ପ୍ରଡ୍ୟୁସର ପ୍ରେରଣା ଅରୋରା ଜେଲରେ ଥିବାଯୋଗୁଁ ବିଳମ୍ବ ହେଉଛି ସଞ୍ଜୟ ଦତ୍ତଙ୍କ ଗ୍ୟାଙ୍ଗଷ୍ଟାର ଫିଲ୍ମ

Published By : Prameya-News7 Bureau | December 18, 2018 IST

ମୁମ୍ବାଇ ୧୮/୧୨: ବାଗୀ -୨ର ନିର୍ଦ୍ଦେଶକ ଅହମଦ ଖାନ୍ ଗ୍ୟାଙ୍ଗଷ୍ଟାରଙ୍କ ଉପରେ ଆଧାରିତ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି। ଏହି ଫିଲ୍ମ ଗ୍ୟାଙ୍ଗଷ୍ଟାର କରିମ୍ ଲାଲାଙ୍କ ଜୀବନୀ ଉପରେ ଆଧାରିତ। ଏହି ଫିଲ୍ମ ନିମନ୍ତେ ଅହମଦ କାଷ୍ଟିଙ୍ଗ୍ ମଧ୍ୟ ଆରମ୍ଭ କରିଦେଇଥିଲେ ଯେଉଁଥିରେ ସଞ୍ଜୟ ଦତ୍ତ,ବବି ଦେଓଲ ଓ ଆୟୁଷ ଶର୍ମାଙ୍କୁ ଅଲଗା ଅଲଗା ଭୂମିକା ପାଇଁ ବଛାଯାଇଛି। କିନ୍ତୁ ବର୍ତ୍ତମାନ ଶୁଣିବାକୁ ମିଳୁଛି ଯେ, ଏହି ଫିଲ୍ମ ପ୍ରସ୍ତୁତ ହେବାରେ ବିଳମ୍ବ ହେବ। ଅହମଦ କିଛି ଦିନ ଆଗରୁ ଏହି ଫିଲ୍ମ ପାଇଁ କାମ ଆରମ୍ଭ କରିଦେଇଥିଲେ। ଏଥି ପାଇଁ ସଞ୍ଜୟ,ବବି ଏବଂ ଆୟୁଷଙ୍କ ଡେଟ୍ ମଧ୍ୟ ଫାଇନାଲ କରିଥିଲେ କିନ୍ତୁ ନିକଟରେ ଏହାର ପ୍ରଡ୍ୟୁସର ପ୍ରେରଣା ଅରୋରା ଗିରଫ ହେବା ଯୋଗୁଁ ଏହା ଅଟକି ଯାଇଛି।ଏହାର କାମ କିଛି ମାସ ପାଇଁ ସ୍ଥଗିତ ରହିବ। ଅହମଦଙ୍କୁ ଏଥିରେ ଜଡ଼ିତ ଥିବା ଆର୍ଥିକ ମାମଲାର ସମାଧାନ ନିମନ୍ତେ ଏବଂ ନୂଆ ପ୍ରଡ୍ୟୁସର ମିଳିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ।

wp:gallery {"ids":[65045]} /wp:gallery

ସଞ୍ଜୟ ଦତ୍ତଙ୍କ ବିଳମ୍ବ ହୋଇଥିବା ଫିଲ୍ମ

୧.ଉଙ୍ଗଲି (୨୦୧୪): ଏହା ୨୦୧୩ରେ ରିଲିଜ ହେବାକୁ ଥିବାବେଳେ ୨୦୧୪ରେ ରିଲିଜ ହୋଇଥିଲା। ସୁଟିଙ୍ଗ ସମୟରେ ସଞ୍ଜୟଙ୍କୁ ୧୯୯୩ ବୋମା ବିସ୍ଫୋରଣ କେସରେ ବାକି ଦଣ୍ଡ ଭୋଗିବାକୁ ଯିବାର ଥିଲା।

୨.ମହବୁବା (୨୦୦୮): ୨୦୦୦ମସିହାରେ ସୁଟିଙ୍ଗ୍ ହୋଇଥିବା ଏହି ଫିଲ୍ମରିଲିଜ ହେବାକୁ ୮ବର୍ଷ ସମୟ ଲାଗିଥିଲା।

୩.ନହଲେ ପେ ଦହଲା( ୨୦୦୭): ୫ବର୍ଷ ଅଟକି ରହିବା ପରେ ଏହି ଫିଲ୍ମ ୨୦୦୭ରେରିଲିଜ ହୋଇଥିଲା। ଏହା ଟାଇଟଲ୍ ଫାଇନାଲ ହେବାରେ ବିଳମ୍ବ ହେବା ପାଇଁ ଏବଂ ଡିଷ୍ଟ୍ରିବ୍ୟୁଟରଙ୍କପାଇଁ ଅଟକି ରହିଥିଲା।

 

wp:gallery {"ids":[65046]} /wp:gallery

 

ମୁମ୍ବାଇ ଇଓଡବ୍ଲ୍ୟୁ ପ୍ରେରଣାଙ୍କୁ ପୂଜା ଫିଲ୍ମସ୍ ଏବଂ ବାସୁ ଭାଗନାନୀଙ୍କସହ ୩୧.୬କୋଟି ଟଙ୍କା ଠକେଇ ଅଭିଯୋଗରେ ଗିରଫ କରିଛି। ଏହା ପୂର୍ବରୁ ମଧ୍ୟ ପ୍ରେରଣାଙ୍କ ବିରୋଧରେଆର୍ଥିକ ଅନିୟମିତତାର ଅଭିଯୋଗ ହୋଇଥିଲା। ‘କେଦାରନାଥ’ ଏବଂ ଜନଙ୍କ ‘ସତ୍ୟମେବ ଜୟତେ’ ଫିଲ୍ମର ଅଭିଯୋଗକୋର୍ଟ ପର୍ଯ୍ୟନ୍ତ ଯାଇଥିଲା।  

   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.