ସଞ୍ଜୁ’ ଫିଲ୍ମରେ ସଞ୍ଜୟ ଦତ୍ତଙ୍କ ଭୂମିକାରେ ରଣବୀର କପୁର ଅଭିନୟ କରିଥିଲେ।

wp:gallery {"ids":[72012]} /wp:gallery

ସଞ୍ଜୟ ଦତ୍ତଙ୍କ ରାଗ ବିଷୟରେ ସମସ୍ତଙ୍କୁ ଜଣା। ସେ ତାଙ୍କ ସେତେବେଳର ଗାର୍ଲଫ୍ରେଣ୍ଡ ଟିନା ମୁନିମଙ୍କ ସହ ଅସଦାଚରଣ କରିଥିବା ଜଣେ ବ୍ୟକ୍ତିଙ୍କୁ ଆମେରିକାରେ ବହୁତ ପିଟିଥିଲେ। କିନ୍ତୁ ଆପଣ ଏହା ଜାଣିନଥିବେ ଯେ ସଞ୍ଜୟ ଦତ୍ତ ବଲିଉଡର ୨ଜଣ ଅଭିନେତା ଏବଂ ଜଣେ ଅଭିନେତ୍ରୀଙ୍କୁ ମାରିବାକୁ ଉଦ୍ୟମ କରିଥିଲେ।

wp:gallery {"ids":[72013]} /wp:gallery

୧.ରାଜେଶ ଖାନ୍ନା: ସଞ୍ଜୟ ଦତ୍ତଙ୍କ ଅଫେୟାର କଥା ତ ଆମେ ସମସ୍ତେ ଭଲ ଭାବେ ଜାଣିଛୁ। କିନ୍ତୁ ସଞ୍ଜୟ ଦତ୍ତଙ୍କ ସହ ସବୁଠୁ ଲମ୍ବା ଅଫେୟାର ବଲିଉଡ ଅଭିନେତ୍ରୀ ଟିନା ମୁନିମଙ୍କ ସହ ଥିଲା। ସଞ୍ଜୟଙ୍କ ଡେବ୍ୟୁ ଫିଲ୍ମ ‘ରକି’ରେ ଟିନା ମୁନିମ୍ ଅଭିନୟ କରିଥିଲେ। ସଞ୍ଜୁଙ୍କ ସହ ବ୍ରେକ୍ ଅପ୍ ପରେ ଟିନା ମୁନିମ୍ ରାଜେଶ ଖାନ୍ନାଙ୍କ ସହ ‘ସୈାତନ’ ଫିଲ୍ମ ସାଇନ୍ କରିଥିଲେ। ଏହି ଫିଲ୍ମ ହିଟ୍ ହୋଇଥିଲା ଏବଂ ଏଥିରୁ ରାଜେଶ ଖାନ୍ନାଙ୍କ ବୁଡ଼ିଯାଉଥିବା କ୍ୟାରିୟରକୁ ଏହା ସବୁଜ ସଙ୍କେତ ଦେଇଥିଲା। କିନ୍ତୁ ମିଡିଆରେ ରାଜେଶ ଖାନ୍ନା ଏବଂ ଟିନା ମୁନିମଙ୍କ ପ୍ରେମ ସମ୍ପର୍କର ଚର୍ଚ୍ଚା ମଧ୍ୟ ହୋଇଥିଲା। ବିଭିନ୍ନ ଖବରକାଗଜରେ ଛପିଥିଲା ଯେ ସଞ୍ଜୟ ଦତ୍ତ ଏବଂ ଟିନାଙ୍କ ସମ୍ପର୍କ ଭାଙ୍ଗିଯିବାର କାରଣ ରାଜେଶ ଖାନ୍ନା। ଏହି ଖବର ପଢ଼ିବା ପରେ ସଞ୍ଜୟ ଦତ୍ତଙ୍କ ମୁଣ୍ଡ ବିଗିଡ଼ି ଯାଇଥିଲା ଏବଂ ସେ ରାଜେଶ ଖାନ୍ନାଙ୍କୁ ମାରିବାକୁ ମେହବୁବ ଷ୍ଟୁଡିଓ ଯାଇ ପହଞ୍ଚିଥିଲେ।

wp:gallery {"ids":[72014]} /wp:gallery

୨.ଶାହରୁଖ ଖାନ୍: ମୁମ୍ବାଇର ମେହବୁବ ଷ୍ଟୁଡିଓ ପକ୍ଷରୁ ଷ୍ଟାରଡଷ୍ଟ୍ ମ୍ୟାଗାଜିନ୍ ବିରୋଧରେ ପୂରା ବଲିଉଡ ଇଣ୍ଡଷ୍ଟ୍ରିର ଏକ ମୋର୍ଚ୍ଚା ବାହାରିଥିଲା। ଏହି ମୋର୍ଚ୍ଚାର ମୁଖ୍ୟ ଥିଲେ ‘ଶୋଲେ’ ଫିଲ୍ମର ଅଭିନେତା ଅମଜଦ ଖାନ୍। ତାଙ୍କ ଦେହ ଖରାପ ଥିବା ସତ୍ତ୍ବେ ସେ ସିନେ ଆସୋସିଏସନର ସଭାପତି ଥିବା କାରଣରୁ ଏହି ମୋର୍ଚ୍ଚାର ନେତୃତ୍ବ ନେଇଥିଲେ। ଶାହରୁଖ ଖାନଙ୍କ ଲୋକପ୍ରିୟତା ସେତେବେଳେ  ଶିଖରରେ ଥିଲା। ଶାହରୁଖ ଏହି ମୋର୍ଚ୍ଚାରେ ସାମିଲ ହୋଇନଥିଲେ କିନ୍ତୁ ସେଠାରେ ଉପସ୍ଥିତ ଥିଲେ। ଶାହରୁଖ ଖାନ୍ ମେକ୍ ଅପ୍ ରୁମ୍ ପାଖ ଦେଇ ଅମଜଦ ଖାନଙ୍କ ଆଡ଼କୁ ଧ୍ୟାନ ନ ଦେଇ ଅତିକ୍ରମ କରିଯାଇଥିଲେ। ସଞ୍ଜୟ ଦତ୍ତ ଏହା ଦେଖି ରାଗିଯାଇ ଶାହରୁଖଙ୍କ ପଛରେ ଯାଇଥିଲେ ଏବଂ ତାଙ୍କ ବେକ ଧରିବାକୁ ଯାଉଥିଲେ। କିନ୍ତୁ ଲୋକମାନେ ତାଙ୍କୁ ପଛରୁ ଅଟକାଇଥିଲେ ଏବଂ ଶାହରୁଖ ବଞ୍ଚିଯାଇଥିଲେ।

wp:gallery {"ids":[72015]} /wp:gallery

୩.ପଦ୍ମିନୀ କୋହ୍ଲାପୁରୀ: ‘ପ୍ରେମରୋଗ’ ଭଳି ଲୋକପ୍ରିୟ ଫିଲ୍ମରେ କାମ କରିଥିବା ପଦ୍ମିନୀ କୋହ୍ଲାପୁରୀ ଗୋଟେ ସମୟରେ ବଲିଉଡରେ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ଗଣା ଯାଉଥିଲେ। କିନ୍ତୁ ଥରେ ତାଙ୍କୁ ସଞ୍ଜୟ ଦତ୍ତଙ୍କ କ୍ରୋଧର ଶିକାର ହେବାକୁ ପଡ଼ିଥିଲା। ସେହି ସମୟରେ ସେ ସଞ୍ଜୟ ଦତ୍ତଙ୍କ ସହ ଏକ ଫିଲ୍ମର ସୁଟିଂ କରୁଥିଲେ ଏବଂ କୈାଣସି କଥା ପାଇଁ ସଞ୍ଜୟ ଦତ୍ତ ତାଙ୍କ ପଛରେ ଚାକୁ ନେଇ ଦୈାଡ଼ିଥିଲେ। ଏହି ବିଷୟରେ କାହା ପାଖରେ ବିଶେଷ ସୂଚନା ନାହିଁ। କିନ୍ତୁ ଯେତେବେଳେ ସୁନିଲ ଦତ୍ତଙ୍କୁ ଏବିଷୟରେ ଖବର ମିଳିଥିଲା ସେ ତୁରନ୍ତ ସଞ୍ଜୟ ଦତ୍ତଙ୍କୁ ନିଶା ନିବାରଣ କେନ୍ଦ୍ରକୁ ପଠାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.