Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||
  • ସୁବର୍ଣ୍ଣପୁର : ମା’ ସୁରେଶ୍ଵରୀ ମନ୍ଦିରରୁ ଚୋରି ଘଟଣା : କାର୍ଯ୍ୟରେ ଅବହେଳା ପାଇଁ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||

ସଞ୍ଜୟ ଦତ୍ତଙ୍କ ଭାଇରାଲ୍ ଫଟୋ ଦେଖି ପ୍ରଶଂସକଙ୍କ ବଢିଲା ଚିନ୍ତା

5/10/2020 at 1:39 PM

ମୁମ୍ବାଇ ୦୫/୧୦ : ବଲିଉଡ ଖଳନାୟକ ସଞ୍ଜୟ ଦତ୍ତ ଫୁସଫୁସ କ୍ୟାନସରରେ ପୀଡିତ ଅଛନ୍ତି। ନିକଟରେ ସଞ୍ଜୟ ନିଜ ପତ୍ନୀ ମାନ୍ୟତା ଓ ପୁଅଝିଅଙ୍କ ସହ ଦୁବାଇ ଯାଇଥିଲେ। ବର୍ତ୍ତମାନ ସେ ଦୁବାଇରୁ ମୁମ୍ବାଇ ଫେରି ଆସିଛନ୍ତି। ସୋସିଆଲ ମିଡ଼ିଆରେ ସଞ୍ଜୟ ଦତ୍ତଙ୍କ ଏକ ଫଟୋ ଖୁବ ଭାଇରାଲ ହେଉଛି। ସଞ୍ଜୁ ବାବାଙ୍କ ଏହି ଫଟୋ ଦେଖି ତାଙ୍କ ପ୍ରଶଂସକ ଚକିତ ହୋଇଯାଇଛନ୍ତି। ଫଟୋରେ ସଞ୍ଜୁ ବହୁତ ଦୁର୍ବଳ ଦେଖାଯାଉଛନ୍ତି। ତାଙ୍କ ଓଜନ ମଧ୍ୟ ବହୁତ କମିଯାଇଥିବା ଭଳି ନଜର ଆସୁଛି। ଫଟୋରୁ ଜଣାପଡୁଛି ତାଙ୍କ ସ୍ୱାସ୍ଥ୍ୟବସ୍ଥା ଦିନକୁ ଦିନ ଆହୁରି ବିଗିଡ଼ିବାରେ ଲାଗିଛି।

ଫଟୋ ଦେଖିବା ପରେ ସଞ୍ଜୁ ବାବାଙ୍କ ପ୍ରଶଂସକ ଚିନ୍ତାରେ ପଡିଯାଇଛନ୍ତି। ସଞ୍ଜୁ ବାବାଙ୍କ ଏହି ଫଟୋ ହସ୍ପିଟାଲର ଜଣେ କର୍ମଚାରୀ ଉଠେଇଥିଲେ। ଫଟୋରେ ତାଙ୍କ ସହ ଜଣେ ମହିଳା ଡାକ୍ତର ମଧ୍ୟ ଅଛନ୍ତି। ଫଟୋ ସାମ୍ନାକୁ ଆସିବା ପରେ ଜଣାପଡୁଛି ତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନାହିଁ। ସଞ୍ଜୁ ବାବାଙ୍କ ଫଟୋ ଭାଇରାଲ ହେବାପରେ ତାଙ୍କ ପ୍ରଶଂସକ ତାଙ୍କ ସ୍ୱାସ୍ଥ୍ୟ କାମନା କରିଛନ୍ତି।

ସୂଚନାଯୋଗ୍ୟ ଯେ, ଅଗଷ୍ଟ ମାସରେ ସଞ୍ଜୟ ଦତ୍ତ ନିଜେ ଫୁସଫୁସ କ୍ୟାନସରରେ ପୀଡିତ ଥିବା ସୂଚନା ଦେଇଥିଲେ। ଏହାପରେ ପ୍ରଶଂସକ ତାଙ୍କ ସ୍ୱାସ୍ଥ୍ୟ କାମନା କରିଥିଲେ, ସେ ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ ବୋଲି ପ୍ରାର୍ଥନା କରିଥିଲେ। ପତ୍ନୀ ମାନ୍ୟତା ମଧ୍ୟ ସୋସିଆଲ ମିଡ଼ିଆରେ ପୋଷ୍ଟ ସେୟାର କରିଥିଲେ। ସଞ୍ଜୟ ଦତ୍ତଙ୍କୁ ପୂର୍ବରୁ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

   Related Posts