Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||
  • ଜଗତସିଂହପୁର : ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ବାସଭବନ ସମେତ ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • କୌଶାମ୍ବି : ବରଯାତ୍ରୀ ଗାଡ଼ି ଉପରେ ଓଲଟି ପଡ଼ିଲା ବାଲି ଭର୍ତ୍ତି ଟ୍ରକ୍ ,୮ମୃତ
  • ||
  • ଆମେରିକାରେ କରୋନା ସ୍ଥିତି ଭୟଙ୍କର : ଗୋଟିଏ ସପ୍ତାହ ମଧ୍ୟରେ ୧୦ହଜାର ଲୋକଙ୍କ ଗଲା ଜୀବନ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୦ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୮୦ କରୋନା ସଂକ୍ରମିତ, ୩୧୯୫୮୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆଦିଲ୍ଲୀ : ଖସୁଛି କରୋନା ଗ୍ରାଫ, ଦେଶରେ ଗତ ୨୪ଘଣ୍ଟାରେ ୩୬୬୦୪ ନୂଆ କୋଭିଡ଼ ଆକ୍ରାନ୍ତ ଚିହ୍ନଟ
  • ||

କ୍ୟାନ୍ସରକୁ ମାତ୍ ଦେଲେ ସଞ୍ଜୟ ଦତ୍ତ, ଟୁଇଟ୍ କରି ପ୍ରଶଂସକଙ୍କୁ ଦେଲେ ସୂଚନା, କହିଲେ- ଭଗବାନ ମଜବୁତ ସୈନିକଙ୍କୁ ହିଁ କଠିନ ଲଢେଇ ପାଇଁ ବାଛନ୍ତି

21/10/2020 at 6:34 PM

ନୂଆଦିଲ୍ଲୀ ୨୧।୧୦: ବଲିଉଡ ଅଭିନେତା ସଞ୍ଜୟ ଦତ୍ତ କର୍କଟ ରୋଗ(କ୍ୟାନ୍ସର)କୁ ମାତ୍‌ ଦେଇଛନ୍ତି। ସଞ୍ଜୟ ଦତ୍ତ ସୁସ୍ଥ ହୋଇଥିବାର ସୂଚନା ସାମାଜିକ ଗଣମାଧ୍ୟମ ଜରିଆରେ ପ୍ରଶଂସକଙ୍କୁ ଦେଇଛନ୍ତି। ସଞ୍ଜୟ ଦତ୍ତ ଲେଖିଛନ୍ତି ଭଗବାନ ମଧ୍ୟ ସବୁଠୁ ମଜବୁତ ସୈନିକଙ୍କୁ କଠିନ ଲଢେଇ ଲଢିବାକୁ ଦେଇଥାନ୍ତି। ଏହା ସହିତ ସଞ୍ଜୁ ବାବା ନିଜର ପ୍ରଶଂସକଙ୍କୁ ଧନ୍ୟବାଦ ଦେଇଛନ୍ତି, ଯେଉଁମାନେ ତାଙ୍କର ସୁସ୍ଥତା କାମନା କରିଥିଲେ।

ସଞ୍ଜୟ ଦତ୍ତ ଲେଖିଛନ୍ତି ଗତ କିଛି ସପ୍ତାହ ମୋ ପରିବାର ପାଇଁ ସବୁଠୁ କଠିନକର ସମୟ ଥିଲା। ହେଲେ ଭଗବାନ କଠିନ ଲଢେଇ ପାଇଁ ସବୁଠୁ ମଜବୁତ ସୈନିକଙ୍କୁ ହିଁ ଚୟନ କରିଥାନ୍ତି। ଆଜି ମୋ ପିଲାଙ୍କର ଜନ୍ମଦିନ ଅବସରରେ ମୁଁ ଏହି ଲଢେଇକୁ ଜିତି ଫେରିଛି। ପରିବାର ପାଇଁ ଏହା ସବୁଠୁ ଭଲ ଉପହାର।

ସଞ୍ଜୟ ଏହା ମଧ୍ୟ ଲେଖିଛନ୍ତି ଆପଣ ସମସ୍ତଙ୍କ ବିନା ଆଶୀର୍ବାଦରେ ମୁଁ ଏହି ଲଢେଇ ଜିତି ପାରିନଥାନ୍ତି। ଆପଣମାନେ ମୋତେ ସମର୍ଥନ ଦେଲେ ଏବଂ ସୁସ୍ଥତା କାମନା କଲେ, ସେଥିପାଇଁ ମୁଁ ଆପଣ ସମସ୍ତଙ୍କଠାରେ କୃତଜ୍ଞ। ମୋର ଏହି କଠିନ ସମୟରେ ଛିଡା ହୋଇଥିବା ପରିବାର, ବନ୍ଧୁ ଓ ପ୍ରଶଂସକଙ୍କୁ ମୋର ଧନ୍ୟବାଦ। ମୁଁ ଡାକ୍ଟର ସେବନ୍ତି ଓ ତାଙ୍କ ଦଳ ପ୍ରତି କୃତଜ୍ଞ। କୋକିଲାବେନ ହସ୍ପିଟାଲର ନର୍ସ ଓ ମେଡିକାଲ କର୍ମଚାରୀଙ୍କୁ ମଧ୍ୟ କୃତଜ୍ଞତା ଜଣାଉଛି, ଯେଉଁମାନେ ମୋର ଯତ୍ନ ନେଇଥିଲେ।

ଉଲ୍ଲେଖଯୋଗ୍ୟ, ସଞ୍ଜୟ ଦତ୍ତ ଚତୁର୍ଥ ପର୍ଯ୍ୟାୟ ଫୁସ୍‌ଫୁସ୍‌ କର୍କଟରେ ପୀଡିତ ଥିଲେ। ସେ ଏହାର ସୂଚନା ମଧ୍ୟ ସାମାଜିକ ଗଣମାଧ୍ୟମ ଜରିଆରେ ପ୍ରଶଂସକଙ୍କୁ ଦେଇଥିଲେ। ସେ ଲେଖିଥିଲେ ବନ୍ଧୁମାନେ ମୁଁ କାମରେ କିଛି ସମୟ ବିରତି ନେଉଛି, କାରଣ ମୋର ଚିକିତ୍ସା ଚାଲିଛି। ମୋ ପରିବାର ଓ ବନ୍ଧୁମାନେ ମୋ ସହିତ ଅଛନ୍ତି। ଆଶା କରୁଛି ଆପଣମାନେ କୌଣସି ଅନୁମାନ ଲଗାଇବେ ନାହିଁ ଏବଂ ଚିନ୍ତିତ ହେବେ ନାହିଁ। ଆପଣଙ୍କ ଭଲପାଇବା ପାଇଁ ମୁଁ ଶୀଘ୍ର ଫେରିବି।

   Related Posts