Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରବିବାର ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୮୪୧ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୫୩୨ ଜଣ ଡିସଚାର୍ଜ
  • ||
  • ଅଭିଯୁକ୍ତକୁ ଉଠାଇ ଆଣିବାରୁ ଥାନା ପରିସରରେ ତୁମୁଳକାଣ୍ଡ, ଗ୍ରାମବାସୀ ଓ ପୋଲିସ ମାରପିଟ
  • ||
  • ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||
  • ପରିବା ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା ସବୁ ଦୋକାନ
  • ||

ଅରୁଣାଚଳ ପ୍ରଦେଶର ବ୍ରାଣ୍ଡ ଆମ୍ବାସଡର ହେଲେ ଅଭିନେତା ସଞ୍ଜୟ ଦତ୍ତ, ଫଟୋ ସେୟାର କରି ଜଣାଇଲେ ଧନ୍ୟବାଦ…

1/12/2021 at 12:31 PM

ନୂଆଦିଲ୍ଳୀ ୦୧।୧୨ : ବଲିଉଡ୍‌ ବହୁ ଜଣାଶୁଣା ଅଭିନେତା ସଞ୍ଜୟ ଦତ୍ତଙ୍କୁ କିଏ ବା ନ ଜାଣେ । ସେ ତାଙ୍କର ଅଭିନୟକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତାଙ୍କୁ ନେଇ ବହୁତ ଥର ଅପରାଧ ମାଲାରେ ଯୋଡା ଯାଇଛି । ହେଲେ ବର୍ତ୍ତମାନ ସେ ତାଙ୍କ ପରିବାର ସହ ସମୟ ଅତିବାହିତ କରୁଛନ୍ତି । କିନ୍ତୁ ନିକଟରେ ଭାଜପା ନେତୃତ୍ୱାଧୀନ ଅରୁଣାଚଳ ପ୍ରଦେଶ ସରକାର ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତଙ୍କୁ ରାଜ୍ୟର ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ କରାଯାଇଛି । ସଞ୍ଜୟ ଦତ୍ତଙ୍କ ବ୍ୟତୀତ ସରକାର ପୁରସ୍କାର ପ୍ରାପ୍ତ ଫିଲ୍ମ ନିର୍ମାତା ତଥା ବ୍ରାଣ୍ଡି ବିଶେଷଜ୍ଞ ରାହୁଲ ମିତ୍ରଙ୍କୁ ବ୍ରାଣ୍ଡ ପରାମର୍ଶଦାତା ଭାବରେ ସାଇନ କରିଛନ୍ତି ।

ଅରୁଣାଞ୍ଚଳ ପ୍ରଦେଶ ନାମକରଣର ୫୦ ବର୍ଷ ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ସଞ୍ଜୟ ଦତ୍ତ ଏବଂ ରାହୁଲ ମିତ୍ରଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁ ଏବଂ ବିଧାନସଭା ବାଚସ୍ପତି ପାସଙ୍ଗ ସୋନା ଏହି ଖବରକୁ ଘୋଷଣା କରିଛନ୍ତି । ଅଭିନେତା ସଞ୍ଜୟ ଦତ୍ତ ରାଜ୍ୟର ବ୍ରାଣ୍ଡ ଆମ୍ବାସଡର ହୋଇଥିବାରୁ ଖୁସି ପ୍ରକାଶ କରି ସୂଚନା ଦେଇଛନ୍ତି। ତେବେ ସେ ରାହୁଲ ମିତ୍ରଙ୍କ ସହ ନିଜର ଏକ ଫଟୋ ସେୟାର କରି ଅରୁଣାଚଳ ପ୍ରଦେଶ ସରକାର ଏବଂ ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି। ଅନ୍ୟପଟେ ସଞ୍ଜୟ ସେୟାର କରିଥିବା ଫଟୋକୁ ଦେଖି ଫ୍ୟାନ୍ସମାନେ ଶୁଭେଚ୍ଛା ଜଣାଇବା ସହ ଶୁଭକାମନା ମଧ୍ୟ ଜଣାଇଛନ୍ତି ।

   Related Posts