ଜାଞ୍ଜିବର ଆଇଲ୍ୟାଣ୍ଡର ରାଜଦୂତ ହେଲେ ସଞ୍ଜୟ ଦତ୍ତ, ତାଞ୍ଜାନିଆ ଫିଲ୍ମ ଇଣ୍ଡଷ୍ଟ୍ରୀରେ କରିବେ ନିବେଶ

Published By : Prameya-News7 Bureau | November 12, 2021 IST

ନୂଆଦିଲ୍ଳୀ ୧୨।୧୧ : ବଲିଉଡ୍ ଅଭିନେତା ସଞ୍ଜୟ ଦତ୍ତ ତାଞ୍ଜାନିଆର ପ୍ରଧାନମନ୍ତ୍ରୀ ମାଶିମ ମାଜାଲିୱାଙ୍କୁ ଭେଟିଛନ୍ତି । ଗୁରୁବାର ଅଭିନେତା ସଞ୍ଜୟ ଦତ୍ତ ତାଙ୍କ ଇନଷ୍ଟାଗ୍ରାମରେ କିଛି ଫଟୋ ଅପଲୋଡ କରିଛନ୍ତି । ଯେଉଁଥିରେ ସେ ତାଞ୍ଜାନିଆ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଉଥିବା ଦେଖାଯାଇଛି । ଏହି ଫଟୋ ଗୁଡିକ ସେୟାର କରିବାବେଳେ ସେ କହିଥିଲେ ଯେ ସେ ଜାନଜିବରର ରାଷ୍ଟ୍ରଦୂତ ହୋଇଛନ୍ତି। ସଂଜୟ ଦତ୍ତ ନିକଟରେ ଭାରତ ମହାସାଗରରେ ଅବସ୍ଥିତ ଏହି ଦ୍ୱୀପ ସହର ପରିଦର୍ଶନ କରି କିଛି ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ମଧ୍ୟ ଭେଟିଥିଲେ। ଫଟୋ ଗୁଡ଼ିକରେ, ସେ ଏହି ଅଧିକାରୀମାନଙ୍କ ସହିତ ପୋଜ୍ ଦେବା ସହ କିଛି ଲୋକଙ୍କ ସହ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଛି । ସଞ୍ଜୟ ଏଠାରେ ରାଷ୍ଟ୍ରଦୂତ ହୋଇଥିବାରୁ ନିଜର ଖୁସି ବ୍ୟକ୍ତ କରିଛନ୍ତି।

wp:gallery {"ids":[542597],"linkTo":"none"} /wp:gallery

ଇନଷ୍ଟାଗ୍ରାମରେ ଫଟୋ ସେୟାର କରି ସଞ୍ଜୟ ଦତ୍ତ ଲେଖିଛନ୍ତି, ଡକ୍ଟର ହୁସେନ୍ ଅଲି ଭିନି ଆପଣଙ୍କ ସହ ଦେଖା ହୋଇ ବହୁତ ଖୁସି। ଆପଣଙ୍କ ସରକାରଙ୍କ ସହଯୋଗରେ ଜାନଜିବରର ପୁଞ୍ଜି ବିନିଯୋଗ, ସ୍ୱାସ୍ଥ୍ୟ ଏବଂ ଶିକ୍ଷା କ୍ଷେତ୍ରର ରାଷ୍ଟ୍ରଦୂତ ହେବା ସହିତ ଏହି ସୁନ୍ଦର ଦ୍ୱୀପପୁଞ୍ଜ ସହର ପାଇଁ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବାର ସୁଯୋଗ ପାଇ ମୁଁ ଗର୍ବିତ। "

{"id":542598,"sizeSlug":"full","linkDestination":"none"}

ତାଙ୍କ ସହ ଏକ ଫଟୋ ସେୟାର କରି ସେ ଲେଖିଛନ୍ତି ଯେ ମାନ୍ୟବର ପ୍ରଧାନମନ୍ତ୍ରୀ କାସୀମ ମାଜାଲିୱା ମଜଲିୱାଙ୍କୁ ଭେଟିବା ପ୍ରକୃତରେ ଗୌରବର ବିଷୟ! ତାନଜାନିଆ ଚଳଚ୍ଚିତ୍ର ଶିଳ୍ପକୁ ସମର୍ଥନ କରିବାକୁ ଏବଂ ତୁମର ସୁନ୍ଦର ଦେଶକୁ ପର୍ଯ୍ୟଟନରେ ବିନିଯୋଗ କରିବାକୁ ମୁଁ ବହୁତ ଖୁସି! ଶୀଘ୍ର ଫେରି ଆସିବାକୁ ଆଶା କରୁଛି । ସଞ୍ଜୟ ଦତ୍ତ ଜାଞ୍ଜିବରର ଆମ୍ବାସଡର ନିଯୁକ୍ତ ହୋଇଛନ୍ତି ତାହା ତାଞ୍ଜାନିଆର ସେମି ଅଟୋନମସ ପାର୍ଟ ବା ଭାଗ ବୋଲି କହିଛନ୍ତି । ଏଥି ସହିତ ସଞ୍ଜୟଙ୍କ ଯୋଗଦାନକୁ ନେଇ ତାଞ୍ଜାନିଆ ସରକାର ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି। ସେ ନିଜ ଅଭିଜ୍ଞତା ସହିତ ତାଙ୍କ ଫିଲ୍ମ ଇଣ୍ଡଷ୍ଟ୍ରିକୁ ପ୍ରୋତ୍ସାହିତ କରିବାକୁ ଚାହୁଁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.