Tuesday, March 19, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରାଜନୀତିରେ ସଞ୍ଜୟ ଦତ୍ତ: ଗାଜିଆବାଦରୁ ଲଢ଼ିବେ ନିର୍ବାଚନ !

ଦିଲ୍ଲୀ ୧୬/୩ : ଲୋକସଭା ନିର୍ବାଚନ ତାରିଖ ଘୋଷଣା ହୋଇସାରିଛି | ଏବେ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଚାଲିଛି | କିଏ କେଉଁ ଦଳରୁ କେଉଁଠୁ ନିର୍ବାଚନ ଲଢ଼ିବେ ସେନେଇ ଚାଲିଛି ଆଲୋଚନା | ଦଳ ନିଜ ନିଜ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ କରିସାରିଛି | ଏଭଳି ସ୍ଥିତିରେ ଏବେ ଚର୍ଚ୍ଚାରେ ଅଛନ୍ତି ବଲିଉଡ ଅଭିନେତା ସଞ୍ଜୟ ଦତ୍ତ | ଏକ ୱେବସାଇଟ ଅନୁଯାୟୀ, ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜବାଦୀ ପାର୍ଟିର ମହାମେଣ୍ଟ ତରଫରୁ ଉତ୍ତର ପ୍ରଦେଶର ଗାଜିଆବାଦରୁ ନିର୍ବାଚନ ଲଢ଼ିପାରନ୍ତି |


ଦଳ ଏକ ଅଭିନେତାଙ୍କ ଉପସ୍ଥିତି ଦରକାର | ସଞ୍ଜୟ ଦତ୍ତଙ୍କ ପିତା ସୁନୀଲ ଦତ୍ତ ଜଣେ ସଫଳ ରାଜନେତା ଥିଲେ | ତାଙ୍କ ଛବିକୁ ନଜରରେ ରଖି ସଞ୍ଜୟ ଦତ୍ତଙ୍କୁ ପ୍ରାର୍ଥୀ ଭାବେ ଛିଡା କରିବା ପାଇଁ ଯୋଜନା କରାଯାଉଛି | ସଞ୍ଜୟ ଦତ୍ତଙ୍କ ଭଉଣୀ ପ୍ରିୟ ଦତ୍ତ ମଧ୍ୟ ରାଜନୀତିରେ ଅଛନ୍ତି | ସେ ଉତ୍ତର-ମଧ୍ୟ ମୁମ୍ବାଇର ସାଂସଦ ଅଛନ୍ତି | ସଞ୍ଜୟ ଦତ୍ତଙ୍କ ଅଭିନୟ କ୍ୟାରିଅର ଏବେ ସେମିତି କିଛି ଖାସ ଚାଲିନାହିଁ | ସେଥିପାଇଁ ତାଙ୍କୁ ରାଜନୀତିରେ ଟିକେଟ ଦେବା ପାଇଁ ଯୋଜନା କରିଛନ୍ତି ଦଳ |


୨୦୦୯ ମସିହା ଲୋକସଭା ନିର୍ବାଚନରେ ସଞ୍ଜୟ ଦତ୍ତଙ୍କୁ ସମାଜବାଦୀ ପାର୍ଟି ଟିକେଟ ଦେବା ପାଇଁ ନିଷ୍ପତ୍ତି ନେଇଥିଲା | ସଞ୍ଜୟ ଦତ୍ତ ସେତେବେଳେ ଦଳ ପାଇଁ କେତେଗୁଡିଏ ନିର୍ବାଚନୀ ପ୍ରଚାର ମଧ୍ୟ କରିଥିଲେ | ସେତେବେଳେ ସେ ରାଜନୀତିରେ ପ୍ରବେଶ କରିବା ପାଇଁ ଇଛା ଜାହିର କରିଥିଲେ | କିନ୍ତୁ ସୁପ୍ରିମକୋର୍ଟରେ ସଞ୍ଜୟ ଦତ୍ତଙ୍କ ବିରୋଧରେ ଚାଲିଥିବା ମାମଲା ଯୋଗୁଁ ସୁପ୍ରିମକୋର୍ଟ ସଞ୍ଜୟ ଦତ୍ତଙ୍କ ନିର୍ବାଚନ ଲଢ଼ିବା ନେଇ ରୋକ ଲଗାଇଥିଲେ | ରିପୋର୍ଟ ଅନୁଯାୟୀ, ଗାଜିଆବାଦରେ ସଞ୍ଜୟ ଦତ୍ତଙ୍କ ବିରୋଧରେ କବି ଏବଂ ଆମ ଆଦମୀ ପାର୍ଟିର ପୂର୍ବତନ ନେତା କୁମାର ବିଶ୍ୱାସ ଲଢ଼ିବେ ବୋଲି ଶୁଣିବାକୁ ମିଳୁଛି |


୨୦୧୩ ମସିହାରେ ସଞ୍ଜୟ ‘ଜିଲ୍ଲା ଗାଜିଆବାଦ’ ନାମକ ଏକ ଫିଲ୍ମ କରିଥିଲେ | ଫିଲ୍ମରେ ଗାଜିଆବାଦରେ ହେଉଥିବା ଗୁଣ୍ଡାଗର୍ଦି ଦେଖା ଯାଇଥିଲା | ଏବେ ସଞ୍ଜୟ ଦତ୍ତ ଅଭିଷେକ ବର୍ମନଙ୍କ ଫିଲ୍ମ କଲଙ୍କରେ ଅଭିନୟ କରିଛନ୍ତି |

606 Views

   ସମ୍ବନ୍ଧିତ ଖବର