Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସିଦ୍ଧୁଙ୍କ ଇସ୍ତଫା ପତ୍ର ସ୍ଵୀକାର କଲେନି କଂଗ୍ରେସ ହାଇକମାଣ୍ଡ, ନିଜ ସ୍ତରରେ ସମାଧାନ କରିବାକୁ ରାଜ୍ୟ ନେତାଙ୍କୁ ଦେଲେ ନିର୍ଦ୍ଦେଶ
  • ||
  • IPL 2021: ଦିଲ୍ଲୀ କ୍ୟାପିଟାଲ୍ସର ବିଜୟରେ ଲାଗିଲା ବ୍ରେକ୍, ପନ୍ତଙ୍କ ଟିମ୍‌କୁ ୩ ଓ୍ଵିକେଟ୍‌ରେ ହରାଇଲା କୋଲକାତା ନାଇଟ୍ ରାଇଡର୍ସ
  • ||
  • କଂଗ୍ରେସରେ ମିଶିଲେ କହ୍ନେୟା କୁମାର ଓ ଜିଗ୍ନେଶ ମେଓ୍ଵାଣୀ, ରାହୁଲଙ୍କ ଉପସ୍ଥିତିରେ ଗ୍ରହଣ କଲେ ସଦସ୍ୟତା
  • ||
  • ହରିୟାଣା ଗୃହମନ୍ତ୍ରୀ ଅନିଲ ବିଜଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର, ଦିଲ୍ଲୀ ଏମ୍ସରେ ଭର୍ତ୍ତି
  • ||
  • ଖୋର୍ଦ୍ଧା : ଅଂଳେଇ ମନ୍ଦିରରୁ ଦାନବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲା ସୁନାବେଡ଼ା ଟିଟିଏସରେ ଛାତ୍ର ଅଶାନ୍ତି, ଷ୍ଟାଇପେଣ୍ଡ ଟଙ୍କା ନମିଳିବାରୁ ବିକ୍ଷୋଭ
  • ||
  • ଜଳେଶ୍ବର : ଅବକାରୀ ବିଭାଗ ଦ୍ଵାରା ୪ ଚୋରା ଦେଶୀ ମଦ ବେପାରୀ ଗିରଫ, ୨ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ
  • ||
  • ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଦୀପପାଳ ଗାଁରେ ଅଭାବନୀୟ ଘଟଣା, ଘର ଭିତରୁ ମିଳିଲା ନବ ବିବାହିତାଙ୍କ ମୃତଦେହ, ବାପଘର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ସୁଂଦୁରିଆପଲି ଗାଁ ନିକଟ ଋଷିକୁଲ୍ୟା ନଦୀରେ ବୁଡି ବୃଦ୍ଧା ମୃତ, ଶୌଚ ହେବାକୁ ଯାଇଥିବା ବେଳେ ବୁଡିଗଲେ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୭୯ ମୃତ
  • ||

ଦୁଇ ଯାଆଁଳା ପୁଅ-ଝିଅଙ୍କ ପାଇଁ ଚିନ୍ତାରେ ସଞ୍ଜୟ ଦତ୍ତ ,କ୍ୟାନସର୍ ହେବା ଜାଣିବା ପରେ ପିଲାଙ୍କ ଭବିଷ୍ୟତ କଥା ସଞ୍ଜୁବାବାଙ୍କୁ ଘାରିଛି

17/08/2020 at 5:11 PM

ମୁମ୍ବାଇ ୧୭/୮: ଅଭିନେତା ସଞ୍ଜୟ ଦତ୍ତ ଏବେ ନିଜକୁ ଆଉ ଏକ ଚ୍ୟାଲେଞ୍ଜ ପାଇଁ ପ୍ରସ୍ତୁତ କରୁଛନ୍ତି। କିଛି ଦିନ ତଳେ ଖବର ଆସିଥିଲା ଯେ ତାଙ୍କୁ ଫୁସଫୁସ୍ କ୍ୟାନସର ହୋଇଛି। ଏହି ଖବର ସଞ୍ଜୟଙ୍କ ପରିବାର ସମେତ ବଲିଉଡ ଜଗତ ଏବଂ ତାଙ୍କ ପ୍ରଶଂସକଙ୍କୁ ସ୍ତବ୍ଧ କରି ଦେଇଛି। ସଞ୍ଜୟ ଦତ୍ତ ମଧ୍ୟ ଏହି ଖବର ଶୁଣି ପ୍ରଥମେ ମର୍ମାହତ ହୋଇଥିଲେ କିନ୍ତୁ ଏବେ ସେ କ୍ୟାନସରକୁ ହରାଇବାପାଇଁ ପ୍ରସ୍ତୁତ ହୋଇ ସାରିଛନ୍ତି। ସଞ୍ଜୟ ସୋସିଆଲ୍ ମିଡିଆରେ ସେୟାର କରିଥିଲେ ଯେ ସେ ନିଜ ରୋଗର ଚିକିତ୍ସା ପାଇଁ କିଛି ଦିନ କାମରୁ ବ୍ରେକ୍ ନେଉଛନ୍ତି। ତଥାପି ସଞ୍ଜୟଙ୍କୁ ତାଙ୍କ ୧୦ବର୍ଷର ଯାଆଁଳା ପୁଅ-ଝିଅଙ୍କ ଚିନ୍ତା ଘାରିଛି।

ସଞ୍ଜୟ କିଛି ଦିନ ତଳେ ନିଜ ଭଉଣୀଙ୍କ ସହ କୋକିଳାବେନ ହସ୍ପିଟାଲ ପହଞ୍ଚିଥିଲେ। ସେ ନିଜ ରୋଗର ଚିକିତ୍ସା ଆମେରିକାରେ କରାଉଛନ୍ତି। ଏହି କାରଣ ଯୋଗୁଁ ଦୁଇ ଭାଇ-ଭଉଣୀ ସଞ୍ଜୟ ଯାଞ୍ଚ ପାଇଁ ହସ୍ପିଟାଲ ପହଞ୍ଚିଥିଲେ। ଆମେରିକା ଯିବା ପୂର୍ବରୁ ସଞ୍ଜୟଙ୍କ ରୋଗକୁ ନେଇ ପୂରା ରିପୋର୍ଟ ପାଇଁ ହସ୍ପିଟାଲ ଯିବାର ଥିଲା।

ସଞ୍ଜୟ ଦତ୍ତଙ୍କ ଆଗାମୀ ଫିଲ୍ମରେ ସଡ଼କ ୨,ଶମଶେରା , କେଜିଏଫ ଚ୍ୟାପ୍ଟର ୨,ପୃଥ୍ବୀରାଜ,ଭୁଜ ଦ ପ୍ରାଇଡ ଅଫ ଇଣ୍ଡିଆ,ଟୋରବାଜ ଆଦି ରହିଛି। ଏଥି ମଧ୍ୟରୁ କିଛି ଫିଲ୍ମ ପୂରାପୂରି ପ୍ରସ୍ତୁତ ହୋଇ ସାରିଥିବାବେଳେ କେତେକର କାମ ଏବେ ବି ବାକି ରହିଛି।

   Related Posts